
ଭୁବନେଶ୍ୱର, 03 ନଭେମ୍ବର (ହି.ସ.)- ବାତ୍ୟା ମୁରାସୁ
ଆନ୍ଧ୍ର ବିଜୟୱାଡା ତଳକୁ ଅବସ୍ଥାପିତ ଅଛି। ଆଗକୁ ବଢ଼ି ତେଲେଙ୍ଗାନା ଆଡ଼କୁ ମୁହାଁଇବ।
ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ପ୍ରଭାବ ନାହିଁ,ସ୍ୱାଭାବିକ ଅଛି। ଆଗାମୀ ସ୍ଥିତିକୁ ନିରୀକ୍ଷଣ କରି ସରକାର ପ୍ରସ୍ତୁତ
ଅଛନ୍ତି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ଗଂଜାମ,ଗଜପତି,ମାଲକାନଗିରି,କନ୍ଧମାଳ, କୋରାପୁଟ ଓ
ରାୟଗଡ଼ା ଜିଲ୍ଲାରୁ ବର୍ତ୍ତମାନ ସୁଦ୍ଧା ମୋଟ ୧ ଲକ୍ଷ ୬୫ ହଜାର ଲୋକଙ୍କୁ ସ୍ଥାନାନ୍ତରଣ
କରାଯାଇଛି। ସ୍ଥାନାନ୍ତରଣ ଏବେବି ଚାଲିଛି। ମୋଟ ୫୯୨ ରିଲିଫ ସେଣ୍ଟର୍ କାର୍ଯ୍ୟକ୍ଷମ ଅଛି।
ଓଡ଼୍ରାଫ୍ ୫୪, ଏନଡିଆରଏଫ୯ ଟା ଟିମ,୧୦୦ ରୁ ଅଧିକ ଅଗ୍ନିଶମ ଟିମ ମୁତୟନ ଅଛନ୍ତି। ବିଭିନ୍ନ ଜିଲ୍ଲାରେ ସ୍କୁଲ ଛୁଟି
ଅଛି।ଅଫିସର୍ ମୁତୟନ ଅଛନ୍ତି। ବାତ୍ୟା ଅର୍ଣ୍ଣବ୍ କ୍ଷୟକ୍ଷତି ପ୍ୟାକେଜ ଘୋଷଣା କରାଯାଇଥିବା ବେଳେ
ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ପୁନରୁଦ୍ଧାର କାମ ଚାଲିଥିବା ବେଳେ
,ଭିତ୍ତିଭୂମି
ମରାମତି ଓ କ୍ଷୟକ୍ଷତି ଆକଳନ ଜାରି ରହିଛି।
୪ ଜଣ ବରିଷ୍ଠ ଆଇଏଏସଅଧିକାରୀଙ୍କୁ
ଦାୟିତ୍ୱ ଦିଆଯାଇଛି। ଗଞ୍ଜାମରେ ୨ ଜଣ,ଗଜପତି ରେ ଜଣେ ଓ କନ୍ଧମାଳରେ ଜଣେ ଅଧିକାରୀଙ୍କୁ ଅତିରିକ୍ତ
ସ୍ୱତନ୍ତ୍ର ରିଲିଫ କମିଶନର କ୍ଷମତା ଦିଆଯାଇଛି। ପ୍ୟାକେଜ ପ୍ରଦାନ,ପୁନରୁଦ୍ଧାର କାମ ଓ
କ୍ଷୟକ୍ଷତି ଆକଳନ ସ୍ଥିତି ଦେଖିବା ସହ ସ୍ଥିତି ଦେଖି ନିଷ୍ପତ୍ତି ନେଇ ପାରିବେ। କେନ୍ଦ୍ରୀୟ ଟିମ
କ୍ଷୟକ୍ଷତି ଆକଳନ ପାଇଁ ଗଜପତିରେ ପହଞ୍ଚି ସାରିଛନ୍ତି। ଆଜି ଗଜପତିରେ କ୍ଷୟ କ୍ଷତି ଆକଳନ ପରେ
ଆସନ୍ତାକାଲି ଗଞ୍ଜାମ ଜିଲ୍ଲା କ୍ଷୟ କ୍ଷତି ଆକଳନ ସାରି ଭୁବନେଶ୍ୱର ଫେରିବେ। ପ୍ରାଥମିକ ଆକଳନ
ରିପୋର୍ଟ ପରେ କେନ୍ଦ୍ର ସରକାରଙ୍କୁ ପଠାଇବେ ରାଜ୍ୟ ସରକାର ବୋଲି ସେ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା