ନାଇଟ ସୁପର ବସ ଦୁର୍ଘଟଣାଗ୍ରସ୍ଥ,୩୦ରୁ ଅଧିକ ଯାତ୍ରୀ ଆହତ
ଗୌହାଟି, ନଭେମ୍ବର 5 (ହି.ସ.)- ଗୌହାଟି ମହାନଗରର ବାହାର ଅଞ୍ଚଳରେ ହୋଇଥିବା ସଡକ ଦୁର୍ଘଟଣାରେ 30 ରୁ 35 ଯାତ୍ରୀ ଆହତ ହୋଇଛନ୍ତି। ଯେଉଁଥିରେ ତିନି ଜଣଙ୍କ ଅବସ୍ଥା ଗୁରୁତର।ପୋଲିସ କହିଛି ଯେ ଗୁରୁବାର ସକାଳେ,ଜୋରାବାଟ ଆଉଟପୋଷ୍ଟ ଅଞ୍ଚଳରେ ଦୁଲିଆଜାନରୁ ଗୌହାଟି ଯାଉଥିବା ଏକ ଡିପ୍ ଟ୍ରାଭେଲ୍ସ ବସ୍ (ଏଆ
ନାଇଟ ସୁପର ବସ ଦୁର୍ଘଟଣାଗ୍ରସ୍ଥ,୩୦ରୁ ଅଧିକ ଯାତ୍ରୀ ଆହତ


ଗୌହାଟି, ନଭେମ୍ବର 5 (ହି.ସ.)- ଗୌହାଟି ମହାନଗରର ବାହାର ଅଞ୍ଚଳରେ ହୋଇଥିବା ସଡକ ଦୁର୍ଘଟଣାରେ 30 ରୁ 35 ଯାତ୍ରୀ ଆହତ ହୋଇଛନ୍ତି। ଯେଉଁଥିରେ ତିନି ଜଣଙ୍କ ଅବସ୍ଥା ଗୁରୁତର।ପୋଲିସ କହିଛି ଯେ ଗୁରୁବାର ସକାଳେ,ଜୋରାବାଟ ଆଉଟପୋଷ୍ଟ ଅଞ୍ଚଳରେ ଦୁଲିଆଜାନରୁ ଗୌହାଟି ଯାଉଥିବା ଏକ ଡିପ୍ ଟ୍ରାଭେଲ୍ସ ବସ୍ (ଏଆର-01ଏମ-7947)ଅନିୟନ୍ତ୍ରିତ ହୋଇ ଜାତୀୟ ରାଜପଥରେ ଓଲଟି ପଡ଼ିଥିଲା। ପ୍ରାଥମିକ ସୂଚନା ଅନୁଯାୟୀ, 30 ରୁ 35 ଯାତ୍ରୀ ଆହତ ହୋଇଛନ୍ତି, ଆହତମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର।ଘଟଣାର ସୁଚନା ପାଇ ଘଟଣାସ୍ଥଳରେ ପହଁଞ୍ଚିଥିଲେ ଜୋରାବାଟ ପୋଲିସ ଜୋରାବଟ ଟ୍ରାଫିକ୍ ପୋଲିସ ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଗୌହାଟି ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ନେଇଛି। ପୋଲିସ ଘଟଣାର ତଦନ୍ତ କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande