ଝାରସୁଗୁଡ଼ାର ନୂତନ ଆରକ୍ଷୀ ଅଧୀକ୍ଷକ ଭାବେ ସୁଶ୍ରୀ ସୋନାଲି ସିଂହ ପରମାରଙ୍କ ଯୋଗଦାନ
Jharsuguda news SP join today
ଝାରସୁଗୁଡ଼ାର ନୂତନ ଆରକ୍ଷୀ ଅଧୀକ୍ଷକ ଭାବେ ସୁଶ୍ରୀ


ଝାରସୁଗୁଡ଼ା, 04 ନଭେମ୍ବର (ହି.ସ.)- ସୋନାଲି ସିଂହ ପରମାର, ଆଇ.ପି.ଏସ୍. (୨୦୨୨ ବ୍ୟାଚ୍), ଖୋର୍ଦ୍ଧାର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପଦରୁ ପଦୋନ୍ନତି ପାଇ ଝାରସୁଗୁଡ଼ା ଜିଲ୍ଲାର ନୂତନ ଆରକ୍ଷୀ ଅଧୀକ୍ଷକ ଭାବେ ଆଜି ଅପରାହ୍ନ ୪ ଘଟିକା ସମୟରେ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ସେ ପୂର୍ବତନ ଆରକ୍ଷୀ ଅଧୀକ୍ଷକ ଗୁଣ୍ଡାଲା ରାଘବେନ୍ଦ୍ର ରେଡ୍ଡୀଙ୍କଠାରୁ ଆନୁଷ୍ଠାନିକ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ।

ଏହି ଉପଲକ୍ଷେ ଝାରସୁଗୁଡ଼ା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାର ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀ ନବନିଯୁକ୍ତ ଆରକ୍ଷୀ ଅଧୀକ୍ଷକ ପରମାରଙ୍କୁ ପୁଷ୍ପଗୁଚ୍ଛ ଓ ପୁଷ୍ପଚାରା ପ୍ରଦାନ କରି ସ୍ୱାଗତ ଜଣାଇଥିଲେ। ଏଥିସହିତ ପୂର୍ବତନ ଆରକ୍ଷୀ ଅଧୀକ୍ଷକ ରାଘବେନ୍ଦ୍ର ରେଡ୍ଡୀଙ୍କୁ ମଧ୍ୟ ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନେ ଶୁଭେଚ୍ଛା ଜଣାଇ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande