ପାହାଡ଼ ଉପରେ ଓ ତଳେ ଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିବ
ଭୁବନେଶ୍ୱର, ୦୪ ନଭେମ୍ବର (ହି.ସ)- ଗଜପତି ଓ କନ୍ଧମାଳ ଭଳି ଜିଲ୍ଲାରେ ଅନେକ ପାହାଡ଼ ଓ ପର୍ବତ ରହିଛି। ଏହି ପାହାଡ଼ଗୁଡ଼ିକର ପାଦଦେଶରେ ଅନେକ ଲୋକ ବସବାସ କରୁଛନ୍ତି ଏବଂ ଚାଷବାସ କରି ଜୀବିକା ନିର୍ବାହ କରୁଛନ୍ତି। କିନ୍ତୁ ପାହାଡ଼ରୁ ପଥର ଓ ମାଟି ଖସି ସିଧାସଳଖ ଘର ଉପରେ ପଡ଼ିବା ଯୋଗୁଁ ସେମାନଙ୍କ ଜୀବନ ଓ
suresh pujari


ଭୁବନେଶ୍ୱର, ୦୪ ନଭେମ୍ବର (ହି.ସ)- ଗଜପତି ଓ କନ୍ଧମାଳ ଭଳି ଜିଲ୍ଲାରେ ଅନେକ ପାହାଡ଼ ଓ ପର୍ବତ ରହିଛି। ଏହି ପାହାଡ଼ଗୁଡ଼ିକର ପାଦଦେଶରେ ଅନେକ ଲୋକ ବସବାସ କରୁଛନ୍ତି ଏବଂ ଚାଷବାସ କରି ଜୀବିକା ନିର୍ବାହ କରୁଛନ୍ତି। କିନ୍ତୁ ପାହାଡ଼ରୁ ପଥର ଓ ମାଟି ଖସି ସିଧାସଳଖ ଘର ଉପରେ ପଡ଼ିବା ଯୋଗୁଁ ସେମାନଙ୍କ ଜୀବନ ଓ ସମ୍ପତି ପ୍ରତି ବଡ଼ ବିପଦ ସୃଷ୍ଟି ହେଉଛି। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସରକାରଙ୍କ ପକ୍ଷରୁ ସର୍ଭେ କରିବା ସହ ବିଶେଷଜ୍ଞମାନଙ୍କ ପରାମର୍ଶ ନିଆଯାଇଛି। ଯେଉଁ ଅଂଚଳରେ ଘରଗୁଡ଼ିକ ପାହାଡ଼ ଧସିବାର ଅଧିକ ବିପଦ ମଧ୍ୟରେ ରହିଛି, ସେଠାକାର ପରିବାରଗୁଡ଼ିକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ସମ୍ପ୍ରତି ଯେଉଁ ଭୂସ୍ଖଳନ ଘଟଣା ଘଟିଛି, ସେଥିରେ ପ୍ରଭାବିତ ପରିବାରମାନଙ୍କୁ ମଧ୍ୟ ଏହି ପରାମର୍ଶ ଦିଆଯାଇଛି। ସେମାନେ ସରକାରଙ୍କ ପରାମର୍ଶକୁ ଗ୍ରହଣ କରିଛନ୍ତି। ନୂତନ ଭାବରେ ଘର ନିର୍ମାଣ ପାଇଁ ସେମାନେ ଯେଉଁ ସୁରକ୍ଷିତ ସ୍ଥାନ ପସନ୍ଦ କରିବେ, ସେହି ସ୍ଥାନରେ ସରକାର ଘର ନିର୍ମାଣ କରିଦେବେ।

ଏଥିପାଇଁ ରାଜ୍ୟ ସରକାରଙ୍କ ସମ୍ପୃକ୍ତ ବିଭାଗ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଘର ନିର୍ମାଣ ସହାୟତା ବାବଦରେ ୧ ଲକ୍ଷ ୪୦ ହଜାର ଟଙ୍କାର ବ୍ୟବସ୍ଥା ରହିଛି। ଏହି ଅର୍ଥକୁ ଅନ୍ତ୍ୟୋଦୟ ଗୃହ ଯୋଜନା ସହିତ ସମନ୍ୱୟ କରି ପ୍ରଭାବିତ ପରିବାରମାନଙ୍କୁ ଘର ଯୋଗାଇ ଦିଆଯିବ।

ଏହା ସହିତ ଘର ନିର୍ମାଣ ପାଇଁ ଆବଶ୍ୟକ ଜମିର ବ୍ୟବସ୍ଥା ମଧ୍ୟ ସରକାର କରିବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନୂତନ ଘରଗୁଡ଼ିକ ଆଉ ପାହାଡ଼ ଧସିବା କିମ୍ବା ପଥର ଖସିବା ଭଳି ବିପଦସଙ୍କୁଳ ସ୍ଥାନରେ ନିର୍ମାଣ କରାଯିବ ନାହିଁ। ସୁରକ୍ଷିତ ସ୍ଥାନ ଚୟନ କରି ସେଠାରେ ପ୍ରଭାବିତ ପରିବାରମାନଙ୍କୁ ପୁନର୍ବାସ କରାଯିବ।

ଲୋକଙ୍କ ଜୀବନର ସୁରକ୍ଷା ହିଁ ସରକାରଙ୍କ ପ୍ରଥମ ପ୍ରାଥମିକତା। କେବଳ ବିପର୍ଯ୍ୟୟ ପରେ ସହାୟତା ଦେବା ନୁହେଁ, ଭବିଷ୍ୟତରେ ଏଭଳି ବିପଦକୁ ରୋକିବା ଓ ବିପଦସଙ୍କୁଳ ଅଂଚଳର ଲୋକମାନଙ୍କୁ ସୁରକ୍ଷିତ ଜୀବନ ଦେବା ଆମର ଲକ୍ଷ୍ୟ ବୋଲି ମନ୍ତ୍ରୀ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande