
ଭୁବନେଶ୍ୱର, 03 ନଭେମ୍ବର (ହି.ସ.)- ଭୁବନେଶ୍ବର
କ୍ୟାମ୍ପସ୍ ଛାତ୍ର ନେତାଙ୍କୁ ନେଇ ଏବିଭିପିର ପରିଚୟ
ବୈଠକ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ବର
ସ୍ଥିତ ବୁଦ୍ଧ ମନ୍ଦିରରେ ୨୦୦ ରୁ ଉର୍ଦ୍ଧ୍ୱ ଛାତ୍ର ନେତାଙ୍କ ସମ୍ମିଳନୀ ହୋଇଛି ।
କ୍ୟାମ୍ପସ୍ ଇଲେକ୍ସନ ଜିତି ସାରିବା
ପରେ ଏବିଭିପି ଲକ୍ଷ୍ୟ, ଆଦର୍ଶରେ ଆଗାମୀ ଦିନରେ
କାମ କରିବାକୁ ବରିଷ୍ଠ କାର୍ଯ୍ୟକର୍ତ୍ତା
ମାନେ ଦେଇଛନ୍ତି ପରାମର୍ଶ । କଲେଜ କ୍ୟାମ୍ପସ୍
ରେ ଦେଶ ପ୍ରଥମ , ରାଷ୍ଟ୍ର ହିତକୁ
ନେଇ ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ଅବଗତ ହୋଇଛନ୍ତି ଛାତ୍ର ନେତା । ଏହା ସେମାନଙ୍କୂ ଏବିଭିପି ବିଚାର, ଆଦର୍ଶ ମାର୍ଗରେ ଆଗକୁ ବଢ଼ିବାର ସାହାଯ୍ୟ କରିବ ବୋଲି କୁହାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା