
କନ୍ଧମାଳ, ୩ ନଭେମ୍ବର (ହି.ସ.)- ବାଲିଗୁଡା ଉପ କୋଷାଗାର କାର୍ଯ୍ୟାଳୟ ଠାରେ ବିନା ଶୁଳ୍କରେ ପେନସନ ଉପଭୋକ୍ତାଙ୍କ ବାର୍ଷିକ ଜୀବନ ପ୍ରମାଣପତ୍ର ଦାଖଲ ପାଇଁ ଆମ ସେବା କେନ୍ଦ୍ରରେ ସହାୟତାରେ କାର୍ଯ୍ୟ ଆରମ୍ଭ ହୋଇଛି I ଏହି ଅବସରରେ ଉପ କୋଷାଗାର ଅଧିକାରୀ ସୁଧାକର କହଁର, ବରିଷ୍ଠ ସହାୟକ ପ୍ରଭାତ କୁମାର ନାୟକ, କନିଷ୍ଠ ସହାୟକ ବନିତା ବେହେରା, ଶରତ କୁମାର ପୂଜାରୀ, ଆମ ସେବା କେନ୍ଦ୍ରର ଜିଲ୍ଲା ପରିଚାଳକ ତୁଷାରକାନ୍ତ ପ୍ରଧାନ ସମେତ କାର୍ଯ୍ୟାଳୟରେ କାର୍ଯ୍ୟାରତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ I
ବାଲିଗୁଡା ଅଞ୍ଚଳର ବହୁ ପେନସନ ଉପଭୋକ୍ତା ନିଜର ଆଧାର କାର୍ଡ, ପେନସନ ବହି, ବ୍ୟାଙ୍କ ପାସବୁକ ଏବଂ ମୋବଇଲ ନମ୍ବର ସଂଯୋଗ କରି ବିନା ଶୁଳ୍କରେ ସେମାନଙ୍କ ଜୀବନ ପ୍ରମାଣପତ୍ର ହାତ ପାଆନ୍ତାରେ ପାଇପାରିବେ I ଆମ ସେବା କେନ୍ଦ୍ର ମାଧ୍ୟମରେ ପେନସନ ଉପଭୋକ୍ତାଙ୍କ ଘରକୁ ଯାଇ ସେବା ଦେବାର ବ୍ୟବସ୍ଥା ମଧ୍ୟ ରହିଛି I ଏହି ସେବା ପାଇ ନିଜେ ଖୁସିଥିବା କହିଛନ୍ତି ପେନସନଧାରୀ ମାନେ I ଏହି ସେବା ପାଇବା ଦ୍ଵାରା ନିଜର ସମୟ ବଞ୍ଚିବା ସହିତ ସହଜରେ ବୃଦ୍ଧ, ବୃଦ୍ଧା ମାନେ ଘରେ ବସି ଏହି ସେବା ପାଇପାରିବେ ବୋଲି କହିଛନ୍ତି ସମ୍ପର୍କୀୟ ମାନେ I
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ