୨୦ ହଜାରରୁ ଊର୍ଦ୍ଧ୍ବ ଶ୍ରମିକ ଓ ବିଦ୍ୟୁତ୍ ଉପଭୋକ୍ତାଙ୍କ ମହା ସମାବେଶ, ୧୦୦ରୁ ଊର୍ଦ୍ଧ୍ୱ ସରପଞ୍ଚଙ୍କ ସମେତ ବିଭିନ୍ନ ବର୍ଗର ସମର୍ଥନ, ୩୫ ଦିନର ଧାରଣା ପରେ ସାମୁହିକ ଆମରଣ ଅନଶନ ଆରମ୍ଭ
ଭୁବନେଶ୍ୱର, 04 ନଭେମ୍ବର (ହି.ସ.) ଓଡ଼ିଶାର ବିଦ୍ୟୁତ୍ କ୍ଷେତ୍ରରେ ଠିକା ଶ୍ରମିକଙ୍କ ଗଣ ଛଟେଇ, ଜୀବିକା ଉପରେ ଆକ୍ରମଣ ଓ ବିଦ୍ୟୁତ୍ ଉପଭୋକ୍ତାଙ୍କ ଉପରେ ଆର୍ଥିକ ଶୋଷଣ ବିରୋଧରେ ଆଜି ଭୁବନେଶ୍ବରର ଲୋୟର ପିଏମ୍ଜି ଠାରେ ଏକ ବିଶାଳ ମହା ଜନ ଆନ୍ଦୋଳନ ଅନୁଷ୍ଠିତ ହୋଇଛି। ଓଡିଶା ବିଦ୍ୟୁତ ଉପଭୋକ୍ତା ଓ ଠ
୨୦ ହଜାରରୁ ଊର୍ଦ୍ଧ୍ବ ଶ୍ରମିକ ଓ ବିଦ୍ୟୁତ୍ ଉପଭୋକ୍ତାଙ୍କ ମହା ସମାବେଶ


ଭୁବନେଶ୍ୱର, 04 ନଭେମ୍ବର (ହି.ସ.) ଓଡ଼ିଶାର ବିଦ୍ୟୁତ୍ କ୍ଷେତ୍ରରେ ଠିକା ଶ୍ରମିକଙ୍କ ଗଣ ଛଟେଇ, ଜୀବିକା ଉପରେ ଆକ୍ରମଣ ଓ ବିଦ୍ୟୁତ୍ ଉପଭୋକ୍ତାଙ୍କ ଉପରେ ଆର୍ଥିକ ଶୋଷଣ ବିରୋଧରେ ଆଜି ଭୁବନେଶ୍ବରର ଲୋୟର ପିଏମ୍ଜି ଠାରେ ଏକ ବିଶାଳ ମହା ଜନ ଆନ୍ଦୋଳନ ଅନୁଷ୍ଠିତ ହୋଇଛି। ଓଡିଶା ବିଦ୍ୟୁତ ଉପଭୋକ୍ତା ଓ ଠିକା କର୍ମଚାରୀ ମହାସଂଘ ପକ୍ଷରୁ ଆୟୋଜିତ ଏହି ଜନ ଆନ୍ଦୋଳନରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଦଣ୍ଡ ମୁଣ୍ଡିଆ ମାରି ଆସିଥିିବା ୨୦ ହଜାରରୁ ଊର୍ଦ୍ଧ୍ବ ବିଦ୍ୟୁତ୍ ଠିକା ଶ୍ରମିକ ଓ ଉପଭୋକ୍ତା ଏକାଠି ହୋଇ ‘ଟାଟା ହଟାଅ, ଓଡିଶା ବଞ୍ଚାଅ' ଆନ୍ଦୋଳନକୁ ଅଭୂତପୂର୍ବ ତୀବ୍ରତା ପ୍ରଦାନ କରିଛନ୍ତି ।

ଆଜିର ଏହି ମହା ଜନ ଆନ୍ଦୋଳନ କେବଳ ବିଦ୍ୟୁତ୍ ଠିକା ଶ୍ରମିକଙ୍କ ମଧ୍ୟରେ ସୀମିତ ରହିନାହିଁ। ଏହି ଆନ୍ଦୋଳନରେ ୧୦୦ରୁ ଊର୍ଦ୍ଧ୍ୱ ସରପଞ୍ଚ, ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ଓକିଲ ସଂଘର ପ୍ରତିନିଧ୍, ବ୍ଲକ୍ ଅଧ୍ଯକ୍ଷ, ପଞ୍ଚାୟତ ସମିତି ସଦସ୍ୟ, ବିଦ୍ୟୁତ୍ ଉପଭୋକ୍ତା ମଞ୍ଚର ନେତୃତ୍ବ, ବୁଦ୍ଧିଜୀବୀ ଓ ସମାଜର ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେଇ ଆନ୍ଦୋଳନକୁ ଦୃଢ ସମର୍ଥନ ଜଣାଇଛନ୍ତି। ଏହି ବ୍ୟାପକ ଜନ ସମର୍ଥନ ପ୍ରମାଣ କରୁଛି ଯେ, ଟାଟା ପାୱାର ବିରୋଧରେ ଉଠିଥିବା ସ୍ବର କେବଳ ଶ୍ରମିକଙ୍କ ଅସନ୍ତୋଷ ନୁହେଁ; ଏହା ଓଡିଶାର ସାଧାରଣ ଜନତା, ଗ୍ରାମୀଣ ନେତୃତ୍ଵ, ଉପଭୋକ୍ତା ଓ ସଚେତନ ନାଗରିକ ସମାଜର ଏକ ସମ୍ମିଳିତ ପ୍ରତିବାଦ ବୋଲି ମହାସଂଘ ପକ୍ଷରୁ ଏକ ପ୍ରେସ ବିବୃତିରେ କୁହାଯାଇଛି ।

ମହାସଂଘ ପକ୍ଷରୁ କୁହାଯାଇଛି ଯେ. ଦୀର୍ଘ ୩୫ ଦିନ ଧରି ଚାଲିଥିାବା ଧାରଣା ସତ୍ତ୍ବେ ରାଜ୍ୟ ସରକାର ଓ ଟାଟା ପାୱାର କର୍ତ୍ତୃପକ୍ଷଙ୍କ ନିରବତା ଆଜି ଆନ୍ଦୋଳନକୁ ଏକ ନିର୍ଣ୍ଣାୟକ ମୋଡରେ ପହଞ୍ଚାଇଛି। ନିଜ ରାଜ୍ୟରେ କାମ କରି ପରିବାର ପୋଷଣ କରୁଥିବା ହଜାର ହଜାର ଶ୍ରମିକ ଆଜି ଚାକିରି ହରାଇ ନିଜ ପରିବାରକୁ ଦୁଇ ବେଳା ଖାଇବା ଯୋଗାଇବାରେ ଅସମର୍ଥ ପରିବାରର ମୁହଁରେ ଆହାର ଯୋଗାଇବାକୁ ଅସମର୍ଥ ଶ୍ରମିକମାନେ ନିଜ ଜନ୍ମ ମାଟି ଛାଡି ଦାଦନ ଖଟିବାକୁ ଯିବା ପାଇଁ ଅନୁମତି ମାଗିବାକୁ ବାଧ୍ୟ ହେଉଛନ୍ତି। ଏହା ଓଡିଶାର ଶ୍ରମିକ ସମାଜ ପାଇଁ ଏକ ଅତ୍ୟନ୍ତ ଦୁଃଖଦ ଓ ଲଜ୍ଜା ଜନକ ପରିସ୍ଥିତି।

ଗତ ମେ ମାସରେ ଭାରତୀୟ ମଜଦୁର ସଂଘର ନେତୃତ୍ବରେ ୧୩ ଦିନ ଧରି ଚାଲିଥିୟବା ଐତିହାସିକ ଆନ୍ଦୋଳନ ପରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଓ ପ୍ରତିଶ୍ରୁତି ଆଧାରରେ ୩୧୫୫ ଜଣ ଶ୍ରମିକଙ୍କ ଛଟେଇ ନୋଟିସ୍ ପ୍ରତ୍ୟାହାର କରାଯାଇଥିଲା। କିନ୍ତୁ ଟାଟା ପାୱାର ପୁନର୍ବାର ରାତି ଅଧୂଆ ଛଟେଇ ନୋଟିସ୍ ଜାରି କରି ଶ୍ରମିକଙ୍କ ଜୀବନ ଜୀବିକାକୁ ଅନିଶ୍ଚିତତା ମଧ୍ଯକୁ ଠେଲିଦେଇଛି। ଏହା କେବଳ ଶ୍ରମିକଙ୍କ ଉପରେ ଆକ୍ରମଣ ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ଓ ସରକାରୀ ହସ୍ତକ୍ଷେପକୁ ମଧ୍ଯ

ଅନ୍ୟ ପଟେ, ଟାଟା ପାୱାରର ବିଦ୍ୟୁତ୍ ବିତରଣ ବ୍ୟବସ୍ଥାକୁ ନେଇ ଉପଭୋକ୍ତାଙ୍କ ଅସନ୍ତୋଷ ମଧ୍ଯ ଦିନକୁ ଦିନ ବଢୁଛି। ଅତ୍ୟକ ବିଦ୍ୟୁତ୍ ବିଲ୍, ସ୍ମାର୍ଟ ମିଟରକୁ ନେଇ ଅଭିଯୋଗ, ଅନିୟମିତ ବିଦ୍ୟୁତ୍ କାଟ୍ ଓ ବିଭିନ୍ନ ଅତିରିକ୍ତ ଶୁକ୍ଳ ଉପଭୋକ୍ତାଙ୍କୁ ଅସହାୟ କରିଛି। ଏହା ସ୍ପଷ୍ଟ କରୁଛି ଯେ, ଟାଟା ପାୱାରର ନୀତି ଶ୍ରମିକ ଓ ଉପଭୋକ୍ତା ଉଭୟଙ୍କ ସ୍ବାର୍ଥ ବିରୋଧୀ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି ।

ଆଜିର ଆନ୍ଦୋଳନରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଶ୍ରମିକମାନେ ନିଜ ଦୁଃଖ, ଯନ୍ତ୍ରଣା ଓ ଅସହାୟତାର କାହାଣୀ ନେଇ ସାମିଲ ହୋଇଛନ୍ତି। ସରପଞ୍ଚ ଓ ଗ୍ରାମପଞ୍ଚାୟତ ସ୍ତରରେ 'ଟାଟା ହଟାଅ, ଓଡିଶା ବଞ୍ଚାଅ' ପ୍ରସ୍ତାବ ଗୃହୀତ ହୋଇଥିବା ସହ ବିଦ୍ୟୁତ୍ ଉପଭୋକ୍ତାଙ୍କ ଦସ୍ତଖତ ସଂଗ୍ରହ ମାଧ୍ୟମରେ ଜନ ସମର୍ଥନ ମଧ୍ଯ ଦୃଢ ହୋଇଛି।

ଏହି ପରିସ୍ଥିତିରେ ଓଡିଶା ବିଦ୍ୟୁତ୍ ଠିକା କର୍ମଚାରୀ ମିଳିତ ମଞ୍ଚ ଆଜି ଏକ ଦୃଢ ନିଷ୍ପରି ନେଇଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଭୁବନେଶ୍ବରରୁ ଫେରିବେ ନାହିଁ ବୋଲି ଘୋଷଣା କରି ଆଜିଠାରୁ ସାମୂହିକ ଆମରଣ ଅନଶନ ଆରମ୍ଭ କରାଯାଇଛି ।

ଆନ୍ଦୋଳନକାରୀଙ୍କ ମୁଖରେ ସ୍ଲୋଗାନ — “ଟାଟା ହଟାଅ —ଓଡିଶା ବଞ୍ଚାଅ!”

ମହାସଂଘ ପକ୍ଷରୁ କୁହାଯାଇଛି ଯେ, ଏହା କେବଳ ଚାକିରି ସୁରକ୍ଷାର ଲଢେଇ ନୁହେଁ; ଏହା ଓଡ଼ିଆ ଶ୍ରମିକଙ୍କ ସମ୍ମାନ, ଜୀବିକା, ବିଦ୍ୟୁତ୍ ଉପଭୋକ୍ତାଙ୍କ ଅଧିକାର ଓ

ଆନ୍ଦୋଳନକାରୀମାନେ ଦାବି କରିଛନ୍ତି ଯେ, ବିଦ୍ୟୁତ୍ କ୍ଷେତ୍ରରେ ଅନ୍ୟାୟ ଛଟେଇ ବନ୍ଦ କରାଯାଉ, ଛଟେଇ ହୋଇଥିବା ଶ୍ରମିକଙ୍କୁ ପୁନଃ ନିଯୁକ୍ତି ଓ ଚାକିରି ସୁରକ୍ଷା ଦିଆଯାଉ, ଠିକା ଶ୍ରମିକଙ୍କ ଉଚିତ ଦରମା ଓ ସାମାଜିକ ସୁରକ୍ଷା ସୁନିଶ୍ଚିତ ହେଉ, ବିଦ୍ୟୁତ୍ ଉପଭୋକ୍ତାଙ୍କ ଉପରେ ଅନ୍ୟାୟ ଆର୍ଥିକ ବୋଝ ବନ୍ଦ ହେଉ ଏବଂ ମୁଖ୍ୟମନ୍ତ୍ରୀଙ୍କ ପୂର୍ବ ପ୍ରତିଶ୍ରୁତି ତୁରନ୍ତ କାର୍ଯ୍ୟକାରୀ ହେଉ। ରାଜ୍ୟ ସରକାର ଯଦି ଏବେ ମଧ୍ଯ ନିରବ ରହିବେ ଓ ଟାଟା ପାୱାରର ଜନ ବିରୋଧୀ କାର୍ଯ୍ୟକଳାପକୁ ରୋକିବାରେ ବିଫଳ ହେବେ, ତେବେ ହଜାର ହଜାର ଓଡିଆ ବିଦ୍ୟୁତ୍ ଠିକା ଶ୍ରମିକଙ୍କ ଭବିଷ୍ୟତ ଅନ୍ଧକାରମୟ ହେବା ସହ ଆନ୍ଦୋଳନ ଆହୁରି ବ୍ୟାପକ ଓ ତୀବ୍ର ହେବା ଏହାର ସମ୍ପୂର୍ଣ୍ଣ ଦାୟିତ୍ଵ ରାଜ୍ୟ ସରକାର ଓ ଟାଟା ପାୱାର କର୍ତ୍ତୃପକ୍ଷଙ୍କ ଉପରେ ରହିବ ବୋଲି ସେମାନେ ଆନ୍ଦୋଳନକାରୀ ମାନେ ଚେତାବନୀ ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande