ଆନନ୍ଦ ବଜାର ଆରଏମସି ଗୃହ ନିର୍ମାଣକୁ ନେଇ ଉଠିଲା ପ୍ରଶ୍ନ, ବିନା ସୂଚନା ଫଳକରେ ଚାଲିଛି କାର୍ଯ୍ୟ, ଭିଜିଲାନ୍ସ ତଦନ୍ତ ଦାବି କଲେ ଅଂଚଳବାସୀ
ଭଦ୍ରକ, ୪ ନଭେମ୍ବର (ହି.ସ.) - ଭଦ୍ରକ ଆରଡ଼ି ରାସ୍ତାର ଆନନ୍ଦ ବଜାରଠାରେ ଆରଏମସି ଗୃହ ନିର୍ମାଣ କାର୍ଯ୍ୟକୁ ନେଇ ଏବେ ବିଭିନ୍ନ ପ୍ରଶ୍ନ ଉଠିବାରେ ଲାଗିଛି। ବିନା ସୂଚନା ଫଳକରେ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଏହାର ଖର୍ଚ୍ଚ, କାର୍ଯ୍ୟର ଅବଧି ଓ ଅନ୍ୟାନ୍ୟ ବିବରଣୀ ସମ୍ପର୍କରେ ସାଧାରଣ ଲୋକେ ଅବଗତ ହୋ
ANANDA BAZAR RMC GRUHA NIRMAN


ଭଦ୍ରକ, ୪ ନଭେମ୍ବର (ହି.ସ.) - ଭଦ୍ରକ ଆରଡ଼ି ରାସ୍ତାର ଆନନ୍ଦ ବଜାରଠାରେ ଆରଏମସି ଗୃହ ନିର୍ମାଣ କାର୍ଯ୍ୟକୁ ନେଇ ଏବେ ବିଭିନ୍ନ ପ୍ରଶ୍ନ ଉଠିବାରେ ଲାଗିଛି। ବିନା ସୂଚନା ଫଳକରେ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଏହାର ଖର୍ଚ୍ଚ, କାର୍ଯ୍ୟର ଅବଧି ଓ ଅନ୍ୟାନ୍ୟ ବିବରଣୀ ସମ୍ପର୍କରେ ସାଧାରଣ ଲୋକେ ଅବଗତ ହୋଇପାରୁନାହାନ୍ତି। ଏହି କାର୍ଯ୍ୟରେ ସ୍ୱଚ୍ଛତା ରକ୍ଷା କରିବା ସହ ଆବଶ୍ୟକ ପଡ଼ିଲେ ଭିଜିଲାନ୍ସ ତଦନ୍ତ କରିବାକୁ ଅଂଚଳବାସୀ ଦାବି କରିଛନ୍ତି।କାର୍ଯ୍ୟ ଅତି ନିମ୍ନ ମାନର ହେଉଥିବା ନେଇ ପ୍ରଶ୍ନ କାର୍ଯ୍ୟକୁ ତଦାରକ ପାଇଁ ଆସୁନାହାନ୍ତି ଅଧିକାରୀ ସରକାରଙ୍କ ପକ୍ଷରୁ ବ୍ୟବସାୟୀମାନଙ୍କ ପାଇଁ ଗୃହ ନିର୍ମାଣ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ତେବେ ଏହି ଯୋଜନାରେ ପ୍ରକୃତରେ ଜୀବିକା ହରାଇଥିବା ସମସ୍ତ ବ୍ୟବସାୟୀ ଘର ପାଇବେ କି ନାହିଁ, ତାହାକୁ ନେଇ ଏବେ ଚିନ୍ତା ବଢ଼ିଛି। ସ୍ଥାନୀୟ ଅଂଚଳର ୩୬ରୁ ଊର୍ଦ୍ଧ୍ୱ ବ୍ୟବସାୟୀ ନିଜର ଜୀବିକା ହରାଇଥିବା ବେଳେ ମାତ୍ର ୩୬ଟି ଗୃହ ନିର୍ମାଣ ହେଉଥିବା ଜଣାପଡ଼ିଛି। ଫଳରେ ଯୋଗ୍ୟ ହିତାଧିକାରୀଙ୍କ ଚୟନ ଓ ଗୃହ ବଂଟନ ପ୍ରକ୍ରିୟାକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଗୃହ ନିର୍ମାଣକୁ ନେଇ ଏବେଠାରୁ ରାଜନୈତିକ ଚର୍ଚ୍ଚା ମଧ୍ୟ ଜୋର ଧରିବାରେ ଲାଗିଛି। ଜୀବିକା ହରାଇଥିବା ବ୍ୟବସାୟୀମାନେ ନ୍ୟାୟସଙ୍ଗତ ଭାବେ ଗୃହ ପାଇବେ କି ନାହିଁ, ତାହା ଏବେ ବଡ଼ ପ୍ରଶ୍ନ ହୋଇ ଠିଆ ହୋଇଛି। ଏହି ପରିପ୍ରେକ୍ଷୀରେ ସବ୍କଲେକ୍ଟର ସୌରଭ ଚକ୍ରବର୍ତୀଙ୍କୁ ପଚାରିବାରୁ ସେ ଖୁବଶୀଘ୍ର ନିର୍ମାଣ କାର୍ଯ୍ୟ ସମ୍ପର୍କିତ ସୂଚନା ଫଳକ ଲଗାଯିବ ବୋଲି କହିଛନ୍ତି। ତେବେ ସରକାରଙ୍କ ଏହି ଉଦ୍ୟମ ସେତେବେଳେ ସଫଳ ହେବ, ଯେତେବେଳେ ପ୍ରକୃତ ଜୀବିକା ହରାଇଥିବା ପ୍ରତ୍ୟେକ ଯୋଗ୍ୟ ବ୍ୟବସାୟୀଙ୍କୁ ନ୍ୟାୟ ମିଳିବ। ଏଣୁ ନିର୍ମାଣ କାର୍ଯ୍ୟରେ ସ୍ୱଚ୍ଛତା, ହିତାଧିକାରୀଙ୍କ ତାଲିକା ସାର୍ବଜନୀନ ଏବଂ ଗୃହ ବଂଟନରେ ପକ୍ଷପାତିତା ନ ହେବା ନେଇ ଅଂଚଳବାସୀ ଦାବି କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ


 rajesh pande