ମାର୍ଚ୍ଚ ୨୦୨୭ ସୁଦ୍ଧା ମେହେରପାଲି ସିବିଜି ପ୍ଲାଂଟ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର,୦୫ ନଭେମ୍ବର (ହି.ସ.) - ଭୁବନେଶ୍ୱରରେ ସ୍ୱଚ୍ଛ ଶକ୍ତି ଉତ୍ପାଦନ ଓ ଉନ୍ନତ ବର୍ଜ୍ୟବସ୍ତୁ ପରିଚାଳନା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ମେହେରପାଲିଠାରେ ନିର୍ମାଣାଧୀନ କମ୍ପ୍ରେସଡ୍ ବାୟୋଗ୍ୟାସ୍ (ସିବିଜି) ପ୍ଲାଂଟର କାର୍ଯ୍ୟ ଅଗ୍ରଗତି ସମୀକ୍ଷା କରିଛନ୍ତି ବିଏମ୍ସି କମିଶନର ଚଂଚ
bmc


ଭୁବନେଶ୍ୱର,୦୫ ନଭେମ୍ବର (ହି.ସ.) - ଭୁବନେଶ୍ୱରରେ ସ୍ୱଚ୍ଛ ଶକ୍ତି ଉତ୍ପାଦନ ଓ ଉନ୍ନତ ବର୍ଜ୍ୟବସ୍ତୁ ପରିଚାଳନା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ମେହେରପାଲିଠାରେ ନିର୍ମାଣାଧୀନ କମ୍ପ୍ରେସଡ୍ ବାୟୋଗ୍ୟାସ୍ (ସିବିଜି) ପ୍ଲାଂଟର କାର୍ଯ୍ୟ ଅଗ୍ରଗତି ସମୀକ୍ଷା କରିଛନ୍ତି ବିଏମ୍ସି କମିଶନର ଚଂଚଳ ରାଣା।

ଆଜି କମିଶନର ଶ୍ରୀ ରାଣା ଉପକମିଶନର, ନିର୍ବାହୀ ଯନ୍ତ୍ରୀ, ସହକାରୀ କମିଶନର ଓ ବିଏମ୍ସିର ଅନ୍ୟ ଅଧିକାରୀଙ୍କ ସହ ଅଏଲ୍ ଇଣ୍ଡିଆ ଲିମିଟେଡ୍ ର ବୈଷୟିକ ଟିମ୍ ସହ ପ୍ଲାଂଟ ପରିଦର୍ଶନ କରିଥିଲେ। ଏହି ଅବସରରେ ସେ ନିର୍ମାଣ କାର୍ଯ୍ୟର ଅଗ୍ରଗତି ଯାଂଚ କରିବା ସହ ସମସ୍ତ କାର୍ଯ୍ୟ ଧାର୍ଯ୍ୟ ସମୟ ଆସନ୍ତା ମାର୍ଚ୍ଚ ୨୦୨୭ ସୁଦ୍ଧା ଶେଷ କରିବାକୁ ସମ୍ପୃକ୍ତ ଟିମ୍ କୁ ନିର୍ଦ୍ଦେଶ ଦେଇଥିଲେ। ଏହି ପ୍ଲାଂଟ କାର୍ଯ୍ୟକ୍ଷମ ହେଲେ ସହରର ବର୍ଜ୍ୟବସ୍ତୁର ସୁପରିଚାଳନା ସହ ବାୟୋଗ୍ୟାସ୍ ମାଧ୍ୟମରେ ସ୍ୱଚ୍ଛ ଶକ୍ତି ଉତ୍ପାଦନକୁ ପ୍ରୋତ୍ସାହନ ମିଳିବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande