ମହାଦେବ ଆପ୍ ମାମଲା: ମୁଖ୍ୟ ଅଭିଯୁକ୍ତ ସୌରଭ ଚନ୍ଦ୍ରାକର ୧୨ ନଭେମ୍ବର ପର୍ଯ୍ୟନ୍ତ ପୁଲିସ ହାଜତରେ
ରାୟପୁର, ୦୪ ନଭେମ୍ବର (ହି.ସ.)- ମହାଦେବ ବୁକ୍ ଆପ୍ ସହ ଜଡ଼ିତ ବେଆଇନ ବେଟିଂ ମାମଲାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ସୌରଭ ଚନ୍ଦ୍ରାକରଙ୍କୁ ଛତିଶଗଡ଼ର ରାୟପୁର ଏକ ଅଦାଲତ ୧୨ ନଭେମ୍ବର ପର୍ଯ୍ୟନ୍ତ ପୁଲିସ ହାଜତକୁ ପଠାଇଛନ୍ତି। ତଦନ୍ତ ସମ୍ପର୍କରେ ତାଙ୍କୁ ଦିଲ୍ଲୀ ନେବାକୁ ମଧ୍ୟ ଅଦାଲତ ଅନୁମତି ଦେଇଛ
ମହାଦେବ ଆପ୍ ମାମଲା: ମୁଖ୍ୟ ଅଭିଯୁକ୍ତ ସୌରଭ ଚନ୍ଦ୍ରାକର ୧୨ ନଭେମ୍ବର ପର୍ଯ୍ୟନ୍ତ ପୁଲିସ ହାଜତରେ


ରାୟପୁର, ୦୪ ନଭେମ୍ବର (ହି.ସ.)- ମହାଦେବ ବୁକ୍ ଆପ୍ ସହ ଜଡ଼ିତ ବେଆଇନ ବେଟିଂ ମାମଲାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ସୌରଭ ଚନ୍ଦ୍ରାକରଙ୍କୁ ଛତିଶଗଡ଼ର ରାୟପୁର ଏକ ଅଦାଲତ ୧୨ ନଭେମ୍ବର ପର୍ଯ୍ୟନ୍ତ ପୁଲିସ ହାଜତକୁ ପଠାଇଛନ୍ତି। ତଦନ୍ତ ସମ୍ପର୍କରେ ତାଙ୍କୁ ଦିଲ୍ଲୀ ନେବାକୁ ମଧ୍ୟ ଅଦାଲତ ଅନୁମତି ଦେଇଛନ୍ତି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ଏକ ସ୍ୱତନ୍ତ୍ର ଟିମ୍ ତାଙ୍କୁ ନଭେମ୍ବର ୧ ତାରିଖରେ ଓମାନରୁ ଭାରତ ଆଣିଥିଲା।

ସୌରଭ ଚନ୍ଦ୍ରାକରଙ୍କୁ ମଙ୍ଗଳବାର ରାୟପୁର ଅଣାଯାଇଥିଲା। ବୁଧବାର ତାଙ୍କୁ ଅଦାଲତରେ ହାଜର କରାଯାଇଥିଲା। ସେଠାରୁ ତାଙ୍କୁ ପୁଲିସ ହେପାଜତକୁ ପଠାଇବାକୁ ଆଦେଶ ଦିଆଯାଇଥିଲା। ଛତିଶଗଡ଼ରେ ରୁଜୁ ହୋଇଥିବା ମହାଦେବ ଆପ୍ ସହ ଜଡ଼ିତ ବେଆଇନ ବେଟିଂ ମାମଲାରେ ସେ ଫେରାର ଥିଲେ। ଭାରତରେ ପହଂଚିବା ପରେ ସିବିଆଇ ତାଙ୍କୁ ଗିରଫ କରିଥିଲା। ତାଙ୍କ ପ୍ରତ୍ୟର୍ପଣରେ ସହଯୋଗ କରିଥିବାରୁ ସିବିଆଇ ଓମାନ ସରକାର ଏବଂ ରୟାଲ ଓମାନ ପୁଲିସକୁ ଧନ୍ୟବାଦ ଜଣାଇଥିଲା। ଏଜେନ୍ସି ଏହାକୁ ବିଦେଶରୁ ପରିଚାଳିତ ଅନ୍ତର୍ଜାତୀୟ ଅପରାଧିକ ନେଟୱର୍କ ବିରୋଧରେ ଭାରତର କାର୍ଯ୍ୟାନୁଷ୍ଠାନର ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ବୋଲି କହିଥିଲା।

ଏହା ପୂର୍ବରୁ ସେପ୍େଟମ୍ବର ମାସରେ ସିବିଆଇ ମହାଦେବ ଅନଲାଇନ୍ ବେଟିଂ ଆପ୍ ମାମଲାରେ ଅନ୍ୟ ଜଣେ ପ୍ରମୁଖ ଅଭିଯୁକ୍ତ ଅଭିଷେକ କୁମାରଙ୍କୁ ଗିରଫ କରିଥିଲା। ଦୁବାଇରୁ ଭାରତ ଫେରିବା ପରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ତାଙ୍କୁ ଗିରଫ କରାଯାଇଥିଲା। ଅନଲାଇନ୍ ବେଟିଂ ଓ ଜୁଆ ନେଟୱର୍କ ପରିଚାଳନା କରିବା, ବିଭିନ୍ନ ପ୍ୟାନେଲ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଏବଂ ବେଟିଂରୁ ସଂଗୃହୀତ ଟଙ୍କା ଏକାଠି କରିବାରେ ସେ ସକ୍ରିୟ ଭୂମିକା ନିର୍ବାହ କରୁଥିବା ଅଭିଯୋଗ ରହିଛି।

ଉଲ୍ଲେଖଯୋଗ୍ୟ ଯେ ଛତିଶଗଡ଼ ସରକାରଙ୍କ ଅନୁରୋଧ କ୍ରମେ ସିବିଆଇ ମହାଦେବ ଆପ୍ ସହ ଜଡ଼ିତ ମାମଲାଗୁଡ଼ିକର ତଦନ୍ତ ନିଜ ହାତକୁ ନେଇଥିଲା। ମହାଦେବ ଆପ୍ ଅନଲାଇନ୍ ବେଟିଂ ସିଣ୍ଡିକେଟ୍ଗୁଡ଼ିକ ମଧ୍ୟରୁ ଗୋଟିଏ ଥିଲା। ଏହାର ପରିଚାଳନା ଭାରତ ବାହାରୁ କରାଯାଉଥିଲା। ଏହି ନେଟୱର୍କ ମାଧ୍ୟମରେ କ୍ରିକେଟ୍, ଫୁଟବଲ୍, ତାସ୍ ଖେଳ ଏବଂ ଅନ୍ୟାନ୍ୟ ଆୟୋଜନ ଉପରେ ବେଆଇନ ବେଟିଂ କରାଯାଉଥିଲା। ଏଥିପାଇଁ ସାରା ଦେଶରେ ଫ୍ରଂଚାଇଜି ପ୍ୟାନେଲ୍ ଓ ଶାଖାଗୁଡ଼ିକର ଏକ ନେଟୱର୍କ ଗଠନ କରାଯାଇଥିଲା। ଏହି ପ୍ୟାନେଲଗୁଡ଼ିକ ଲୋକଙ୍କୁ ନିଜ ସହ ଯୋଡ଼ି ବେଟିଂ ଟଙ୍କା ଜମା କରାଉଥିଲେ।

ସିବିଆଇ ତଦନ୍ତରୁ ଜଣାପଡ଼ିଛି ଯେ ବେଟିଂରୁ ମିଳୁଥିବା ଟଙ୍କାକୁ ବହୁ ସଂଖ୍ୟକ ମ୍ୟୁଲ୍ ବ୍ୟାଙ୍କ ଖାତା ମାଧ୍ୟମରେ ଏପଟସେପଟ କରାଯାଉଥିଲା। ଅନେକ ସ୍ତରରେ ଆର୍ôଥକ କାରବାର ପରେ ଏହି ଟଙ୍କାକୁ ହୱାଲା ନେଟୱର୍କ ମାଧ୍ୟମରେ ବିଦେଶ ପଠାଯାଉଥିଲା। ତଦନ୍ତକାରୀ ସଂସ୍ଥା ଅନୁଯାୟୀ, ବେଆଇନ ଆୟର ଏକ ଅଂଶ ସରକାରୀ ଅଧିକାରୀ ଓ କର୍ମଚାରୀମାନଙ୍କୁ କଥିତ ଭାବେ ସୁରକ୍ଷା ରାଶି ଦେବାରେ ମଧ୍ୟ ବ୍ୟବହାର କରାଯାଇଥିଲା। ସିବିଆଇ ଏହି ମାମଲାରେ ଦୁର୍ନୀତି ନିବାରଣ ଆଇନ, ୧୯୮୮, ଭାରତୀୟ ଦଣ୍ଡ ସଂହିତା ଏବଂ ଛତିଶଗଡ଼ ଜୁଆ (ନିଷେଧ) ଆଇନର ବିଭିନ୍ନ ଧାରା ଅନୁଯାୟୀ ଅଭିଯୋଗପତ୍ର ଦାଖଲ କରିଛି। ଏଥିରେ ଅପରାଧିକ ଷଡ଼ଯନ୍ତ୍ର, ଠକେଇ ଏବଂ ଜାଲିଆତି ସମ୍ପର୍କିତ ଅଭିଯୋଗ ସାମିଲ ରହିଛି। ସୌରଭ ଚନ୍ଦ୍ରାକରଙ୍କୁ ଏହି ଅଭିଯୋଗପତ୍ରଗୁଡ଼ିକରେ ପ୍ରମୁଖ ଅଭିଯୁକ୍ତଙ୍କ ମଧ୍ୟରେ ସାମିଲ କରାଯାଇଛି। ଅନ୍ୟପକ୍ଷରେ, ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ଭାରତ ଓ ବିଦେଶରେ ଥିବା ତାଙ୍କର ଅନେକ ସମ୍ପତି ଜବତ କରିସାରିଛି।

----------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande