ବାତ୍ୟା ମୁରାସୁର ପ୍ରଭାବ ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର, 03 ନଭେମ୍ବର (ହି.ସ.)- ବାତ୍ୟା ମୁରାସୁର ପ୍ରଭାବ ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ଏସଆରସି ଏବଂ ଅଗ୍ନିଶମ ଡିଜିଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି ମୁଖ୍ୟ ଶାସନ ସଚିବ। ବୈଠକ ପରେ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ସବୁ ଜି
ବାତ୍ୟା ମୁରାସୁର ପ୍ରଭାବ     ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ମୁଖ୍ୟ ଶାସନ ସଚିବ


ଭୁବନେଶ୍ୱର, 03 ନଭେମ୍ବର (ହି.ସ.)- ବାତ୍ୟା ମୁରାସୁର ପ୍ରଭାବ ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ଏସଆରସି ଏବଂ ଅଗ୍ନିଶମ ଡିଜିଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି

ମୁଖ୍ୟ ଶାସନ ସଚିବ। ବୈଠକ ପରେ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ସବୁ ଜିଲ୍ଲାପାଳଙ୍କ ସହ

ଆଲୋଚନା ହୋଇଛି । ଏଯାଏଁ ପ୍ରଭାବ ନାହିଁ । କିଛି ଜାଗାରେ ଝିପିଝିପି ବର୍ଷା ହେଉଛି । ସେମିତି

ଅଧିକ ପ୍ରଭାବ ଦେଖାଯାଉନି । କିନ୍ତୁ ଆଗୁଆ ପ୍ରସ୍ତୁତି ଅନୁଯାୟୀ ଲୋକଙ୍କୁ ସ୍ଥାନାନ୍ତରିତ

କରାଯାଇଛି । କଣ୍ଟ୍ରୋଲ ରୁମ ନଜର ରଖିଛି. ଗଞ୍ଜାମ ଏବଂ ଗଜପତିରେ ପୁନଃରୁଦ୍ଧାର କାମ ଚାଲିଛି ।

ଯେଉଁ ପ୍ୟାକେଜ ଘୋଷଣା ହୋଇଥିଲା ବଣ୍ଟନ ଆରମ୍ଭ ହୋଇଛି । ଭୂସ୍ଖଳନ ସ୍ଥାନରେ ବର୍ଷା ଯୋଗୁଁ ବନ୍ଦ

ହୋଇଥିଲା ପୁଣି ସକାଳୁ ଆରମ୍ଭ ହୋଇଛି । କେନ୍ଦ୍ରୀୟ ଟିମ ଆଜି ଗଜପତି ବୁଲିବେ କାଲି ଗଞ୍ଜାମ

ବୁଲିବା ପରେ ବୈଠକ ରହିଛି ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande