ପାର୍ବଣ ଋତୁ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳର ଅବଧି ବୃଦ୍ଧି ଓ ଅତିରିକ୍ତ କୋଚ୍ ସଂଯୋଗ
ଭୁବନେଶ୍ୱର, ୦୩ ନଭେମ୍ବର (ହି.ସ)- ପାର୍ବଣ ଋତୁ ସମୟରେ ବୃଦ୍ଧି ପାଉଥିବା ଯାତ୍ରୀ ଚାହିଦାକୁ ଦୃଷ୍ଟିରେ ରଖି ଯାତ୍ରୀମାନଙ୍କୁ ଅଧିକ ସୁବିଧା ଯୋଗାଇଦେବା ଉଦ୍ଦେଶ୍ୟରେ ସମ୍ବଲପୁର–ସାନ୍ତ୍ରାଗାଛି ମଧ୍ୟରେ ଚଳାଚଳ କରୁଥିବା ସ୍ୱତନ୍ତ୍ର ଟ୍ରେନ୍ ଗୁଡ଼ିକର ଚଳାଚଳ ଅବଧି ବୃଦ୍ଧି କରାଯାଇଛି। ଏଥିସହିତ ନଭେମ୍ବର
trains


ଭୁବନେଶ୍ୱର, ୦୩ ନଭେମ୍ବର (ହି.ସ)- ପାର୍ବଣ ଋତୁ ସମୟରେ ବୃଦ୍ଧି ପାଉଥିବା ଯାତ୍ରୀ ଚାହିଦାକୁ ଦୃଷ୍ଟିରେ ରଖି ଯାତ୍ରୀମାନଙ୍କୁ ଅଧିକ ସୁବିଧା ଯୋଗାଇଦେବା ଉଦ୍ଦେଶ୍ୟରେ ସମ୍ବଲପୁର–ସାନ୍ତ୍ରାଗାଛି ମଧ୍ୟରେ ଚଳାଚଳ କରୁଥିବା ସ୍ୱତନ୍ତ୍ର ଟ୍ରେନ୍ ଗୁଡ଼ିକର ଚଳାଚଳ ଅବଧି ବୃଦ୍ଧି କରାଯାଇଛି। ଏଥିସହିତ ନଭେମ୍ବର ମାସର ନିର୍ଦ୍ଦିଷ୍ଟ ତାରିଖରେ ଭୁବନେଶ୍ୱର ଓ ନୂଆଦିଲ୍ଲୀ ମଧ୍ୟରେ ଚଳାଚଳ କରୁଥିବା ଚାରିଟି ତେଜସ୍ ରାଜଧାନୀ ଏକ୍ସପ୍ରେସରେ ଅତିରିକ୍ତ ଏସି ୩-ଟାୟାର କୋଚ ସଂଯୋଗ କରାଯିବ।

ସମ୍ବଲପୁର ଓ ସାନ୍ତ୍ରାଗାଛି ମଧ୍ୟରେ ଚଳାଚଳ କରୁଥିବା ସ୍ୱତନ୍ତ୍ର ଟ୍ରେନ୍ ଗୁଡ଼ିକ ଉଭୟ ଦିଗରୁ ଆଉ ଦୁଇଟି ଅତିରିକ୍ତ ଟ୍ରିପ୍ ସହ ଚଳାଚଳ କରିବ। ୦୮୩୦୩ ସମ୍ବଲପୁର–ସାନ୍ତ୍ରାଗାଛି ସ୍ୱତନ୍ତ୍ର ଟ୍ରେନ୍: ୦୪ ନଭେମ୍ବରରୁ ୧୮ ନଭେମ୍ବର ପର୍ଯ୍ୟନ୍ତ ପ୍ରତ୍ୟେକ ବୁଧବାର ଦିନ ଚଳାଚଳ କରିବ । ୦୮୩୦୪ ସାନ୍ତ୍ରାଗାଛି–ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ୍: ୦୫ ନଭେମ୍ବରରୁ ୧୯ ନଭେମ୍ବର ପର୍ଯ୍ୟନ୍ତ ପ୍ରତ୍ୟେକ ଗୁରୁବାର ଦିନ ଚଳାଚଳ କରିବ ।

ଅଧିକ ସଂଖ୍ୟକ ଯାତ୍ରୀଙ୍କୁ ଯାତ୍ରା ସୁବିଧା ଯୋଗାଇଦେବା ଏବଂ ଅତିରିକ୍ତ ଯାତ୍ରୀ ଭିଡ଼ ହ୍ରାସ କରିବା ପାଇଁ ନିମ୍ନଲିଖିତ ଟ୍ରେନ୍ ଗୁଡ଼ିକରେ ଗୋଟିଏ ଅତିରିକ୍ତ ଏସି ୩-ଟାୟାର କୋଚ ସାମୟିକ ଭାବେ ସଂଯୋଗ କରାଯିବ। ଏହି ଟ୍ରେନ୍ ଗୁଡିକ ହେଲା ୨୦୮୧୭ ଭୁବନେଶ୍ୱର–ନୂଆଦିଲ୍ଲୀ ତେଜସ୍ ରାଜଧାନୀ ଏକ୍ସପ୍ରେସ୍ : ୦୭ ନଭେମ୍ବର।୨୦୮୧୮ ନୂଆଦିଲ୍ଲୀ–ଭୁବନେଶ୍ୱର ତେଜସ୍ ରାଜଧାନୀ ଏକ୍ସପ୍ରେସ୍: ୦୮ ନଭେମ୍ବର। ୨୨୮୨୩ ଭୁବନେଶ୍ୱର–ନୂଆଦିଲ୍ଲୀ ତେଜସ୍ ରାଜଧାନୀ ଏକ୍ସପ୍ରେସ୍: ୧୦ ନଭେମ୍ବର।୨୨୮୨୪ ନୂଆଦିଲ୍ଲୀ–ଭୁବନେଶ୍ୱର ତେଜସ୍ ରାଜଧାନୀ ଏକ୍ସପ୍ରେସ୍: ୧୧ ନଭେମ୍ବର।

ଏହି ବ୍ୟବସ୍ଥାଗୁଡ଼ିକ ଯାତ୍ରୀମାନଙ୍କ ପାଇଁ, ପର୍ବପର୍ବାଣୀ ସମୟରେ ବିଶେଷକରି ଅଧିକ ଚାହିଦା ଥିବା ସମୟରେ, ଅଧିକ ଯାତ୍ରା ସୁବିଧା ଓ ଅତିରିକ୍ତ ସଂରକ୍ଷିତ କୋଚ ଉପଲବ୍ଧ କରାଇବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande