
କେନ୍ଦ୍ରାପଡ଼ା, ୦୪ ନଭେମ୍ବର(ହି.ସ.) – କେନ୍ଦ୍ରାପଡ଼ା ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି - ୨୦୨୬' ଦେପୁରସ୍ଥିତ ସରସ୍ୱତୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଉଦଯାପିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଉôସବରେ ବ୍ଲକ୍ର ୧୭ଟି କ୍ଲଷ୍ଟର୍ର ବିଭିନ୍ନ ବିଦ୍ୟାଳୟରୁ ପାୟ ୫୦୦ ଛାତ୍ରଛାତ୍ରୀ ଯୋଗଦେଇ ନିଜ ଅନ୍ତର୍ନିହିତ ପ୍ରତିଭା ପ୍ରଦର୍ଶନ କରିଥିଲେ। ମଣ୍ଡଳଶିକ୍ଷାଧିକାରୀ ଶୁଭେନ୍ଦୁ ମହାରାଜଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ କେନ୍ଦ୍ରାପଡ଼ା ସାଂସଦଙ୍କ ପ୍ରତିନିଧି ବିଚିତ୍ର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିଶୁମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାର ପରିଚୟ ସୁରଭି ବୋଲି ବକ୍ତବ୍ୟ ରଖିଥିଲେ। ଜିଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ଜିଲା ପରିଷଦ ସଭ୍ୟ ରଶ୍ମିରଞ୍ଜନ ରାଉତ, ଓସ୍ତପୁର ସରପଂଚ ପ୍ରଶନ୍ନ କୁମାର ରାଉତ, ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ ରଞ୍ଜନ କୁମାର ରାଉତରାୟ, ସରସ୍ୱତୀ ହାଇସ୍କୁଲର ପଞ୍ଚସଖା ଶିକ୍ଷା ସେତୁ ସଭାପତି ଡକ୍ଟର ଉପେନ୍ଦ୍ରନାଥ ପ୍ରଧାନ, ବିଦ୍ୟାଳୟ ପରିଚାଳନା ସମିତି ସଭାପତି ରଶ୍ମିରଞ୍ଜନ ଚୌଧୁରୀ ପ୍ରମୁଖ ଯୋଗଦେଇଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ କାଦମ୍ୱିନୀ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିତର୍କ, ବକ୍ତୃତା, ରଚନା, ଚିତ୍ରାଙ୍କନ, କୁଇଜ୍, ସୃଜନାତ୍ମକ ଲିଖନ, ଦଳଗତ ସାଂସ୍କୃତିକ ନୃତ୍ୟ ଆଦି ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ପିଲାମାନଙ୍କ ଜ୍ଞାନ, କଳା , ସାହିତ୍ୟ ଓ ସଂସ୍କୃତି ଆଦି ପ୍ରତିଭାର ପରିପ୍ରକାଶ ହୋଇଥିଲା। ଶିଶୁ ମାନଙ୍କ ମଧ୍ୟରେ ଥିବା ପ୍ରତିଭାର ଅନ୍ୱେଷଣ, ଆତ୍ମବିଶ୍ୱାସର ବୃଦ୍ଧି, ସୃଜନଶୀଳତାର ବିକାଶ ତଥା ସେମାନଙ୍କୁ ଏକ ସୁନ୍ଦର ଭବିଷ୍ୟତ ଗଠନ ଦିଗରେ ପ୍ରେରଣା ଦେବା ହେଉଛି ଏହି ସୁରଭି କାର୍ୟ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଉପସ୍ଥିତ ଅତିଥି ମାନେ ଶିଶୁ ମାନଙ୍କର ପ୍ରତିଭାର ଉଚ୍ଚ ପ୍ରଶଂସା କରିବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଉଦଯାପନୀ ଉତ୍ସବ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ନାୟକଙ୍କ ସଂଯୋଜନା ଓ ମଣ୍ଡଳ ଶିକ୍ଷାଧିକାରୀ ଶୁଭେନ୍ଦୁ ମହାରାଜଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପ୍ରତିଷ୍ଠାତା ସଭ୍ୟ ଫକିର ଚରଣ ଖଟୁଆ, ସହ ମଣ୍ଡଳଶିକ୍ଷାଧିକାରୀ ରଞ୍ଜନ କୁମାର ରାଉତରାୟ, ନୋଡାଲ ପ୍ରଧାନ ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ତରାଇ, କଂସାର ସାହସପୁର ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ରଶ୍ମିରଞ୍ଜନ ପ୍ରଧାନ, ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତା ଦାଶରଥି ନାୟକ, ମାନଭଞ୍ଜନ ପ୍ରଧାନ, ଦୁଃଶାସନ ରାଉତ, ଅଶୋକ କୁମାର ସାହୁ, ନୋଡାଲ ସି.ଆର.ସି.ସି . କିଶୋର ଚନ୍ଦ୍ର ଜେନା, ଏଣ୍ଡର ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୀପକ କୁମାର ବେହେରା ପ୍ରମୁଖ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି