କର୍ତ୍ତବ୍ୟରତ ସରକାରୀ କର୍ମଚାରୀଙ୍କୁ ଆସିକା ବିଧାୟକ ହତ୍ୟା ଧମକ ଦେବା ହୀନମନ୍ୟତାର ପରିଚୟ: ବିଜେଡି
Bhubaneswar, 05 ନଭେମ୍ବର (ହି.ସ.) ଗଞ୍ଜାମ ଜିଲ୍ଲାରେ ବନ୍ୟା ପ୍ରଭାବିତଙ୍କୁ ରିଲିଫ୍ ବଣ୍ଟନ ସମୟରେ ବାଧା ସୃଷ୍ଟି କରିବା ଓ କର୍ତ୍ତବ୍ୟରତ ଜଣେ ସରକାରୀ ଅଧିକାରୀଙ୍କୁ ଆସ୍କା ବିଧାୟକ ଶ୍ରୀ ସରୋଜ ପାଢ଼ୀ ଦୁର୍ବ୍ୟବହାର କରି ହତ୍ୟା ଧମକ ଦେବା ଘଟଣାକୁ ଦୃଢ଼ ନିନ୍ଦା କରିଛି ବିଜେଡି । ଏଭଳି ଆଚରଣ ପାଇ
କର୍ତ୍ତବ୍ୟରତ ସରକାରୀ କର୍ମଚାରୀଙ୍କୁ ଆସିକା ବିଧାୟକ ହତ୍ୟା ଧମକ ଦେବା ହୀନମନ୍ୟତାର ପରିଚୟ: ବିଜେଡି


Bhubaneswar, 05 ନଭେମ୍ବର (ହି.ସ.)

ଗଞ୍ଜାମ ଜିଲ୍ଲାରେ ବନ୍ୟା ପ୍ରଭାବିତଙ୍କୁ ରିଲିଫ୍ ବଣ୍ଟନ ସମୟରେ ବାଧା ସୃଷ୍ଟି କରିବା ଓ କର୍ତ୍ତବ୍ୟରତ ଜଣେ ସରକାରୀ ଅଧିକାରୀଙ୍କୁ ଆସ୍କା ବିଧାୟକ ଶ୍ରୀ ସରୋଜ ପାଢ଼ୀ ଦୁର୍ବ୍ୟବହାର କରି ହତ୍ୟା ଧମକ ଦେବା ଘଟଣାକୁ ଦୃଢ଼ ନିନ୍ଦା କରିଛି ବିଜେଡି । ଏଭଳି ଆଚରଣ ପାଇଁ ବିଧାୟକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ ଯେ, ବନ୍ୟାରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଓ ଜୀବିକା ପ୍ରଭାବିତ ହୋଇଥିବା ବେଳେ ରିଲିଫ୍ ବଣ୍ଟନରେ ବିଧାୟକ ବାଧା ସୃଷ୍ଟି କରିବା ଏବଂ ବନ୍ୟା ପ୍ରଭାବିତ ଅଞ୍ଚଳରେ ଦାୟିତ୍ୱ ନିର୍ବାହ କରୁଥିବା ଜଣେ ସରକାରୀ ଅଧିକାରୀଙ୍କୁ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେବା ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ । ରିଲିଫ୍ ଓ ଥଇଥାନ କାର୍ଯ୍ୟରେ ସହଯୋଗ କରିବା ପରିବର୍ତ୍ତେ ମନ୍ତ୍ରୀ ବିଭୂତି ଜେନାଙ୍କ ସହ ବ୍ୟକ୍ତିଗତ ମତଭେଦକୁ ନେଇ ଆସ୍କା ବିଧାୟକ ଶ୍ରୀ ସରୋଜ ପାଢ଼ୀ ଗୁଣ୍ଡାଗର୍ଦ୍ଦି କରିବା ଅତ୍ୟନ୍ତ ନିନ୍ଦନୀୟ । ଏହି ଅଶୋଭନୀୟ ଆଚରଣ ପାଇଁ ବିଧାୟକଙ୍କ ନାଁରେ ଆସିକା ଥାନାରେ ସରକାରୀ ଅଧିକାରୀ ସମୀର ଜେନା କରିଥିବା ଏତଲାର ନିରପେକ୍ଷ ତଦନ୍ତ କରାଯାଉ । ଯଦି ବିଧାୟକ ଦୋଷୀ ପ୍ରମାଣିତ ହୁଅନ୍ତି, ତେବେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ସରକାର । କୌଣସି ରାଜନୈତିକ ବା ବ୍ୟକ୍ତିଗତ ହସ୍ତକ୍ଷେପ ବିନା ସରକାରୀ ସହାୟତା ଯେପରି ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରିବ, ତାହାର ତଦାରଖ କରନ୍ତୁ ରାଜ୍ୟ ସରକାର ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande