
ନୂଆଦିଲ୍ଲୀ, ୦୪ ନଭେମ୍ବର (ହି.ସ.)- କେନ୍ଦ୍ର ସରକାର ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପକ୍ଷି ନେଇ ଅଗ୍ନିପଥ ଯୋଜନା ଅନ୍ତର୍ଗତ ଚାରି ବର୍ଷ ପରେ ଅବସର ନେବାକୁ ଥିବା ୭୫ ପ୍ରତିଶତ ଅଗ୍ନିବୀରଙ୍କୁ ଦୁଇ ବର୍ଷର ସେବା ସମ୍ପ୍ରସାରଣ ପ୍ରଦାନକୁ ମଞ୍ଜୁରୀ ଦେଇଛନ୍ତି। ଏହା ପରେ ସେମାନଙ୍କୁ ନିୟମିତ ସାମରିକ ସେବାରେ ସାମିଲ ହେବାର ସୁଯୋଗ ମଧ୍ୟ ମିଳିବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ କ୍ୟାବିନେଟ୍ ଆଜି ପ୍ରତିରକ୍ଷା ମନ୍ତ୍ରଣାଳୟର ଏହି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛି। ଜାତୀୟ ଗଣମାଧ୍ୟମ କେନ୍ଦ୍ରରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଜେନେରାଲ ଏନ୍.ଏସ୍. ରାଜା ସୁବ୍ରମଣି କହିଛନ୍ତି ଯେ ସରକାର ଅଗ୍ନିବୀରମାନଙ୍କୁ ଭାରତୀୟ ସଶସ୍ତ୍ର ବାହିନୀରେ ସାମିଲ କରିବାର ପଥକୁ ମଞ୍ଜୁରୀ ଦେଇଛନ୍ତି। ସେ କହିଛନ୍ତି ଯେ ଯୋଜନା ଅନୁଯାୟୀ ବର୍କ୍ଷମାନ ୨୫ ପ୍ରତିଶତ ଅଗ୍ନିବୀରଙ୍କୁ ଯୋଗ୍ୟତା ଆଧାରରେ ନିୟମିତ ସେନାବାହିନୀରେ ନିଯୁକ୍ତି ଦିଆଯାଉଥିଲା ଏବଂ ଅବଶିଷ୍ଟ ୭୫ ପ୍ରତିଶତଙ୍କୁ ସେନା ଛାଡ଼ିବାକୁ ପଡ଼ୁଥିଲା। ଏବେ କ୍ୟାବିନେଟ୍ ଅବଶିଷ୍ଟ ୭୫ ପ୍ରତିଶତଙ୍କୁ ଦୁଇ ବର୍ଷର ସେବା ସମ୍ପ୍ରସାରଣ ପ୍ରଦାନ କରିବାକୁ ନିଷ୍ପକ୍ଷି ନେଇଛି। ସେ କହିଛନ୍ତି ଯେ ଏହି ଅତିରିକ୍ତ ଦୁଇ ବର୍ଷର ଅବଧି ପୂରଣ ହେବା ପରେ ସେନାରେ ସାମିଲ ହେବାକୁ ଇଚ୍ଛୁକ ଅଗ୍ନିବୀରମାନଙ୍କୁ ନିର୍ଦ୍ଦିଷ୍ଟ ଚୟନ ମାନଦଣ୍ଡ ଆଧାରରେ ସଶସ୍ତ୍ର ବାହିନୀରେ ନିଯୁକ୍ତି ଦିଆଯିବ।
ସିଡିଏସ୍ ଜେନେରାଲ ସୁବ୍ରମଣି କହିଛନ୍ତି ଯେ ଆଜି ଭାରତୀୟ ସଶସ୍ତ୍ର ବାହିନୀ ଏବଂ ଅଗ୍ନିବୀରମାନଙ୍କ ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିନ। କାରଣ କ୍ୟାବିନେଟ୍ ସମସ୍ତ ଅଗ୍ନିବୀରଙ୍କ ପାଇଁ ଭାରତୀୟ ସଶସ୍ତ୍ର ବାହିନୀରେ ସାମିଲ ହେବାର ରାସ୍ତା ଖୋଲିଛି। ‘ଅଗ୍ନିପଥ’ ଯୋଜନା ୧୪ ଜୁନ୍, ୨୦୨୨ରେ ଆରମ୍ଭ କରାଯାଇଥିଲା। ସେହି ସମୟରେ କୁହାଯାଇଥିଲା ଯେ ଅଗ୍ନିବୀରମାନଙ୍କର ନିରନ୍ତର କାର୍ଯ୍ୟଦକ୍ଷତା ମୂଲ୍ୟାଙ୍କନ କରାଯିବ ଏବଂ ସମୟ ସମୟରେ ଯୋଜନାର ସମୀକ୍ଷା କରାଯିବ। ସେ କହିଛନ୍ତି ଯେ ଅଗ୍ନିବୀରମାନଙ୍କର ପ୍ରଥମ ବ୍ୟାଚ୍ ଏବେ ଚାରି ବର୍ଷର କାର୍ଯ୍ୟକାଳ ପୂରଣ କରିବାକୁ ଯାଉଛି। ଏହି ଚାରି ବର୍ଷ ମଧ୍ୟରେ ସେମାନଙ୍କ କାର୍ଯ୍ୟର ମୂଲ୍ୟାଙ୍କନ କରିବା ପରେ ସେମାନଙ୍କ ସମ୍ପର୍କରେ ଆମକୁ ବହୁତ ସକାରାତ୍ମକ ମତାମତ ମିଳିଛି। ଏହାକୁ ଆଧାର କରି ଚାରି ବର୍ଷର କାର୍ଯ୍ୟକାଳ ପୂରଣ କରୁଥିବା ଅଗ୍ନିବୀରମାନଙ୍କୁ ଦୁଇ ବର୍ଷର ସେବା ସମ୍ପ୍ରସାରଣ ପ୍ରଦାନ କରାଯାଇଛି।
---------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ