ରାଜଧାନୀରେ ଚାଂଚଲ୍ୟ: ଟଙ୍କା ଗହଣା ଲୋଭରେ ବୃଦ୍ଧାଙ୍କୁ ହତ୍ୟା
କେୟାରଟେକର ହତ୍ୟା କରିଥିବା ଅଭିଯୋଗ ଭୁବନେଶ୍ୱର, ୦୪ ନଭେମ୍ବର (ହି.ସ)- ରାଜଧାନୀରେ ୭୬ ବର୍ଷୀୟ ବୃଦ୍ଧାଙ୍କୁ ଟଙ୍କା ଓ ସୁନାଗହଣା ପାଇଁ ହତ୍ୟା କରାଯିବା ଘଟଣା ଚାଂଚଲ୍ୟ ଖେଳାଇଦେଇଛି। ମୃତ ବୃଦ୍ଧା ଜଣକ ହେଉଛନ୍ତି କୁଞ୍ଜଲତା ନନ୍ଦ। ଟଙ୍କା ଓଓ ସୁନା ଲୋଭରେ କେୟାର ଟେକର ତାଙ୍କ ହତ୍ୟା କରିଥିବା ଅ
ରାଜଧାନୀରେ ଚାଂଚଲ୍ୟ: ଟଙ୍କା ଗହଣା ଲୋଭରେ ବୃଦ୍ଧାଙ୍କୁ ହତ୍ୟା


କେୟାରଟେକର ହତ୍ୟା କରିଥିବା ଅଭିଯୋଗ

ଭୁବନେଶ୍ୱର, ୦୪ ନଭେମ୍ବର (ହି.ସ)- ରାଜଧାନୀରେ ୭୬ ବର୍ଷୀୟ ବୃଦ୍ଧାଙ୍କୁ ଟଙ୍କା ଓ ସୁନାଗହଣା ପାଇଁ ହତ୍ୟା କରାଯିବା ଘଟଣା ଚାଂଚଲ୍ୟ ଖେଳାଇଦେଇଛି। ମୃତ ବୃଦ୍ଧା ଜଣକ ହେଉଛନ୍ତି କୁଞ୍ଜଲତା ନନ୍ଦ। ଟଙ୍କା ଓଓ ସୁନା ଲୋଭରେ କେୟାର ଟେକର ତାଙ୍କ ହତ୍ୟା କରିଥିବା ଅଭିଯୋଗ ହୋଇଛି। ବୃଦ୍ଧାଙ୍କ ପିଲାମାନେ ବାହାରେ ରହୁଥିବା ବେଳେ ଲକ୍ଷ୍ମୀସାଗର ବୁଦ୍ଧନଗରରରେ ଏକାକୀ ରହୁଥିଲେ କୁଞ୍ଜଲତା ନନ୍ଦ। ବୃଦ୍ଧା ମାଆଙ୍କ ଦେଖାଶୁଣା ପାଇଁ ଘରେ ରଖାଯାଇଥିଲା କେୟାରଟେକର।

ଅଭିଯୋଗ ଅନୁସାରେ, ରାତି ପ୍ରାୟ ୯ଟାରୁ ଘରର ସିସିଟିଭି ବନ୍ଦ କରିଦିଆଯାଇଥିଲା। ସକାଳ ହେବା ପରେ ତଳ ମହଲାରେ ରହୁଥିବା ଲୋକେ କୁଞ୍ଜଲତା କବାଟ ଖୋଲୁନଥିବା ତାଙ୍କ ଝିଅଙ୍କୁ ଜଣାଇଥିଲେ। ଖବର ପାଇ ଜ୍ୱାଇଁ ଘରେ ପହଂଚିଥିଲେ। ହେଲେ ଭିତରୁ କବାଟ ବନ୍ଦ ଥିଲା। ପୋଲିସ ଉପସ୍ଥିତିରେ କବାଟ ଖୋଲାଯିବା ପରେ ଯାହା ଦେଖିବାକୁ ମିଳିଥିଲା, ତାହା ଥିଲା ଅତ୍ୟନ୍ତ ଭୟଙ୍କର। ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲା ୭୬ ବର୍ଷୀୟା ବୃଦ୍ଧାଙ୍କ ମୃତଦେହ।ହାତଗୋଡ଼ ବନ୍ଧା ହୋଇଥିବା ବେଳେ ମୁଣ୍ଡରେ ରହିଥିଲା ଗଭୀର କ୍ଷତଚିହ୍ନ। ଘରର ଆଲମିରା ମଧ୍ୟ ଭଙ୍ଗାଯାଇଥିଲା। ଆଉ ଘରେ ନଥିଲେ ଖୋର୍ଦ୍ଧା ଟାଙ୍ଗୀ ଅଂଚଳର ବଳଭଦ୍ର ମହାରଣା। ଯିଏ ଗତ ୪ ମାସ ଧରି କୁଞ୍ଜଲତାଙ୍କ କେୟାରଟେକର ଭବେ କାମ କରୁଥିଲେ। ଘରୁ ପ୍ରାୟ ୪ରୁ ୫ ଭରି ସୁନା, ନଗଦ ୬୦ ହଜାର ଟଙ୍କା ଏବଂ ସ୍କୁଟି ନେଇ ସେ ଫେରାର ହୋଇଥିବା ଅଭିଯୋଗ ହୋଇଛି। କେବଳ ଜଣେ ନୁହେଁ, ଏହି ହତ୍ୟା ଓ ଲୁଟ୍ ପଛରେ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥାଇପାରେ ବୋଲି ଝିଅ-ଜ୍ୱାଇଁ ସନ୍ଦେହ ପ୍ରକାଶ କରିଛନ୍ତି। ଅନ୍ୟପଟେ ଘଟଣା ସ୍ଥଳରେ ପୋଲିସ କମିଶନର ଭୁବନେଶ୍ୱର ଡିସିପି ପହଂଚିଥିଲେ। ଲକ୍ଷ୍ମୀସାଗର ପୋଲିସ ଓ ସାଇଂଟିଫିକ୍ ଟିମ୍ ପହଂଚି ତଦନ୍ତ ଜାରି ରଖିଛନ୍ତି।

.............

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande