ରାଜନୀତିର ପଶାପାଲିରେ ବନ୍ଧା ପଡିଛି ବଲାଙ୍ଗୀରର ସ୍ୱାଭିମାନ ଲକ୍ଷ୍ମୀଜୋର୍ ପ୍ରକଳ୍ପ
ବଲାଙ୍ଗିର, 04 ନଭେମ୍ବର (ହି.ସ.) ବହୁବିଧ ଉଦ୍ଧେଶ୍ୟ ପୂର୍ତ୍ତୀ ଲକ୍ଷ୍ୟ ନେଇ ଲକ୍ଷ୍ମୀଜୋର ପ୍ରକଳ୍ପର ଶିଳାନ୍ୟାସ ହୋଇଥିଲା ୨୦୧୪ ମସିହାରେ । ଏହାର ଗୋଟିଏ ଦିନ ପରେ କ୍ଷୁଦ୍ର ଜଲ ସେଚନ ବିଭାଗର ସମସ୍ତ କର୍ମଚାରୀଙ୍କୁ ବଦଳି କରି ଦିଆଗଲା । ୨୦୧୬ ମସିହାର ଅନ୍ତିମ ଭାଗରେ ଏହାର କାର୍ଯ୍ୟ ଆରମ୍ଭ ହେଲା ।
ରାଜନୀତିର ପଶାପାଲିରେ ବନ୍ଧା ପଡିଛି ବଲାଙ୍ଗୀରର ସ୍ୱାଭିମାନ ଲକ୍ଷ୍ମୀଜୋର୍ ପ୍ରକଳ୍ପ


ବଲାଙ୍ଗିର, 04 ନଭେମ୍ବର (ହି.ସ.) ବହୁବିଧ ଉଦ୍ଧେଶ୍ୟ ପୂର୍ତ୍ତୀ ଲକ୍ଷ୍ୟ ନେଇ ଲକ୍ଷ୍ମୀଜୋର ପ୍ରକଳ୍ପର ଶିଳାନ୍ୟାସ ହୋଇଥିଲା ୨୦୧୪ ମସିହାରେ । ଏହାର ଗୋଟିଏ ଦିନ ପରେ କ୍ଷୁଦ୍ର ଜଲ ସେଚନ ବିଭାଗର ସମସ୍ତ କର୍ମଚାରୀଙ୍କୁ ବଦଳି କରି ଦିଆଗଲା । ୨୦୧୬ ମସିହାର ଅନ୍ତିମ ଭାଗରେ ଏହାର କାର୍ଯ୍ୟ ଆରମ୍ଭ ହେଲା । କିନ୍ତୁ ଆରମ୍ଭରୁ ରାଜନୀତିର ପଶାପାଲିରେ କିପରି ଏହା ପଥଭ୍ରଷ୍ଟ ହେଲା ତାର ପୁଙ୍ଖାନୁପୁଙ୍ଖ ବିବରଣୀ ଜାଣିବାକୁ ବଲାଙ୍ଗୀର ସ୍ୱାଭିମାନ ମଂଚ ଡକ୍ଟର ପ୍ରେମଚାନ୍ଦ ମହାନ୍ତି ଏବଂ ଶ୍ରୀ ବାମଦେବ ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପର ଏସଡିଓ ଇଂ ମାନଭଞନ ଶତପଥିଙ୍କୁ ସାକ୍ଷାତ କରି ବିସ୍ତୃତ ଭାବେ ଆଲୋଚନା କରିଥିଲେ ।

ଖରସେଲ୍ ଡଙ୍ଗରରୁ ଆରମ୍ଭ କରି ବେହେରାପାଲି ଗାଁ ପର୍ଯ୍ୟନ୍ତ ୮.୨ କିମି ପ୍ରକଳ୍ପ ପାଇଁ ୨୦ କୋଟି ୧୩ ଲକ୍ଷ ୭୨ ହଜାର ଟଙ୍କା ଅନୁଦାନରେ ଏହାର କାର୍ଯ୍ୟ ଆରମ୍ଭ ହୋଇଥିଲା । ୫୦ ମିଟର ଓସାରର ଏହି ନାଳ ପାଇଁ ୯ ଟି ଚେକ>ମେ୍ ର ବ୍ୟବସ୍ଥା ହୋଇଥିଲା । ସେଗୁଡିକ ଯଥାକ୍ରମେ ଗନ୍ଧରେଲ ଡେମ୍ ,ଡେମପଡା ,ପବ୍ଲିକ ସ୍କୁଲ ,ଚମାର୍ ପଡା , ଠିକାଦାର୍ ପଡା ,ଚିମନି ଭାଟି ପଡା ,ସତ୍ୟନାରାୟଣ ପଡା , ଅନ୍ୟ ଏକ ବ୍ରିଜ କମ୍ ବ୍ୟାରେଜ ଓ ଶେଷରେ ବେହେରାପାଲି ଡେମ ଠାରେ ଏହା ନିର୍ମିତ ହୋଇଥିଲା । ଚେକଡେମ୍ ନିର୍ମାଣର ମୂଖ୍ୟ ଉଦ୍ଧେଶ୍ୟ ବନ୍ୟାଜଳ ନିୟନ୍ତ୍ରଣ ,ବଳକା ଜଳକୁ ବାନ୍ଧି ରଖି ଏହାକୁ ଜଳ ସଂକଟ ସମୟରେ ଜନ ସାଧାରଣଙ୍କୁ ସହାୟତା କରିବା ,ଜଳ ସେଚନ ପାଇଁ ଚାଷ ଜମିକୁ ଜଳ ଯୋଗାଇବା ତଥା ଭୂଗର୍ଭସ୍ଥ ଜଳ ସ୍ତରକୁ ବୃଦ୍ଧି କରିବା । ଏହାର ସୁଫଳ ବହୁ ଲୋକ ପାଇ ଥିବାର ପ୍ରମାଣ ମଂଚ ପାଇଥିଲା ଯେପରିକି ଠିକାଦାରପଡା ଓ ଚିମନିଭାଟି ପଡାରେ ଏହି ଜୋର୍ ନିର୍ମାଣ ଆଗରୁ କୁଅମାନେ ଶୁଖି ଯାଉଥିଲା ତେଣୁ ଖରା ଦିନରେ ଏଠିକାର ବାସିନ୍ଦା ଜଳ କଷ୍ଟ ଭୋଗୁଥିଲେ କିନ୍ତୁ ଏବେ ଆଉ ସେ ସମସ୍୍ୟା ନାହିଁ । ପୁନଶ୍ଚ ଏହି ଜୋରର ଗଚ୍ଛିତ ଜଳ ଦ୍ୱାରା ବେହେରାପାଲି ଗ୍ରାମର ପ୍ରାୟ ୪୨୦ ଏକର୍ ଜମିକୁ ଜଳ ସେଚନର ସୁବିଧା ଯୋଇ ଦିଆ ଯାଉଛି । ୨୦୧୯ ମସିହାରେ ଆସିଥିବା ଭୀଷଣ ବନ୍ୟା ବିପର୍ଯୟ ଲକ୍ଷ୍ମୀଜୋରକୁ ବୃଥାରେ ବିତର୍କର ବଳୟ ଭିତରକୁ ଟାଣି ଆଣିଲା । ବିଭନ୍ନ ରାଜନୈତିକ ଦଳ ଏହାକୁ ନେଇ ରୁଟି ସେକିବା ଆରମ୍ଭ କରିଦେଲେ । ତାହାର ସୁଯୋଗ ନେଇ କେତେକ ଅସାମାଜିକ ବ୍ୟକ୍ତି ଗାର୍ଡୱାଲ୍ ଗୁଡିକୁ ଭାଙ୍ଗିଦେଲେ । ସେହି ଅଂଚଳ ଗୁଡିକ ଧୀରେ ଧୀରେ ଜବରଦଖଲ ହୋଇଗଲା । ଫଳତଃ ଯେତିକି ଅନୁଦାନ ଏହାର ତିଆରି ପାଇଁ ଆସିଥିଲା ସେଥିରୁ ପ୍ରାୟ ୨ କୋଟିରୁ ଉର୍ଦ୍ଧ୍ୱ ପରିମାଣ ସରକାରଙ୍କ ତହବିଲକୁ ଫେରିଗଲା । ଆଜିବି ଗନ୍ଧରେଲ ଓ ବେହେରାପାଲିର ଚେକଡେମରେ ସ୍ୱଚ୍ଛ ଜଳ ମିଳୁଥିବା ବେଳେ ଅନ୍ୟ ସ୍ଥାନମାଙ୍କରେ ଏପରି ଅସନା ପାଣି ମିଳୁଛି ଯାହା ପାଖ ଦେଇ ଲୋକେ ଗନ୍ଧରେ ଯାଇବି ପାରୁ ନାହାନ୍ତି । ପାଶ୍ୱର୍ବର୍ତ୍ତୀ ଅଂଚଳର ପ୍ରାୟତଃ ସବୁ ଅଧିବାସୀଙ୍କର ପାଇଖାନା ଓ ଶୌଚାଳୟର ବର୍ଜ୍ଜ୍ୟ ଜଳକୁ ବଡ ବଡ ପାଇପ ସାହାଯ୍ୟରେ ନାଳ ମଧ୍ୟକୁ ଛାଡି ଦିଆ ଯାଉଛି । କୁଢକୁଢ ନଡିଆ ଚୋପା ,ପଇଡ ଖୋଳପା ,ପଚାସଢା ପନିପରିବା ଓ ଫଳମୁଳକୁ ଏଠାରେ ଫୋପାଡି ଦିଆ ଯାଉଛି । ଠାଏଠାଏ ମଲା କୁକୁର ,ଘୁଷୁରୀ ତଥା ମଲା ମଣିଷର ଖପୁରୀ ହାତ ,ଗୋଡ ଏଠାରେ ଇତସ୍ତତ ହୋଇ ପଡିଥିବା ଦେଖା ଯାଉଛି । ବସ୍ତା ବସ୍ତା ପଲିଥିନକୁ ଏଠି ଡମ୍ପିଙ୍ଗ ୟାର୍ଡ ଭଳି ଫୋପାଡି ଦିଆ ଯାଉଛି । ବର୍ଷା ସମୟରେ ବିନା ବୁଝିଶୁଝି ଅସାମାଜିକ ବ୍ୟକ୍ତିମାନେ ଗାର୍ଡୱାଲ ଗୁଡିକୁ ଭାଙ୍ଗି ଦେଉଛନ୍ତି ଏବଂ ଚେକଡେମ୍ ର ଦ୍ୱାର ଖୋଲି ଦେଇ କୃତ୍ରିମ ବନ୍ୟାର ଧାରଣା ସୃଷ୍ଟି କରୁଛନ୍ତି । ନାଳର ଓସାର ଯଦିଓ ସବୁ ସ୍ଥାନରେ ୫୦ ଫୁଟ ରହିବା କଥା ତଥାପି ଜବରଦଖଲ ପାଇଁ କେଉଁ ସ୍ଥାନରେ ୭୦ ଫୁଟ ତ ଆଉ କେଉଁ ସ୍ଥାନରେ ୧୮ ଫୁଟ ଓସାର କରି କେନାଲଟିକୁ ସର୍ପିଳ ଗତିରେ ଯିବାକୁ ଦିଆ ଯାଉଛି । ବର୍ଷା ସମୟରେ ଏହି ଆବର୍ଜନା ସବୁ ଜଳ ନିଷ୍କାସନରେ ବାଧକ ସାଜୁଛି ଓ କୃତ୍ରିମ ବନ୍ୟା ସୃଷ୍ଟି କରୁଛି । ପ୍ରକୃତରେ ଏହି ପ୍ରକଳ୍ପ ତିଆରି ପ୍ରସ୍ତାବ ସମୟରେ ତାର ଉଭୟ ପାଶ୍ୱର୍ରେ ବଡ ଡ୍ରେନ ତିଆରି ପାଇଁ ପରାମର୍ଶ ଦିଆ ଯାଇଥିଲା କିନ୍ତୁ ଜବର ଦଖଲ ଉଚ୍ଛେଦ ହୋଇ ନପାରିବା ଯୋଗୁଁ ତଥା କେତେକ ନ୍ୟସ୍ତସାର୍ଥ ବ୍ୟକ୍ତିଙ୍କ ବିରୋଧ ଯୋଗୁଁ ଏହା ସମ୍ଭବ ହୋଇ ପାରୁନାହିଁ ।ଏଠାରୁ ଆବର୍ଜନା ସଫା କରିବା ଦାୟିତ୍ୱ ମୁନିସିପାଲିଟି କି ଏମ ଆଇ ପି ତାହା ଆଜି ପର୍ଯ୍ୟନ୍ତ ନିର୍ଦ୍ଧାରିତ ହୋଇ ପାରିନାହିଁ । ବିଶ୍ୱସ୍ଥ ସୂତ୍ରରୁ ଜଣା ଗଲାଯେ ଆଗାମୀ ଦିନରେ ଏହାର ସୌନ୍ଦଯ୍ରୀକରଣ ବାବଦରେ ମୁନିସିପାଲିଟିକୁ ପ୍ରାୟ ୩୩ କୋଟି ଟଙ୍କା ଅନୁଦାନ ମିଳିବାକୁ ଯାଉଛି । ଦେଖାଯାଉ ବଲାଙ୍ଗୀର ବାସୀ କେବେ ଏହାକୁ ଉପଭୋଗ କରିବେ । ଯଥାଶୀଘ୍ର ଏହି ପ୍ରକଳ୍ପର ସଫେଇ କାର୍ଯ୍ୟ ଆରମ୍ଭ କରିବାକୁ ମଂଚ ପକ୍ଷରୁ ଦାବୀ ଉପସ୍ଥାପନ ସହିତ ଏହା କାର୍ଯ୍ୟକାରୀ ନକଲେ ମଂଚ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବ ବୋଲି କତ୍ତ୍ୃର୍ପକ୍ଷଙ୍କୁ ଚେତାଇ ଦିଆ ଯାଇଥିଲା । ଏଠାରେ ସମସ୍ତ ବଲାଗୀରବାସୀଙ୍କ ସ୍ୱାର୍ଥ ପାଇଁ ରାଜନୀତିରୁ ଉର୍ଦ୍ଧ୍ୱରେ ରହି କାର୍ଯ୍ୟ କରିବାକୁ ଅନୁରୋଧ କରା ଯାଇଥିଲା । ଏହି ଆଲୋଚନାରେ ଭକ୍ତବନ୍ଧୁ ଯୋଷୀ ,ଉମାକାନ୍ତ ସାହୁ ,ତ୍ରିଲୋଚନ ମହାପାତ୍ର ,ଜ୍ୟୋତିରାଜ ନାଗ ,ରଞନ କୁମାର ପ୍ରଧାନ ,ଚିତ୍ତରଞନ ପୁରୋହିତ ,ବୁଠି ବେହେରା ,ଡା, ପ୍ରଶାନ୍ତ କୁମାର ପ୍ରଧାନ ,ସୁରେନ୍ଦ୍ର କୁମାର ତ୍ରିପାଠୀ ,ରାଘବ ପାଣିଗ୍ରାହୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande