ଶୃଙ୍ଖଳିତ ଭସାଣି ପରିଚାଳନା ପାଇଁ ମାର୍ଶାଘାଇ ପୋଲିସ ପ୍ରଶଂସିତ
କେନ୍ଦ୍ରାପଡ଼ା, ୦୪ ନଭେମ୍ବର(ହି.ସ.) – ଶାନ୍ତି ଶୃଙ୍ଖଳାର ସହିତ ମାର୍ଶାଘାଇ ଗଜଲକ୍ଷ୍ମୀ ଭସାଣି ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି କ୍ଷ ଶାନ୍ତି କମିଟି ଦ୍ୱାରା ସର୍ବସମ୍ମତି କ୍ରମେ ସ୍ଥିରୀକୃତ ସମୟ ଅନୁଯାୟୀ ସମସ୍ତ ୮ ଯାକ ମେଢ଼ ଭସାଣି ଉତ୍ସବରେ ସାମିଲ ହୋଇ ବିସର୍ଜିତ ହୋଇଥିଲା। ମାର୍ଶାଘାଇ ଥାନା
ଶୃଙ୍ଖଳିତ ଭସାଣି ପରିଚାଳନା ପାଇଁ ମାର୍ଶାଘାଇ ପୋଲିସ ପ୍ରଶଂସିତ


କେନ୍ଦ୍ରାପଡ଼ା, ୦୪ ନଭେମ୍ବର(ହି.ସ.) – ଶାନ୍ତି ଶୃଙ୍ଖଳାର ସହିତ ମାର୍ଶାଘାଇ ଗଜଲକ୍ଷ୍ମୀ ଭସାଣି ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି କ୍ଷ ଶାନ୍ତି କମିଟି ଦ୍ୱାରା ସର୍ବସମ୍ମତି କ୍ରମେ ସ୍ଥିରୀକୃତ ସମୟ ଅନୁଯାୟୀ ସମସ୍ତ ୮ ଯାକ ମେଢ଼ ଭସାଣି ଉତ୍ସବରେ ସାମିଲ ହୋଇ ବିସର୍ଜିତ ହୋଇଥିଲା। ମାର୍ଶାଘାଇ ଥାନା ଅଧିକାରୀ ତପନ କୁମାର ନାୟକଙ୍କ ତତ୍ୱାବଧାନରେ ଏସ୍ଆଇ ଧରିତ୍ରୀ ଜେନା, ଏସ୍ଆଇ ପ୍ରବୀଣ କାନ୍ଦୁଲାନାଙ୍କ ସମେତ ସମସ୍ତ ହାବିଲଦାର, କନେଷ୍ଟବଳ ସଜାଗ ରହିଥିବାରୁ ଶୃଙ୍ଖଳିତ ଭାବେ ଭସାଣି ଉତ୍ସବ ଉଦଯାପିତ ହୋଇଥିବାରୁ ଥାନପତି ଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ପ୍ରଶଂସା କରାଯାଇଛି। ଏହି ଅବସରରେ ମାର୍ଶାଘାଇ ଥାନପତି ମେଢ଼ ପାଖରେ ଶାନ୍ତିଶୃଙ୍ଖଳା ରକ୍ଷା ଦାୟିତ୍ୱରେ ଥିବା ମାର୍ଶାଘାଇ ଥାନାର ଏଏସଆଇ ଚିନ୍ମୟ ମହାନ୍ତି ଏବଂ ଅନ୍ୟ ସଦସ୍ୟଙ୍କୁ ପୂଜକ୍ଷକମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା କ୍ଷ କମିଟି ପକ୍ଷରୁ ସଭାପତି ବିଶ୍ୱଜିତ ବେହେରା, ସମ୍ପାଦକ ଅମରେନ୍ଦ୍ର ବେହେରା, ବରିଷ୍ଠ ସଦସ୍ୟ ବିଚିତ୍ରାନନ୍ଦ ବେହେରା, ବିଜୟ କୁମାର ବେହେରା, ପାର୍ଥସାରଥୀ ବେହେରା, କଣ୍ଡୁରୀ ବେହେରା, ସନ୍ତୋଷ ବେହେରା, କାହ୍ନୁ ବେହେରା, ରାମଚନ୍ଦ୍ର ବେହେରା, ସ୍ମୃତିରଞ୍ଜନ ବେହେରା, ଧର୍ମେନ୍ଦ୍ର ବେହେରା, ସର୍ବେଶ୍ୱର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande