ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ଓ ବିକଶିତ ଭାରତ ୟଙ୍ଗ୍ ଲିଡର୍ସ ଡାଏଲଗ୍ କାର୍ଯ୍ୟକ୍ରମ
ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ଓ ବିକଶିତ ଭାରତ ୟଙ୍ଗ୍ ଲିଡର୍ସ ଡାଏଲଗ୍ କାର୍ଯ୍ୟକ୍ରମ
ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ଓ ବିକଶିତ ଭାରତ ୟଙ୍ଗ୍ ଲିଡର୍ସ ଡାଏଲଗ୍ କାର୍ଯ୍ୟକ୍ରମ


ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ଓ ବିକଶିତ ଭାରତ ୟଙ୍ଗ୍ ଲିଡର୍ସ ଡାଏଲଗ୍ କାର୍ଯ୍ୟକ୍ରମ


ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ଓ ବିକଶିତ ଭାରତ ୟଙ୍ଗ୍ ଲିଡର୍ସ ଡାଏଲଗ୍ କାର୍ଯ୍ୟକ୍ରମ


ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ଓ ବିକଶିତ ଭାରତ ୟଙ୍ଗ୍ ଲିଡର୍ସ ଡାଏଲଗ୍ କାର୍ଯ୍ୟକ୍ରମ


ସମ୍ବଲପୁର, ୦୪, ନଭେମ୍ବର (ହି.ସ.) ଆଜି

ସମ୍ବଲପୁର ଠାରେ ଜିଲ୍ଲାସ୍ତରୀୟ ‘ମାଣ୍ଡିଆ ଦିବସ’ ତଥା ‘ବିକଶିତ ଭାରତ ୟଙ୍ଗ୍ ଲିଡର୍ସ ଡାଏଲଗ୍-୨୦୨୭ କାର୍ଯ୍ୟକ୍ରମ ସ୍ଥାନୀୟ ତପସ୍ୱିନୀ ପ୍ରେକ୍ଷାଳୟ ପରିସରରେ ଆୟୋଜିତ ହୋଇଯାଇଛି।

ଏହି ଅବସରରେ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ, ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବଶକ୍ତି ହିଁ ରାଷ୍ଟ୍ରଶକ୍ତି ଏବଂ ଆଗାମୀ ଦିନର ଭବିଷ୍ୟତ ବୋଲି ଆହ୍ୱାନ ଦେଇଥିଲେ । ମାଁ ସମଲେଶ୍ୱରୀଙ୍କ ପବିତ୍ର ଭୂମି ସମ୍ବଲପୁର ପ୍ରାକୃତିକ ସମ୍ପଦ, କୃଷି, ଜଙ୍ଗଲଜାତ ଦ୍ରବ୍ୟ ଓ ଖଣିଜରେ ସମୃଦ୍ଧ ବୋଲି ଉଲ୍ଲେଖ କରିବା ସହ ଇତିହାସ, ନିଜ ମାଟି, ଭାଷା ଓ ପରମ୍ପରାକୁ ମନେ ରଖି ଆଗକୁ ବଢ଼ିବାକୁ ସେ ଉପସ୍ଥିତ ଛାତ୍ରଛାତ୍ରୀ ତଥା ଯୁବପିଢ଼ିଙ୍କୁ ପରାମର୍ଶ ଦେଇଥିଲେ। ଅତୀତରେ ଦାରିଦ୍ର୍ୟ ଓ ଅଭାବ ସମୟରେ ଲୋକଙ୍କ ଜୀବନ ବଞ୍ଚାଇଥିବା ମାଣ୍ଡିଆ, କୁନ୍ଦୁରି, କୋଦ, ଗୁର୍ଜି, ସୁଆଁ ଓ ପିତାଳୁ କନ୍ଦା ଭଳି ପାରମ୍ପରିକ ଖାଦ୍ୟ ଆଜି ମିଲେଟ୍ସ ଭାବେ ପୁଷ୍ଟିକର ଆହାର ରୂପେ ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ଏବଂ ଆମ ରାଜ୍ୟ ଖାଦ୍ୟ ଉତ୍ପାଦନରେ ଆଜି ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳ ହୋଇଛି ବୋଲି ସେ ପ୍ରକାଶ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୦୪୭ ବିକଶିତ ଭାରତ ସଂକଳ୍ପ ଏବଂ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଆସିଥିବା ଜାତୀୟ ଶିକ୍ଷା ନୀତି ଯୁବପିଢ଼ିଙ୍କ ପ୍ରତିଭାର ବିକାଶ ତଥା ଐତିହ୍ୟକୁ ଉଜ୍ଜୀବିତ କରିବାରେ ବଡ଼ ମାଧ୍ୟମ ପାଲଟିଛି ବୋଲି ମନ୍ତ୍ରୀ କହିଥିଲେ। ଦେଶରେ ଗରିବୀ ହ୍ରାସ ପାଇବା ସହ ସମୃଦ୍ଧ ଭାରତ ଗଠନର ଲକ୍ଷ୍ୟ ନେଇ କାର୍ଯ୍ୟ ଚାଲିଥିବା ବେଳେ ଯୁବସମାଜ ନିଶା ଓ ଅପସଂସ୍କୃତିରୁ ଦୂରେଇ ରହି ସକାରାତ୍ମକ ଭାବନାରେ ରାଷ୍ଟ୍ର ନିର୍ମାଣରେ ଭାଗୀଦାର ହେବା ଉଚିତ ବୋଲି ସେ ଆହ୍ବାନ ଜଣାଇଥିଲେ ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ନିଜ ଅଭିଭାଷଣରେ ସେ ଓଡ଼ିଶାର ପାରମ୍ପାରିକ ଖାଦ୍ୟ ମାଣ୍ଡିଆର ଉପକାରିତା ଉପରେ ଗୁରୁତ୍ୱାରୋପ କରିବା ସହ ବଦଳୁଥିବା ଜୀବନଶୈଳୀ ଯୋଗୁଁ ଡାଇବେଟିସ୍, ରକ୍ତଚାପ ଏବଂ କମ୍ ବୟସରେ ହୃଦ୍ରୋଗ ଜନିତ ମୃତ୍ୟୁ ଭଳି ସମସ୍ୟା ବୃଦ୍ଧି ପାଉଥିବାରୁ ଖାଦ୍ୟରେ ମାଣ୍ଡିଆ ଓ ମିଲେଟ୍ସ ସାମିଲ କରିବା ଜରୁରୀ ବୋଲି ସଚେତନ କରାଇଥିଲେ । ଜିଲ୍ଲାର ପ୍ରାୟ ୫ହଜାର ହେକ୍ଟର ଜମିରେ ମାଣ୍ଡିଆ ଚାଷ ହେଉଥିବା ବେଳେ ଖରିଫ୍ ତୁଳନାରେ ରବି ଋତୁରେ ଏହାର ପରିମାଣ ବହୁତ କମ୍ ରହିଛି । ଏଣୁ ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ସହ ଫସଲ ବିବିଧିକରଣ ଏବଂ ଜମିର ଉର୍ବରତା ବଜାୟ ରଖିବା ପାଇଁ ରବି ଋତୁରେ ମାଣ୍ଡିଆ ଚାଷର କ୍ଷେତ୍ରଫଳ ଓ ଚାଷୀଙ୍କ ସଂଖ୍ୟା ବୃଦ୍ଧି କରିବାକୁ ସେ କୃଷି ବିଭାଗକୁ ପରାମର୍ଶ ଦେଇଛନ୍ତି। ଏହା ସହିତ ନାସିକର ଅଙ୍ଗୁର, ନାଗପୁରର କମଳା, ଜଳଗାଓଁର କଦଳୀ କିମ୍ବା କୁଚିଣ୍ଡାର ଲଙ୍କା ଭଳି ସମ୍ବଲପୁରରେ କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଏବଂ ପ୍ରାଣୀସମ୍ପଦ ବିଭାଗକୁ ନେଇ କ୍ଲଷ୍ଟର ଡେଭଲପମେଣ୍ଟ ମାଧ୍ୟମରେ ଲଙ୍କା ଓ ପୁଷ୍ପଚାଷ (ଫ୍ଲୋରିକଲଚର) କ୍ଲଷ୍ଟର ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯାଉଥିବା ସେ ଉଲ୍ଲେଖ କରିଛନ୍ତି। ଅନ୍ୟପକ୍ଷରେ 'ୟଙ୍ଗ ଲିଡର୍ସ ଡାଏଲଗ'ରେ ଯୁବପିଢ଼ିଙ୍କ ଶକ୍ତିକୁ ପ୍ରଶଂସା କରି ସେ ନିଶାମୁକ୍ତ ଭାରତ ଅଭିଯାନରେ ଯୁବକମାନେ ସକ୍ରିୟ ଯୋଗଦାନ ଦେବାକୁ ଆହ୍ୱାନ ଦେଇଛନ୍ତି ଏବଂ କେବଳ ଚାକିରି ପଛରେ ନଗୋଡ଼ାଇ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ମିଳୁଥିବା ୫୦% ପର୍ଯ୍ୟନ୍ତ ସବସିଡି (୧ କୋଟି ଟଙ୍କା ପର୍ଯ୍ୟନ୍ତ) ଏବଂ ସମ୍ବଲପୁରସ୍ଥିତ ସ୍କିଲ୍ ସେଣ୍ଟରଗୁଡ଼ିକରୁ ଦକ୍ଷତା ପ୍ରଶିକ୍ଷଣ ନେଇ ସ୍ୱାବଲମ୍ବୀ ତଥା ଉଦ୍ୟୋଗୀ ହେବାକୁ ପରାମର୍ଶ ଦେଇଛନ୍ତି। ନିକଟରେ ଦିଲ୍ଲୀସ୍ଥିତ ନ୍ୟାସନାଲ ୟୁଥ୍ ପାର୍ଲାମେଣ୍ଟରେ ସମ୍ବଲପୁରର ଝିଅ ଅର୍ପିତାଙ୍କ ଉଲ୍ଲେଖନୀୟ ଅଭିଭାଷଣକୁ ପ୍ରଶଂସା କରିବା ସହ ସମ୍ବଲପୁର ତଥା ଓଡ଼ିଶାର ସର୍ବାଙ୍ଗୀନ ବିକାଶରେ ଯୁବସମାଜ ସକରାତ୍ମକ ଭୂମିକା ଗ୍ରହଣ କରିବାକୁ ଜିଲ୍ଲାପାଳ ଆହ୍ୱାନ ଜଣାଇଛନ୍ତି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପଞ୍ଚାୟତିରାଜ, ପାନୀୟ ଜଳ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାଏକଙ୍କ ସମେତ ସମ୍ବଲପୁର ବିଧାୟକଙ୍କ ପ୍ରତିନିଧି ସମୀର ବାବୁ ଜିଲ୍ଲାପାଳ , ଏସଏମସି କମିଶନର, ବିଭିନ୍ନ ବିଭାଗୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଏବଂ କଲେଜ ଛାତ୍ରଛାତ୍ରୀ ତଥା ବହୁ ସଂଖ୍ୟାରେ ଯୁବପିଢ଼ି ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande