ବ୍ରିକ୍ସ ସ୍ଥାୟୀ ଜୀବନଶୈଳୀ ସପ୍ତାହ ପାଳନ ଅବସରରେ ରାୟଗଡ଼ା ରେଳମଣ୍ଡଳ ପକ୍ଷରୁ ‘ଜଳ ସଂରକ୍ଷଣ’ ସଚେତନତା କାର୍ଯ୍ୟକ୍ରମ
ଜୟପୁର, ୩ ନଭେମ୍ବର (ହି.ସ.)- ପୂର୍ବତଟ ରେଳପଥ ରାୟଗଡ଼ା ରେଳମଣ୍ଡଳ ପକ୍ଷରୁ ବ୍ରିକ୍ସ ସସ୍ଟେନେବଲ୍ ଲାଇଫ୍ଷ୍ଟାଇଲ୍ ଅଥବା ସ୍ଥାୟୀ ଜୀବନଶୈଳୀ ସପ୍ତାହ ପାଳନର ଅଂଶସ୍ୱରୂପ ଆଜି ରାୟଗଡ଼ା ରେଳ ମଣ୍ଡଳରେ ବିଭିନ୍ନ ଷ୍ଟେସନଠାରେ ‘ଜଳ ସଂରକ୍ଷଣ’ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି
ବ୍ରିକ୍ସ ସ୍ଥାୟୀ ଜୀବନଶୈଳୀ ସପ୍ତାହ ପାଳନ ଅବସରରେ ରାୟଗଡ଼ା ରେଳମଣ୍ଡଳ ପକ୍ଷରୁ ‘ଜଳ ସଂରକ୍ଷଣ’ ସଚେତନତା କାର୍ଯ୍ୟକ୍ରମ:


ଜୟପୁର, ୩ ନଭେମ୍ବର (ହି.ସ.)- ପୂର୍ବତଟ ରେଳପଥ ରାୟଗଡ଼ା ରେଳମଣ୍ଡଳ ପକ୍ଷରୁ ବ୍ରିକ୍ସ ସସ୍ଟେନେବଲ୍ ଲାଇଫ୍ଷ୍ଟାଇଲ୍ ଅଥବା ସ୍ଥାୟୀ ଜୀବନଶୈଳୀ ସପ୍ତାହ ପାଳନର ଅଂଶସ୍ୱରୂପ ଆଜି ରାୟଗଡ଼ା ରେଳ ମଣ୍ଡଳରେ ବିଭିନ୍ନ ଷ୍ଟେସନଠାରେ ‘ଜଳ ସଂରକ୍ଷଣ’ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରେଳ କର୍ମଚାରୀ ଓ ଯାତ୍ରୀମାନଙ୍କୁ ଜଳ ସଂରକ୍ଷଣର ଗୁରୁତ୍ୱ, ଜଳର ଅଯଥା ଅପଚୟ ରୋକିବା ଏବଂ ଦୈନନ୍ଦିନ ଜୀବନରେ ଜଳର ସଠିକ୍ ଓ ଦାୟିତ୍ୱପୂର୍ଣ୍ଣ ବ୍ୟବହାର ସମ୍ପର୍କରେ ସଚେତନ କରାଯାଇଥିଲା।ରାୟଗଡ଼ା ରେଳମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ (ଡିଆରଏମ) ଅମିତାଭ ସିଂହଲ ଜଳକୁ ଏକ ଅମୂଲ୍ୟ ପ୍ରାକୃତିକ ସମ୍ପଦ ଭାବେ ଅଭିହିତ କରି ଏହାର ସଂରକ୍ଷଣ ସମସ୍ତଙ୍କର ସାମୂହିକ ଦାୟିତ୍ୱ ବୋଲି କହିଥିଲେ। ସେ ରେଳ କର୍ମଚାରୀ ଓ ଯାତ୍ରୀମାନଙ୍କୁ ଜଳର ଅପଚୟ ରୋକିବା, ଏହାର ସୁବିନିଯୋଗ କରିବା ଏବଂ ଭବିଷ୍ୟତ ପିଢ଼ି ପାଇଁ ଏହି ଅମୂଲ୍ୟ ସମ୍ପଦର ସୁରକ୍ଷା ନିମନ୍ତେ ଆହ୍ୱାନ ଜଣାଇଥିଲେ।ଏହି ଅଭିଯାନର ଅଂଶସ୍ୱରୂପ ବିଭିନ୍ନ ସ୍ଥାନ ଓ ଟ୍ରେନ୍ ଗୁଡ଼ିକରେ ପାନୀୟ ଜଳର ଗୁଣବତ୍ତା ମଧ୍ୟ ପରୀକ୍ଷା କରାଯାଇଥିଲା। ଯାତ୍ରୀମାନଙ୍କୁ ସୁରକ୍ଷିତ ଓ ପାନୀୟ ଉପଯୋଗୀ ଜଳ ଯୋଗାଣ ସୁନିଶ୍ଚିତ କରିବା ଏବଂ ଜଳର ଗୁଣବତ୍ତା ଓ ସ୍ୱଚ୍ଛତା ବଜାୟ ରଖିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପରିବେଶ ସଚେତନତା, ସ୍ଥାୟୀ ଜୀବନଶୈଳୀ ଏବଂ ଜଳ ସଂରକ୍ଷଣ କ୍ଷେତ୍ରରେ ସମସ୍ତଙ୍କର ସକ୍ରିୟ ଅଂଶଗ୍ରହଣକୁ ଉତ୍ସାହିତ କରାଯାଇଥିଲା। ରାୟଗଡ଼ା ଡିଭିଜନ ପରିବେଶ ସୁରକ୍ଷା ସହିତ ରେଳ ଯାତ୍ରୀମାନଙ୍କୁ ସୁରକ୍ଷିତ ଓ ସ୍ୱଚ୍ଛ ସୁବିଧା ଯୋଗାଇବା ପାଇଁ ପ୍ରତିବଦ୍ଧ ରହିଛି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande