ରାଜ୍ୟସ୍ତରୀୟ ମହକ ଉତ୍ସାହ -୨୦୨୬ କାର୍ଯ୍ୟକ୍ରମ ଉଦଘାଟିତ
ଭୁବନେଶ୍ୱର, 03 ନଭେମ୍ବର (ହି.ସ.)- ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ଓ ମହିଳା ଶିଶୁ ବିକାଶ ବିଭାଗ ଦ୍ବାରା ଶିଶୁମାନଙ୍କ ଅନ୍ତର୍ନିହିତ କଳା, ଅନନ୍ୟ ଦକ୍ଷତା, ଆତ୍ମବିଶ୍ବାସ ଓ କଳାତ୍ମକ ଅଭିବ୍ୟକ୍ତିକୁ ଏବଂ କ୍ରୀଡାର ବିକାଶକୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଲୋକପ୍ରିୟ
ରାଜ୍ୟସ୍ତରୀୟ ମହକ ଉତ୍ସାହ     -୨୦୨୬ କାର୍ଯ୍ୟକ୍ରମ ଉଦଘାଟିତ


ଭୁବନେଶ୍ୱର, 03 ନଭେମ୍ବର (ହି.ସ.)- ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ଓ ମହିଳା ଶିଶୁ ବିକାଶ ବିଭାଗ

ଦ୍ବାରା ଶିଶୁମାନଙ୍କ ଅନ୍ତର୍ନିହିତ କଳା, ଅନନ୍ୟ ଦକ୍ଷତା, ଆତ୍ମବିଶ୍ବାସ ଓ କଳାତ୍ମକ ଅଭିବ୍ୟକ୍ତିକୁ ଏବଂ କ୍ରୀଡାର ବିକାଶକୁ

ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ଆଜି କଳିଙ୍ଗ ଷ୍ଟାଡିୟମ୍

ଠାରେ ଉଦଘାଟିତ ହୋଇଯାଇଛି ରାଜ୍ୟସ୍ତରୀୟ ମହକ ଓ ଉତ୍ସାହ କାର୍ଯ୍ୟକ୍ରମ। ଏହାକୁ ଉଦଘାଟିତ

କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ଆଇନମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ।

ଆଜିଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ୍

ରେ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଶିଶୁମାନଙ୍କ ଭିତରେ ଲୁଚି ରହିଥିବା

ପ୍ରତିଭା, ସୃଜନଶୀଳତା, କଳା, ନୃତ୍ୟ, ସଙ୍ଗୀତ ଏବଂ ସାମର୍ଥ୍ୟକୁ ବିକଶିତ କରିବା ଏବଂ ସେମାନଙ୍କୁ ପ୍ରୋତ୍ସାହିତ କରିବା।

ଆଜି ଏହି ମହକ କର୍ଯ୍ୟକମାରେ

ଶିଶୁମାନଙ୍କ ମଧ୍ୟରେ ନୃତ୍ୟ, ସଙ୍ଗୀତ, ଚିତ୍ରକଳା, ବିତର୍କ ଏବଂ କୁଇଜ୍ ଭଳି ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତା

ଅନୁଷ୍ଠିତ ହେବ।ପୂର୍ବରୁ ଆୟୋଜିତ ୩୦ଗୋଟି ଜିଲ୍ଲା ସ୍ତରୀୟ ଉତ୍ସବର ବିଜେତା ଶିଶୁମାନେ ଏହି

ରାଜ୍ୟ ସ୍ତରୀୟ ମହକ ଉତ୍ସବରେ ଯୋଗଦେଇ ନିଜର ପ୍ରତିଭା ପ୍ରଦର୍ଶନ କରୁଛନ୍ତି। ଏହା

ପ୍ରତିଯୋଗୀଙ୍କୁ ଏକ ସକ୍ଷମ ଓ ସ୍ୱାବଲମ୍ବୀ ନାଗରିକ ଭାବେ ଗଢ଼ିତୋଳିବାରେ ସହାୟକ ହେବ।

ମର୍ଯ୍ୟାଦାଜନକ ଏବଂ ଉତ୍ପାଦନକ୍ଷମ ଜୀବନଯାପନ କରିବା ପାଇଁ ସୁଯୋଗ, ମାର୍ଗଦର୍ଶନ ଏବଂ

ଆତ୍ମବିଶ୍ୱାସ ପ୍ରଦାନ କରାଯିବ। ଯେଉଁଠାରେ ପ୍ରତିଭା ସୁଯୋଗକୁ ଭେଟିଥାଏ ଏବଂ ପ୍ରତ୍ୟେକ ଶିଶୁର

ପ୍ରତ୍ୟେକ ସ୍ୱପ୍ନ ସାକାର ହୋଇଥାଏ ବୋଲି କହିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande