
କେନ୍ଦ୍ରାପଡ଼ା, ୦୪ ନଭେମ୍ବର(ହି.ସ.) – ମାର୍ଶାଘାଇ ତହସିଲ କାର୍ୟ୍ୟାଳୟରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସକଙ୍କ ରାଜସ୍ୱ ଜନଶୁଣାଣୀ ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର ମଲିକ ଯୋଗ ଦେଇ ଅଭିଯୋଗର ଶୁଣାଣୀ କରିଥିଲେ। ମାର୍ଶାଘାଇ ତହସିଲଦାର ଶ୍ରୀକାନ୍ତ ପରିଜା, ଅତିରିକ୍ତ ତହସିଲଦାର ଲକ୍ଷ୍ମୀପ୍ରିୟା ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ମାର୍ଶାଘାଇ ରାଜସ୍ୱ ନିରୀକ୍ଷକ ରାଜେଶ ସେଠୀ, ଦୁମୁକା ସର୍କଲର ନିରୀକ୍ଷକ ତନ୍ମୟା ତପସ୍ୱିନୀ ମୁର୍ମୁ, ତାଳସଙ୍ଗା ସର୍କଲର ଅରବିନ୍ଦ ଦାସ, ନେମ୍ବରା ସର୍କଲର ବିଜୟାଲକ୍ଷ୍ମୀ ପଲେଇ, ପେଣ୍ଠ ସର୍କଲର ଆଶୀର୍ବାଦ ବେହେରା, କରିଲୋପାଟଣା ସର୍କଲର ଜୟରାମ ବେହେରା, ଯମପଡ଼ା ସର୍କଲର ସୋନାଲି ଅପରାଜିତା ଦାସ, ପଳାସପୁର ସର୍କଲର ରାଜସ୍ୱ ନିରୀକ୍ଷକ ସ୍ୱାଗତିକା ମଲ୍ଲ, ଅମିନ ଦିଲ୍ଲୀପ କୁମାର ଦାସ, କନିଷ୍ଠ ସହାୟକ ସତ୍ୟ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି