
ଜୟପୁର, ୩ ନଭେମ୍ବର (ହି.ସ.)- ବାତ୍ୟା ମୁରାସୁକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ବଡ଼ ନିଷ୍ପତ୍ତି। ଲୋକଙ୍କ ଜୀବନ ସୁରକ୍ଷା ପାଇଁ ରାଜ୍ୟ ରାଜପଥକୁ ସିଲ୍ କରିଛି। ବୋରିଗୁମ୍ମା ରାଣିଗଡ଼ କୋରାପୁଟ ୪୮ ନମ୍ବର ରାଜ୍ୟ ରାଜପଥ ରାଣିଗଡ଼ ନିକଟରେ ପାହାଡ଼ରୁ ମାଟି ଅତଡା ଖସି ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ହୋଇଥିଲା। ଧୀରେ ଧୀରେ ରାସ୍ତା ସ୍ୱାଭାବିକ ହୋଇଥିବା ବେଳେ ପୁଣି ସାମ୍ଭାବ୍ୟ ବାତ୍ୟା ମୁରାସୁକୁ ଦୃଷ୍ଟିରେ ରଖି ପୁଣି କେତେବେଳେ ବି ମାଟି ଅତଡା ଖସିବାର ଆଶଙ୍କା ରହିଛି। ତେଣୁ କୋରାପୁଟ ଜିଲ୍ଲା ପ୍ରଶାସନ ଆଗୁଆ ପଦକ୍ଷେପ ନେଇ ବୋରିଗୁମ୍ମା ରାଣିଗଡ଼ କୋରାପୁଟ ରାସ୍ତାକୁ ସମ୍ପୂର୍ଣ୍ଣ ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି। ଘାଟି ନିକଟରେ ଦୁଇ ପାର୍ଶ୍ଵରେ ରାସ୍ତା ବନ୍ଦ କରି ଦିଆଯାଇଛି।
ହିନ୍ଦୁସ୍ଥାନ ସମାଚାର / ପିକେପି