
ଗଞ୍ଜାମ, ୩ ନଭେମ୍ବର (ହି.ସ.)- ଆଜି ଗଞ୍ଜାମ ଜିଲ୍ଲାର ପଦ୍ମ ନାଭପୁର ଓ ଚିକିଟି ବ୍ଳକ ର ନୂଆପଡା ରାଜସ୍ବ ସର୍କଲରେ ଘର ଭାଙ୍ଗିଥିଵା ବ୍ୟକ୍ତିଙ୍କୁ ଜରିପାଲ ବଣ୍ଟନ କଲାବେଳେ ଉତେଜନା ସହ ଠେଲାପେଲା ହୋଇ ଗଣ୍ଡଗୋଳ ହୋଇଇଥିଲା। ଘର ଭାଙ୍ଗି ନଥିବା ବ୍ୟକ୍ତି ମାନେ ମଧ୍ୟ ଧାଡ଼ି ବାନ୍ଧି ପାଲନେବାକୁ ଉଦ୍ୟମ କରି ଠେଲାପେଲା କରି ଗଣ୍ଡଗୋଳ କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ହସ୍ତକ୍ଷେପ କରିବା ଫଳରେ କିଛି ଲୋକଙ୍କୁ ପାଲ ଵାଣ୍ଟିବା ପରେ ଏହାକୁ ବନ୍ଦ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ