
ମୁଖୀଗୁଡା,୪ନଭେମ୍ବର (ହି.ସ.)-ଆଜି ଜୟପାଟଣା ବ୍ଲକ ଅନ୍ତର୍ଗତ ଭଇଁରିପାଲି ପଞ୍ଚାୟତ ଅନ୍ତର୍ଗତ ବିମଳା ଗ୍ରାମର ସରକାରୀ ଜମିକୁ ଜବରଦଖଲରୁ ମୁକ୍ତ କରିବା ପାଇଁ ଗ୍ରାମବାସୀ ଜୟପାଟଣା ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।ଜୟପାଟଣା ତହସିଲ ଅନ୍ତର୍ଗତ ବିମଳା ମୌଜ଼ାର ଖାତା ନମ୍ୱର ୨୯୯ ପ୍ଲଟ ନମ୍ବର ୬୯୮ ,୯ ଡ଼ିସିମିଲ ସରକାରୀ ଜମିକୁ ଜବର ଦଖଲ କରାଯାଇଥିବାରୁ ଗ୍ରାମର ଗାଈ, ଗୋରୁ ଛେଳି ମେଣ୍ଢା ଚରିବା ପାଇଁ ଅସୁବିଧା ସମ୍ଭୁଖିନ ହେଉଥିବାରୁ ବିମଳା ଗ୍ରାମର ଗ୍ରାମବାସୀ ଜୟପାଟଣା ତହସିଲଦାରଙ୍କୁ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି ।ଜୟପାଟଣା ତହସିଲଦାର ଦୀପ୍ତିରେଖା ବାଗ ଖୁବ ଶୀଘ୍ର ଉକ୍ତ ଜମିକୁ ଜବର ଦଖଲରୁ ମୁକ୍ତ କରାଯିବ ବୋଲି ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ନିହାର