
ଭୁବନେଶ୍ୱର, 03 ନଭେମ୍ବର (ହି.ସ.)- ମଦ ପିଇ ଗାଡି
ଚଲାଇଲେ ହେବ କ୍ରିମନାଲ କେସ । ଏନେଇ ଭୁବନେଶ୍ୱର
ଡିସିପି ସର୍ବଣା ବିବେକ ଏମ ସୂଚନା ଦେଇଛନ୍ତି । ମଦ ପିଇ ଗାଡି ଚଳାଇଲେ ଜବତ ହେବ ଗାଡି, ଗଣିବେ ମୋଟା ଅଙ୍କର
ଫାଇନ । ମଦ ପିଇ ଚାରି ଚକିଆ ଗାଡି ଚଳାଇଲେ 20ହଜାର ଟଙ୍କା ଫାଇନ
ଏବଂ ଦୁଇ ଚକିଆ ଗାଡି ଚଳାଇଲେ 10ହଜାର ଟଙ୍କା ଫାଇନ । ଏଥର
ସନ୍ଧ୍ୟା ସମୟରେ ବ୍ଲକିଂ ଚେକିଂକୁ ଜୋରଦାର କରିଛି କମିସନରେଟ ପୋଲିସ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା