ମୟୂରଭଞ୍ଜରେ ଆବାସିକ ବିଦ୍ୟାଳୟରେ ନାବାଳିକା ଛାତ୍ରୀ ପ୍ରସବ କରିବା ଘଟଣାର ନ୍ୟାୟିକ ତଦନ୍ତ ଦାବି କଲା ବିଜେଡି
Bhubaneswar, 05 ନଭେମ୍ବର (ହି.ସ.) ଦୋଷୀଙ୍କ ତୁରନ୍ତ ଗିରଫ କରାଯିବା ସହ ପୀଡ଼ିତାଙ୍କୁ ସୁରକ୍ଷା ପ୍ରଦାନ କରାଯାଉ ମୟୂରଭଞ୍ଜ ଜିଲ୍ଲାର ଏକ ଆବାସିକ ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀ ଆଦିବାସୀ ଛାତ୍ରୀ ଗର୍ଭବତୀ ହେବା ଏବଂ ପରବର୍ତ୍ତୀ ସମୟରେ ଏକ ଶିଶୁପୁତ୍ରକୁ ଜନ୍ମ ଦେବା ଭଳି ସ୍ପର୍ଶକାତର ଘଟଣାକ
ମୟୂରଭଞ୍ଜରେ ଆବାସିକ ବିଦ୍ୟାଳୟରେ ନାବାଳିକା ଛାତ୍ରୀ ପ୍ରସବ କରିବା ଘଟଣାର ନ୍ୟାୟିକ ତଦନ୍ତ ଦାବି କଲା ବିଜେଡି


Bhubaneswar, 05 ନଭେମ୍ବର (ହି.ସ.)

ଦୋଷୀଙ୍କ ତୁରନ୍ତ ଗିରଫ କରାଯିବା ସହ ପୀଡ଼ିତାଙ୍କୁ ସୁରକ୍ଷା ପ୍ରଦାନ କରାଯାଉ

ମୟୂରଭଞ୍ଜ ଜିଲ୍ଲାର ଏକ ଆବାସିକ ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀ ଆଦିବାସୀ ଛାତ୍ରୀ ଗର୍ଭବତୀ ହେବା ଏବଂ ପରବର୍ତ୍ତୀ ସମୟରେ ଏକ ଶିଶୁପୁତ୍ରକୁ ଜନ୍ମ ଦେବା ଭଳି ସ୍ପର୍ଶକାତର ଘଟଣାକୁ ତୀବ୍ର ନିନ୍ଦା କରିଛି ବିଜେଡି । ଆବାସିକ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଛାତ୍ରୀମାନଙ୍କ ସୁରକ୍ଷାକୁ ନେଇ ସରକାର ଅସମ୍ବେଦନଶୀଳ ହୋଇପଡ଼ିଛନ୍ତି ।

ବିଜେପି ସରକାରର ବେଟି ବଚାଓ, ବେଟି ପଢ଼ାଓ' ସ୍ଲୋଗାନ ପ୍ରହସନରେ ପରିଣତ ହୋଇଛି । ଶିକ୍ଷାନୁଷ୍ଠାନ ଗୁଡ଼ିକରେ ବାରମ୍ବାର ହିଂସା, ନିର୍ଯାତନା ଓ ଚରମ ଅବହେଳାର ଘଟଣା ସାମ୍ନାକୁ ଆସୁଛି । ଜଣେ ଦଶମ ଶ୍ରେଣୀ ଛାତ୍ରୀ ପ୍ରାୟ ୭ ମାସ ଧରି ଗର୍ଭବତୀ ଥିବା ସତ୍ତ୍ୱେ ବିଦ୍ୟାଳୟ କର୍ତ୍ତୃପକ୍ଷ କିପରି ଏହା ଜାଣିପାରିଲେ ନାହିଁ, ତାହାକୁ ନେଇ ବିଜେଡି ଗଭୀର ଉଦବେଗ ପ୍ରକାଶ କରିଛି । ଏହି ଘଟଣାରେ କେଉଁମାନେ ଦାୟୀ, ତାହାର ତୁରନ୍ତ ନ୍ୟାୟିକ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଛାତ୍ରୀ ଓ ତାଙ୍କ ନବଜାତ ଶିଶୁକୁ ପର୍ଯ୍ୟାପ୍ତ ଚିକିତ୍ସା ସେବା ଯୋଗାଇ ଦେବା ସହ ପୀଡ଼ିତାଙ୍କୁ ସୁରକ୍ଷା ପ୍ରଦାନ କରାଯାଉ । ଏହି ଘଟଣାକୁ ନେଇ ଆଜି ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ବାରିପଦା ସ୍ଥିତ ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲରେ ପୀଡ଼ିତାଙ୍କୁ ଭେଟିଥିଲେ । ପରେ ବ୍ଲକ ଶିକ୍ଷାଧିକାରୀଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିବା ସହ ଆବାସିକ ବିଦ୍ୟାଳୟ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ ।

ବିଜେଡିର ଏହି ପ୍ରତିନିଧି ଦଳରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା, ପୂର୍ବତନ ବଡ଼ସାହି ବିଧାୟକ ଶ୍ରୀ ଗଣେଶ୍ୱର ପାତ୍ର, ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ବିଶ୍ୱନାଥ ହେମ୍ୱ୍ରମ, ଧାନୀ କିସ୍କୁ, ଶ୍ରୀ ସନ୍ତୋଷ ଜେନା, ଶ୍ରୀ ଜ୍ୟୋତିକାନ୍ତ ସାମଲ, ଶ୍ରୀ ସୁଶାନ୍ତ ବଳା, ଶ୍ରୀ ରାଜୀବ ଲୋଚନ ସେନାପତି, ଶ୍ରୀ ହରେନ୍ଦ୍ର ବେହେରା, ଶ୍ରୀ ରାମନ୍ଦୁ ସୋରେନ, ଶ୍ରୀମତୀ ଅନୁପମା ମହାନ୍ତ, ଶ୍ରୀ ମନୀଷ ଗିରି ଓ ଶ୍ରୀ ଚିତେଶ୍ୱର ବେହେରା ପ୍ରମୁଖ ସାମିଲ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande