
୧୮ଟି ବୁଝାମଣାପତ୍ର (ଏମ୍ଓୟୁ)
ଆଦାନପ୍ରଦାନ, ରାଜ୍ୟରେ ୧୧,୭୪୨ ମେଗାୱାଟ୍ ଅକ୍ଷୟ ଶକ୍ତି କ୍ଷମତା ବୃଦ୍ଧି ଲକ୍ଷ୍ୟ
ଭୁବନେଶ୍ୱର/ ନୂଆଦିଲ୍ଲୀ, 3
ନଭେମ୍ବର (ହି.ସ) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶାର ଅକ୍ଷୟ ଶକ୍ତି କ୍ଷେତ୍ରକୁ ଆହୁରି
ସୁଦୃଢ଼ କରିବା ଦିଗରେ ରାଜ୍ୟ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି।
ନୂଆଦିଲ୍ଲୀରେ ଆୟୋଜିତ ‘ଭାରତ ରିନ୍ୟୁଏବଲ୍ ଏନର୍ଜି ସମିଟ୍ ଆଣ୍ଡ୍ ଏକ୍ସପୋ ୨୦୨୬’ରେ ଓଡ଼ିଶା ପକ୍ଷରୁ ୧୮ଟି ବୁଝାମଣାପତ୍ର (ଏମ୍ଓୟୁ) ଆଦାନପ୍ରଦାନ
କରାଯାଇଛି। ଏହି ବୁଝାମଣା ଅନୁଯାୟୀ, ରାଜ୍ୟରେ ପ୍ରାୟ ୧ ଲକ୍ଷ ୧୭ ହଜାର କୋଟି ଟଙ୍କାର ସମ୍ଭାବ୍ୟ ପୁଞ୍ଜିନିବେଶ ଏବଂ ପ୍ରାୟ ୧୧,୭୪୨ ମେଗାୱାଟ୍ ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ପ୍ରସ୍ତାବ ରହିଛି।
ଏହି ପ୍ରସ୍ତାବିତ
ପୁଞ୍ଜିନିବେଶରେ ପମ୍ପଡ୍ ଷ୍ଟୋରେଜ୍, ସୌର ଶକ୍ତି, ପବନ ଶକ୍ତି,
ହାଇବ୍ରିଡ୍ ଅକ୍ଷୟ ଶକ୍ତି,
ବ୍ୟାଟେରୀ ଷ୍ଟୋରେଜ୍,
ଗ୍ରୀନ୍ ହାଇଡ୍ରୋଜେନ୍,
ଗ୍ରୀନ୍ ଡାଟା ସେଣ୍ଟର ଏବଂ ଅନ୍ୟାନ୍ୟ ଅତ୍ୟାଧୁନିକ ସ୍ୱଚ୍ଛ ଶକ୍ତି ପ୍ରଯୁକ୍ତିବିଦ୍ୟା କ୍ଷେତ୍ରକୁ
ସାମିଲ କରାଯାଇଛି।
ଏହି ସହଭାଗିତା ଓଡ଼ିଶାର
ଅକ୍ଷୟ ଶକ୍ତି କ୍ଷମତା ପ୍ରତି ଶିଳ୍ପ ଜଗତର ବଢ଼ୁଥିବା ଆଗ୍ରହକୁ ପ୍ରତିଫଳିତ କରୁଛି। ଏଥିସହ
ରାଜ୍ୟରେ ସ୍ଥାୟୀ ଶିଳ୍ପ ବିକାଶକୁ ପ୍ରୋତ୍ସାହନ ଦେବା ଏବଂ ଭାରତର ସ୍ୱଚ୍ଛ ଶକ୍ତି ରୂପାନ୍ତରଣ ଲକ୍ଷ୍ୟକୁ ସାକାର
କରିବା ଦିଗରେ ଓଡ଼ିଶା ସରକାରଙ୍କ ପ୍ରତିବଦ୍ଧତାକୁ ଏହା ଆହୁରି ମଜଭୁତ କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା