ବିୟୁଜେର ସାଧାରଣ ପରିଷଦ ବୈଠକ, ଦ୍ୱିବାର୍ଷିକ କର୍ମକର୍ତା ନିର୍ବାଚନ
ଭଦ୍ରକ, ୫ ନଭେମ୍ବର (ହି.ସ.) - ଓଡ଼ିଶା ସାମ୍ବାଦିକ ୟୁନିଅନ ସହବନ୍ଧିତ ଭଦ୍ରକ ଜିଲ୍ଲା ସାମ୍ବାଦିକ ୟୁନିଅନ(ବିୟୁଜେ)ର ସାଧାରଣ ପରିଷଦ ବୈଠକ ଏବଂ ଦ୍ୱିବାର୍ଷିକ କର୍ମକର୍ତା ନିର୍ବାଚନ ଗୁରୁବାର ଦିନ ଆଖଣ୍ଡଳମଣି ପୀଠରେ ଅନୁଷ୍ଠିତ ହୋଇଯାଇଛି।ଉପଦେଷ୍ଟା ଡ଼ଃ ହରିହର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍
BUJ SADHARANA PARISHAD BAITHAK


ଭଦ୍ରକ, ୫ ନଭେମ୍ବର (ହି.ସ.) - ଓଡ଼ିଶା ସାମ୍ବାଦିକ ୟୁନିଅନ ସହବନ୍ଧିତ ଭଦ୍ରକ ଜିଲ୍ଲା ସାମ୍ବାଦିକ ୟୁନିଅନ(ବିୟୁଜେ)ର ସାଧାରଣ ପରିଷଦ ବୈଠକ ଏବଂ ଦ୍ୱିବାର୍ଷିକ କର୍ମକର୍ତା ନିର୍ବାଚନ ଗୁରୁବାର ଦିନ ଆଖଣ୍ଡଳମଣି ପୀଠରେ ଅନୁଷ୍ଠିତ ହୋଇଯାଇଛି।ଉପଦେଷ୍ଟା ଡ଼ଃ ହରିହର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଧାମନଗର ଉପଖଣ୍ଡ ପୁଲିସ ଅଧିକାରୀ ବିଷ୍ଣୁ ମୋହନ ବାରିକ,ଧୂଷୁରୀ ଆଇଆଇସି ଅଜୟ ସୁଦର୍ଶନ ବାଗେ,ପ୍ରାକ୍ତନ ତହସିଲଦାର ବିଦ୍ୟାଧର ପଲାଇ,ଓୟୁଜେ ରାଜ୍ୟ ସାଧାରଣ ସମ୍ପାଦକ କିଷାନ ରାଉତ ଅତିଥି ରୂପେ ଯୋଗଦେଇ ସାମ୍ବାଦିକତା ବୃତି ପାଇଁ ନିଷ୍ଠା ଆବଶ୍ୟକ ଏବଂ ସାମ୍ବାଦିକ ସକାରତ୍ମକ ଓ ସଠିକ ସମ୍ବାଦ ପରିବେଷଣ କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ।ବିୟୁଜେର ସଭାପତି ପ୍ରିୟଦର୍ଶିନ ବୋଇତି,ସାଧାରଣ ସମ୍ପାଦକ ଜଗବନ୍ଧୁ ବେହେରା ଉପସ୍ଥିତ ଥିଲେ।ସଂଗଠନ ସମ୍ପାଦକ ବୈକୁଣ୍ଠ ନାଥ ସାହୁ ସ୍ୱାଗତ ବକ୍ତବ୍ୟ ସହ ଆଭିମୁଖ୍ୟ ପ୍ରଦାନ କରିଥିଲେ।ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ କୃଷ୍ଣଚନ୍ଦ୍ର ଜେନା ଧନ୍ୟବାଦ ଦେଇଥିଲେ।ଏହି ଅବସରରେ ବିୟୁଜେର ନୂତନ କର୍ମକର୍ତା ମନୋନୟନ ହୋଇଥିଲା।ପ୍ରିୟଦର୍ଶିନ ବୋଇତି-ସଭାପତି,ହେମନ୍ତ ସିଂ କାର୍ଯ୍ୟକାରୀ ସଭାପତି,ଆଶିଷ ପାଢୀ,ଦିଗାମ୍ବର ଜେନା,ଅକ୍ଷୟ ଦାସ,ପ୍ରଭାତ ରାଉଳ,ଶାନ୍ତନୁ ପଣ୍ଡା,ଦେବେନ୍ଦ୍ର ଆନ୍ଦିଆ,ନାରାୟଣ ବାରିକ,ଭାଗିରଥୀ ସେଠୀ ଉପସଭାପତି ମନୋନୀତ ହୋଇଥିଲେ।ଜଗବନ୍ଧୁ ବେହେରା-ସାଧାରଣ ସମ୍ପାଦକ ଏବଂ ବୈକୁଣ୍ଠ ନାଥ ସାହୁ ସଙ୍ଗଠନ ସମ୍ପାଦକ,ସୌମ୍ୟ ପାଢ଼ୀ,ବିଭୂତି ଗ୍ରହଚାର୍ଯ୍ୟ,କୀର୍ତନ ନାୟକ,ବିଭୂତି ମଲ୍ଲିକ,ନିରଞ୍ଜନ ସାହୁ,ଅକ୍ଷୟ ସିଂ,ବାସୁଦେବ ଦାସ,ନିତ୍ୟାନନ୍ଦ ଜେନାଙ୍କୁ ସମ୍ପାଦକ ମନୋନୀତ କରାଯାଇଛି।ଜୟ ଜଗନ୍ନାଥ ମଲ୍ଲିକ କୋଷାଧ୍ୟକ୍ଷ,ଅଜୟ ପଣ୍ଡା,ଦୀପ୍ତି ରଞ୍ଜନ ସାହୁ,ଗଣେଶ ମହାନ୍ତି,ସରୋଜ ସେଠୀ ସହ ସମ୍ପାଦକ ମନୋନୀତ ହୋଇଛନ୍ତି।ରମାକାନ୍ତ ଡାଙ୍ଗୁଆ ଜାତୀୟ ପରିଷଦ ସଭ୍ୟ,କୃଷ୍ଣଚନ୍ଦ୍ର ଜେନା ରାଜ୍ୟ ପରିଷଦ ସଭ୍ୟ ଗୌରହରି ନାୟକ ବିଚାରକ ମଣ୍ଡଳୀ ଅଧ୍ୟକ୍ଷ, ଅରୁଣ ମହାନ୍ତି ଆଇନ ପରାମର୍ଶଦାତା,କ୍ଷୀତିଶ ବେହେରା କଲ୍ୟାଣ କମିଟି ଅଧ୍ୟକ୍ଷ,ଅମର ବେହେରାଙ୍କୁ କଲ୍ୟାଣ କମିଟି ଅଧ୍ୟକ୍ଷ ଭାବେ ଗ୍ରହଣ କରାଯାଇଛି।ନାରାୟଣ ପ୍ରସାଦ ବାରିକ,ହରିହର ନାୟକ,ସ୍ମୃତି ରଂଜନ ସାହୁ,ଅନିଲ ବାରିକ,ଦୀନବନ୍ଧୁ ଦାଶ,କୈଳାସ ସାହୁ,ରମେଶ ବେହେରା ଉପଦେଷ୍ଟା ରହିଥିବା ବେଳେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ରୂପେ ନାରଣ ବାରିକ,ପାର୍ଥସାରଥୀ ନାୟକ,ଅଭିଷେକ ପଟ୍ଟନାୟକ,ହେମନ୍ତ ମହାପାତ୍ର,କୁଳମଣି ବେହେରା,ଲାଲା ଧୀରଞ୍ଜନ ରାୟ,ବାବାଜୀ ପାଢ଼ୀ,ପ୍ରମୋଦ ସ୍ୱାଇଁ,ପ୍ରଦ୍ୟୁମ୍ନ ପୁହାଣ,ପ୍ରମୋଦ ନାୟକ,ସନ୍ତୋଷ ମହାପାତ୍ରଙ୍କୁ ନୂଆ କମିଟିରେ ନିଆଯାଇଛି।ଏଥି ସହିତ ବିୟୁଜେ ଆଇଟି ସେଲ ଅଧ୍ୟକ୍ଷ ରୂପେ ଶୁଭଦୀପ ମଲ୍ଲିକ ଏବଂ ସଦସ୍ୟ ଭାବେ ସୁଦୀପ୍ତ ଖଟୁଆ,ବିଜୟ ପଣ୍ଡା,ଯଯାତି ଦାସ ମନୋନୀତ ହୋଇଛନ୍ତି।ନୂତନ କର୍ମକର୍ତାଙ୍କୁ ଏହି ଅବସରରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁସଂଖ୍ୟକ ସାମ୍ବାଦିକ ଯୋଗ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ


 rajesh pande