
ବଲାଙ୍ଗିର, ୩ ନଭେମ୍ବର (ହି.ସ.)- ପୂର୍ବତନ ଶିକ୍ଷକ ତଥା କ୍ଲବ ପଡା ନିବାସୀ ସୂର୍ଯ୍ୟନାରାୟଣ ମିଶ୍ରଙ୍କ ଦେହାନ୍ତ ଘଟିଛି । ଦୀର୍ଘ ୪୦ ବର୍ଷ ଧରି ଶିକ୍ଷକତା କରିବା ପରେ ବଲାଙ୍ଗିର ଜିଲ୍ଲା ଧୁବା ଉଡାର ସ୍କୁଲରେ ପ୍ରଧାନ ଶିକ୍ଷକତା କରି ଚାକିରି ଜୀବନରୁ ଅବ୍ୟାହତି ନେଇଥିଲେ । ମୃତ୍ୟୁ ସମୟରେ ତାଙ୍କୁ ୭୬ ବର୍ଷ ବୟସ ହେଉଥିଲା । ଦୀର୍ଘ ଦିନ ହେବ ସେ ବାର୍ଧକ୍ୟ ଜନିତ ଅସୁସ୍ଥଥା ଭୋଗୁଥିବା ବେଳେ ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଥିଲେ । ୨ ତାରିଖ ଭୋର ସମୟରେ ଚିକିତ୍ସିତ ଅବସ୍ଥାରେ ତାଙ୍କ ଦେହାନ୍ତ ଘଟିଛି । ଶେଷ ସମୟରେ ପୁଅ ସୁଧିର, ପୁତୁରା ଲଳିତ ଓ ଜ୍ୱାଇଁ ରାଜିବ ଉପସ୍ଥିତ ଥିଲେ । ସୋମବାର ଦିନ ବିଭୁତି ପଡା ଶ୍ମସାନରେ ତାଙ୍କର ଅନ୍ତେଷ୍ଟି ସମ୍ପନ୍ନ ହୋଇଛି । ବଡ ପୁଅ ସୁଧିର ମୁଖାଗ୍ନି ଅର୍ପଣ କରିଥିଲେ । ସହରର ବିଭିନ୍ନ ମାନ୍ୟ ଗଣ୍ୟ ବ୍ୟକ୍ତିଙ୍କ ସହ ପରିବାର ଓ ବନ୍ଧୁ ବର୍ଗ ତାଙ୍କର ଶେଷ ଦର୍ଶନ କରିଥିଲେ ।
ତାଙ୍କ ପରି ଜଣେ ଶାନ୍ତ ଶିଷ୍ଟ ଓ ଅମାୟିକ ବ୍ୟକ୍ତିଙ୍କ ବିୟୋଗରେ ଅଞ୍ଚଳରେ ଶୋକର ମାହୋଲ ରହିଛି । ତାଙ୍କର ଅନ୍ତେ ସ୍ତ୍ରୀ ଶିକ୍ଷିକା ସୂର୍ଯ୍ୟମଣୀ, ସାନ ପୁଅ ଆସ୍ତିକ, ବହୁ ସାଗରିକା, ଅଲିପ୍ସା ଓ ପରିବାର ବର୍ଗ ରହିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ