
ଭୁବନେଶ୍ୱର, ୦୩ ନଭେମ୍ବର (ହି.ସ)- ଆନ୍ଧ୍ର ପ୍ରଦେଶ ସାମ୍ବିଧାନିକ ସଙ୍କଟ ସୃଷ୍ଟି କରୁଛି ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। କୋଟିଆରେ ଦୁଇ ରାଜ୍ୟର ପୋଲିସ୍ ମୁହାଁମୁହିଁ ହେବା ଘଟଣାରେ ପ୍ରତିକ୍ରିୟା ରଖି ରାଜସ୍ୱ ମନ୍ତ୍ରୀ କହିଛନ୍ତି ଯେ କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ, କେହି ଏହାକୁ ଅଲଗା କରିପାରିବେନି।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କରି ଆନ୍ଧ୍ର ସାମ୍ବିଧାନିକ ସଙ୍କଟ ସୃଷ୍ଟି କରୁଛି। ଆନ୍ଧ୍ର ବିରୋଧରେ ଆମେ ସୁପ୍ରିମକୋର୍ଟ ଯାଇଛୁ। କୋଟିଆ ପ୍ରସଙ୍ଗରେ ସବୁ ଦଳର ନେତା ବି ଏକଜୁଟ୍ ଅଛନ୍ତି। ୨୦୨୧ ନିର୍ବାଚନରେ ଆନ୍ଧ୍ର କୋଟିଆରେ ପୋଲିଂ ବୁଥ୍ କରିଥିଲା। କିନ୍ତୁ ଓଡ଼ିଶାର ବିରୋଧ ପରେ ଆନ୍ଧ୍ର ଏଥର କୋଟିଆରେ ପୋଲିଂ ବୁଥ୍ କରିନି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା