ପାଣ୍ଡ୍ରିପାଣି ମଣ୍ଡଳ ମାସିକ ବୈଠକ ଅବସରରେ ବରଜାରେ ବିଜେପିର ମିଶ୍ରଣ ପର୍ବ, ୪୦୦ ଉର୍ଦ୍ଧ୍ୱ ବିଜେଡି ଓ କଂଗ୍ରେସ କର୍ମୀଙ୍କ ବିଜେପିରେ ଯୋଗଦାନ
ମାଲକାନଗିରି , ୪ ନଭେମ୍ବର (ହି.ସ.)-ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱ ଓ ଲୋକାଭିମୁଖୀ କାର୍ଯ୍ୟ ପ୍ରତି ଆକୃଷ୍ଟ ହୋଇ ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ବିଜେପି ଦଳର ଲୋକପ୍ରିୟତା ବଢ଼ିବା ସହ ବିଧାୟକ ନରସିଂହ ମାଡକାମୀଙ୍କ ନେତୃତ୍
ପାଣ୍ଡ୍ରିପାଣି ମଣ୍ଡଳ ମାସିକ ବୈଠକ ଅବସରରେ ବରଜାରେ ବିଜେପିର ମିଶ୍ରଣ ପର୍ବ, ୪୦୦ ଉର୍ଦ୍ଧ୍ୱ ବିଜେଡି ଓ କଂଗ୍ରେସ କର୍ମୀଙ୍କ ବିଜେପିରେ ଯୋଗଦାନ


ମାଲକାନଗିରି , ୪ ନଭେମ୍ବର (ହି.ସ.)-ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱ ଓ ଲୋକାଭିମୁଖୀ କାର୍ଯ୍ୟ ପ୍ରତି ଆକୃଷ୍ଟ ହୋଇ ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ବିଜେପି ଦଳର ଲୋକପ୍ରିୟତା ବଢ଼ିବା ସହ ବିଧାୟକ ନରସିଂହ ମାଡକାମୀଙ୍କ ନେତୃତ୍ୱ ପ୍ରତି ଜିଲ୍ଲାବାସୀଙ୍କ ଆସ୍ଥା ଅତୁଟ ରହିଛି। ଏହି କ୍ରମରେ ଆଜି ପାଣ୍ଡ୍ରିପାଣି ମଣ୍ଡଳ ଅନ୍ତର୍ଗତ ବରଜା ସାପ୍ତାହିକ ହାଟଠାରେ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ୬ଟି ଗ୍ରାମ ପଞ୍ଚାୟତ ପେଦାୱାଡ଼ା, ସେରପଲ୍ଲୀ, ପାଣ୍ଡ୍ରିପାଣି, ମାର୍କାପଲ୍ଲୀ, ଗଙ୍ଗଲା ଓ ବୀର ଲକ୍ଷ୍ମଣପୁରରୁ କଂଗ୍ରେସ ଓ ବିଜେଡିର ୪୦୦ ଜଣ ସ୍ଥାନୀୟ ନେତା ଓ କର୍ମୀ ନିଜ ଦଳ ଛାଡ଼ି ବିଜେପିରେ ଯୋଗଦେଇଛନ୍ତି।

ଏହି ମିଶ୍ରଣ ପର୍ବରେ ପର୍ଶୁରାମ ବରଜା, ହାତିରାମ ପୁଟିଆ, ମାଧବ ପୁଟିଆ, ଅଜିତ କୋପେ, ରାତୁ କୁଲେଶି, ମହାଦେବ ମାଡ଼କାମୀ ଓ ଲଖିନାଥ ମୁଦୁଲିଙ୍କ ସମେତ ବହୁ ନେତା ଓ କର୍ମୀ ବିଜେପିରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ ଯୋଗଦେଇ ନୂତନ ଭାବେ ଦଳରେ ସାମିଲ ହୋଇଥିବା ନେତା ଓ କର୍ମୀଙ୍କୁ ଉତ୍ତରୀୟ ତଥା ଦଳୀୟ ଟୋପି ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସବକା ସାଥ୍, ସବକା ବିକାଶ ମନ୍ତ୍ର ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଡବଲ୍ ଇଞ୍ଜିନ୍ ସରକାରର ବିକାଶ ମୂଳକ କାର୍ଯ୍ୟ ଦେଖି ଲୋକେ ବିଜେପି ପ୍ରତି ଆକୃଷ୍ଟ ହେଉଛନ୍ତି। ଏଥିରେ ପାଣ୍ଡ୍ରିପାଣି ମଣ୍ଡଳ ସଭାପତି ହଳଧର ୱାଙ୍କଡ଼, ପୂର୍ବତନ ଜିଲ୍ଲା ଉପସଭାପତି ଯୋଗିଆ ୱାଙ୍କଡ଼, ବିଜେପି ଜିଲ୍ଲା ସମ୍ପାଦକ ନିହାର ରାୟ, ବ୍ଲକ ଉପାଧ୍ୟକ୍ଷ ନିରଞ୍ଜନ ହାଲଦାର, ରାମ ମାଡ଼କାମୀ, ମାଧବ ମାଡ଼କାମୀ ଓ ଶିଶିର ହାଲଦାରଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। ୬ଟି ପଞ୍ଚାୟତରୁ ଏକକାଳୀନ ୪୦୦ ଜଣଙ୍କ ଯୋଗଦାନ ଫଳରେ ସମ୍ପୃକ୍ତ ଅଞ୍ଚଳରେ ବିଜେପି ସଂଗଠନ ଆହୁରି ସୁଦୃଢ଼ ହେବା ସହ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳକୁ ନୂତନ ଶକ୍ତି ମିଳିବ ବୋଲି ଦଳୀୟ ନେତୃବୃନ୍ଦ ଆଶାବ୍ୟକ୍ତ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande