ସୁବର୍ଣ୍ଣପୁର ଜିଲ୍ଲାର ୨୨ଟି ପେନସନ ଓ ଭବିଷ୍ୟନିଧି ଆଦେଶ ପ୍ରଦାନ
ସୁବର୍ଣପୁର, 05 ନଭେମ୍ବର (ହି.ସ.) -ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥ ସଦଭାବନା ସଭାଗୃହରେ ଆଜି ଆନ୍ତଃଜିଲ୍ଲା ପେନସନ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ) ଏବଂ ରାଜ୍ୟ ଲେଖା ନିୟନ୍ତ୍ରକଙ୍
ସୁବର୍ଣ୍ଣପୁର ଜିଲ୍ଲାର ୨୨ଟି ପେନସନ ଓ ଭବିଷ୍ୟନିଧି ଆଦେଶ ପ୍ରଦାନ


ସୁବର୍ଣ୍ଣପୁର ଜିଲ୍ଲାର ୨୨ଟି ପେନସନ ଓ ଭବିଷ୍ୟନିଧି ଆଦେଶ ପ୍ରଦାନ


ସୁବର୍ଣପୁର, 05 ନଭେମ୍ବର (ହି.ସ.) -ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥ ସଦଭାବନା ସଭାଗୃହରେ ଆଜି ଆନ୍ତଃଜିଲ୍ଲା ପେନସନ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ) ଏବଂ ରାଜ୍ୟ ଲେଖା ନିୟନ୍ତ୍ରକଙ୍କ ମିଳିତ ସହଯୋଗରେ ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଅଦାଲତ ଆୟୋଜିତ ହୋଇଥିଲା।ଏହି ଅଦାଲତରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ, ଯୁଗ୍ମ ଶାସନ ସଚିବ ଶ୍ରୀ ଅସିତ କୁମାର ପାଣି ଏବଂ ବିଭାଗର ଅଧିକାରୀ ଶ୍ରୀ ଅବିନାଶ ସାମଲ ଯୋଗଦେଇ ଅଦାଲତ କୁ ପରିଚାଳନା କରିଥିଲେ ।

ଏହି ପେନସନ ଅଦାଲତରେ ସୁବର୍ଣ୍ଣପୁର ଜିଲ୍ଲାର ମୋଟ ୧୩୩ଟି ପେନସନ ସମ୍ବନ୍ଧୀୟ ଅଭିଯୋଗର ଶୁଣାଣି କରାଯାଇଥିଲା। ଏଥିମଧ୍ୟରୁ ୨୨ଟି ଭବିଷ୍ୟନିଧି ପେନସନ ଆଦେଶ ପ୍ରଦାନ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀମତୀ ଅଞ୍ଜଳିନା ପ୍ରଧାନ ଏହି ଅଦାଲତରେ ଯୋଗଦେଇଥିଲେ।ବିଭିନ୍ନ କାରଣରୁ ଦୀର୍ଘଦିନ ଧରି ଅଟକି ରହିଥିବା ପେନସନ, ଗ୍ରାଚୁଇଟି ଓ ଭବିଷ୍ୟନିଧି ସମ୍ବନ୍ଧୀୟ ମାମଲାଗୁଡ଼ିକର ତ୍ୱରିତ ସମାଧାନ କରିବା ଏହି ଅଦାଲତର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଅଡିଟ୍, ଭିଜିଲାନ୍ସ ଏବଂ ବିଭାଗୀୟ ସ୍ତରରେ ଆବଶ୍ୟକ ପଦକ୍ଷେପ ନିଆଯାଇନଥିବା କାରଣରୁ ଅନେକ ପେନସନ ମାମଲା ଦୀର୍ଘଦିନ ଧରି ପଡ଼ିରହିଥିଲା। ଏହି ଅଦାଲତରେ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ଅଭିଯୋଗର ଶୁଣାଣି କରାଯାଇ ଏହାର ସମାଧାନ ଦିଗରେ ପଦକ୍ଷେପ ନିଆଯାଇଥିଲା।

ସୁବର୍ଣ୍ଣପୁର ଜିଲ୍ଲାର ଅଧିକାଂଶ ପେନସନ ମାମଲା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ବନ୍ଧୀୟ ଥିଲା। ଅବସରପ୍ରାପ୍ତ କର୍ମଚାରୀମାନେ ଯେପରି ନିଜର ଅବସରକାଳୀନ ପ୍ରାପ୍ୟ ଠିକ୍ ସମୟରେ ପାଇପାରିବେ, ସେଥିପାଇଁ ଅଟକି ରହିଥିବା ମାମଲାଗୁଡ଼ିକର ତ୍ୱରିତ ସମାଧାନ ଉପରେ ଗୁରୁତ୍ୱ ଦିଆଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande