
ଧର୍ମଶାଳା,୪ନଭେମ୍ବର(ହି.ସ.) - ପ୍ରେମ ହେଉଛି ପବିତ୍ର ବନ୍ଧନ । ପରିବାରକୁ ନ ଜଣାଇ ୩୦ା୩ା୨୦୨୪ ମସିହାରେ ଘରୁ ଗୋଡ କାଢି ପ୍ରେମିକ ସହ ଚାଲି ଗଲା ପ୍ରେମିକା । ଉଭୟ ଘର ଛାଡି ବାହାରେ ରହି କଲେ ପ୍ରେମ ବିବାହ । ଘଟଣା ଶାନ୍ତ ପଡିବାର କିଛି ଦିିନ ପରେ ଉଭୟ ଘରକୁ ଚାଲି ଆସିଥିଲେ । ପ୍ରେମି ଯୁଗଳ ପାଖାପାଖି ଦୁଇ ବର୍ଷ ଭଲରେ ରହି ଆସୁଥିଲେ । ପ୍ରେମିକା ଶାଶୁ ଘରର ସମସ୍ତ ସଦସ୍ୟଙ୍କୁ ସେବା କରି ଶାଶୁଘର ଲୋକଙ୍କୁ ନିଜର କରି ପାରି ଥିଲେ । ଶେଷରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ଲାଭ କରିଥିଲା। ପରିବାରରେ ହସଖୁସି ଦ୍ୱିଗୁଣିତ ହୋଇ ଯାଇଥିଲା । ପୁଅ ହେବାର କିଛି ଦିନ ପରେ ଆରମ୍ଭ ହୋଇ ଯାଇଥିଲା ବୋହୂ ପ୍ରତି ଅତ୍ୟାଚାର । ଅଧିକ ଯୌତୁକ ଦାବି କରି ବହୁ ସମୟରେ ମାନସିକ ଓ ଶରିରୀକ ନିର୍ଯ୍ୟାତନା ଦେଇ ଆସୁଥିଲେ ଶାଶୁ ଓ ନଣନ୍ଦ । ଆଉ ଏକ ଭଲ ଝିଅକୁ ବିବାହ କରିବାକୁ କହି ସ୍ୱାମୀଙ୍କୁ ସବୁ ବେଳେ ଚାପ ପକାଇଥିଲେ । ଚାପରେ ବସବର୍ତି ହୋଇ ସ୍ୱାମୀ ମାଡରେ ଲହୁଲୁହାଣ ହୋଇଥିଲା ସ୍ତ୍ରୀ । ଶେଷରେ ଚଂଟି ଚିପି ମାରି ସାରିବା ପରେ ଘଟଣାକୁ ଅନ୍ୟ ମୋଡ ଦେବା ଲାଗି ବେକରେ ଗାମୁଛା ଦ୍ୱାରା ଫ୍ୟାନରେ ଝୁଲାଇ ଆତ୍ମହତ୍ୟାର ରୂପ ଦେଇଥିଲେ । ତେବେ ଏଭଳି ଅମାନୁଷିକ ଘଟଣା ଘଟିଛି ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ମଙ୍ଗରାଜପୁର ପଂଚାୟତ (ମଙ୍ଗରାଜପୁର ଦେଉଳି) ଗ୍ରାମରେ । ଝିଅକୁ ଶାଶୁ ଘର ଲୋକେ ମାରି ଦେଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ମୃତା ଝିଅର ବାପା ବିଚିତ୍ର ସାମଲ। ଅଭିଯୋଗ ପାଇବା ପରେ ପୁଲିସ ଏହି ଘଟଣାରେ କେସ୍ ନଂ ୨୦୩ା୨୬ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପାରିପାଶ୍ୱିର୍କ ଘଟଣାକୁ ଦେଖି ପୁଲିସ ସାଇଁଟିଫିକ ଟିମର ସହାୟତା ନେଇଥିଲା। ମାଜିଷ୍ଟ୍ରେଟ୍ ତଥା ଧର୍ମଶାଳା ଅତିରିକ୍ତ ତହସିଲଦାର ରିତିକାନ୍ତ ସାହୁଙ୍କ ଉପସ୍ଥିତିରେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଚ୍ଛେଦ କରାଯାଇ ଥିଲା । ଶବ ବ୍ୟବଚ୍ଛେଦ ପରେ ପୁଲିସ ଶବକୁ ଶାଶୁଘର ଲୋକଙ୍କୁ ହସ୍ତାନ୍ତରିତ କରିଥିଲା । ସେପଟେ ପୁଲିସ ସ୍ୱାମୀକୁ ଥାନାରେ ଅଟକ ରଖି ପଚରାୁଚୁରା ଜାରି ରଖିଛି ।
ଅଭିଯୋଗ ମୁତାବକ,ବ୍ରହ୍ମବରଦା ଥାନା ମଙ୍ଗରାଜପୁର ପଂଚାୟତ ଦେଉଳି ଗ୍ରାମର ବିଚିତ୍ର ସାମଲଙ୍କ ଝିଅ ଚିତ୍ରଲେଖା(ସୁଇଟ୍)୩୦ା୩ା୨୦୨୪ ମସିହାରେ ଏହି ଗ୍ରାମର ସ୍ୱର୍ଗତ ବିଜୟ ସରଙ୍କ ପୁଅ ସନ୍ଦିପ୍ତଙ୍କ ପ୍ରେମ କରି ଘର ଛାଡି ଚାଲି ଯାଇଥିଲେ । ଏହି ଘଟଣାକୁ ନେଇ ବିଚିତ୍ର ବ୍ରହ୍ମବରଦା ଥାନାରେ ଅଭିଯୋଗ କରିଥିଲେ। ସେମାନେ ବାହାରେ ରହି ପ୍ରେମ ବିବାହ କରିଥିଲେ । କିଛି ଦିନ ପରେ ଘରକୁ ଆସିଥିଲେ । ବୋହୁ ଘରକୁ ଆସିବା ପରେ ହସଖୁସିରେ ଚାଲିଥିଲା । ପରେ ସୁଇଟ ଏକ ପୁତ୍ର ସନ୍ଦାନ ଜନ୍ମ ଲାଭ କରିଥିଲେ। ଯୌତୁକ ଦାବି କରି ସୁଇଟ ଉପରେ ବିଭିନ୍ନ ସମୟରେ ଚାପ ପ୍ରୟୋଗ କରାଯାଇଥିଲା । ଏପରିକି ତାଙ୍କୁ ଅନେକ ସମୟରେ ମାଡ ମାରି ଲହୁଲୁହାଣ କରି ଥିଲେ । ଏହି ଘଟଣାକୁ ନେଇ ସୁଇଟ ବାପଘର ଲୋକଙ୍କୁ ଜଣାଇଥିଲେ । ବାପଘର ଲୋକେ ବୁଝାଶୁଝା କରିଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା । ତେବେ ସ୍ୱାମୀ,ଶାଶୁ ଓ ନଣନ୍ଦ ମିଶି ତାଙ୍କୁ ବହୁ ସମୟରେ ମାଡ ମାରି ଆସୁଥିଲେ । ତେବେ ଚଳିତ ମାସ ୩ ତାରିଖ ସନ୍ଧ୍ୟା ୫ଟାରେ ସ୍ୱାମୀ ସନ୍ଦିପ୍ତ,ଶାଶୁ କଲ୍ୟାଣୀ, କଲ୍ୟାଣୀଙ୍କ ଝିଅ ରିକୁନା ଓ ଜ୍ୱାଇଁ ମନୋଜ ସୁଇଟର ଚଂଟି ଚିପି ମାରିବା ପରେ ପ୍ରମାଣ ନଷ୍ଠ କରିବା ଉଦେଶ୍ୟରେ ଆତ୍ମହତ୍ୟାର ରୂପ ଦେବା ଲାଗି ବେକରେ ଏକ ଗାମୁଛା ସାହାଯ୍ୟରେ ଫ୍ୟାନରେ ଟାଙ୍ଗି ଦେଇଥିଲେ । ପରେ ସ୍ୱାମୀ ଘରୁ ଉଦ୍ଧାର କରି ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ବାପଘର ଲୋକେ ମେଡିକାଲରେ ପଂହଚିବା ପରେ ସୁଇଟକୁ ମାଡ ମରିଥିବା ସ୍ୱାମୀ କହିବା ପରେ ସେମାନଙ୍କ ସନ୍ଦେହ ବଢି ଯାଇଥିଲା । ତାହାକୁ ନେଇ ସୁଇଟର ବାପା ବ୍ରହ୍ମବରଦା ଥାନାରେ ବିଳମ୍ବିତ ରାତିରେ ଲିଖିତ ଅଭିଯୋଗ କରିଥିଲେ । ପୁୁଲିସ ତୁରନ୍ତ ସ୍ୱାମୀକୁ ଥାନାକୁ ଆଣି ପଚରାଉଚୁରା କରୁଥିବା ନେଇ ଥାନା ଅଧିକାରୀ ସଂଜୟ କୁମାର ପରିଡା ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ