କନ୍ଧମାଳ ଜିଲ୍ଲା ଆର ନୁଆଁ ଗାଁରେ ବିଭିନ୍ନ ଗାଡ଼ିରୁ ବ୍ୟାଟେରୀ ଚୋରୀ ନେଇ ଥାନାରେ ଅଭିଯୋଗ
Battery Stolen Case in R Nuangaon of KANDHAMAL
କନ୍ଧମାଳ ଜିଲ୍ଲା ଆର ନୁଆଁ ଗାଁରେ ବିଭିନ୍ନ ଗାଡ଼ିରୁ ବ୍ୟାଟେରୀ ଚୋରୀ ନେଇ ଥାନାରେ ଅଭିଯୋଗ


କନ୍ଧମାଳ, ୦୫ ନଭେମ୍ବର (ହି.ସ.) ଖଜୁରୀପଡା ଥାନା ଅଧୀନ ଆର ନୁଆଁ ଗାଁ ବଜାର ଅଞ୍ଚଳରେ ଅଟୋ ଏବଂ ଟ୍ରାକ୍ଟର ସମୁଦାୟ ୬ ଗୋଟି ଗାଡ଼ିରୁ ବୁଧବାର ରାତିରେ ଚୋରି ହୋଇଥିବା ନେଇ ଅଟୋ ଚାଳକ ସଂଘ ଏବଂ ଟ୍ରାକ୍ଟର ମାଲିକ ଖଜୁରୀପଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଅଭିଯୋଗ ପରେ ପୋଲିସ ଏକ ମାମଲା ୨୨୦/୨୬ ରୁଜୁ କରି ଘଟଣା ସ୍ଥଳକୁ ଯାଇ ପଚରାଉଚରା ସହ ତଦନ୍ତ କରୁଥିବା ଜଣାପଡିଛି l ସେହିଭଳି ଖଜୁରୀପଡା ସହର ମଧ୍ୟରେ ପୂର୍ବରୁ ମଧ୍ୟ ଅନେକ ଚୋରି ହୋଇଥିବା ବେଳେ ବ୍ୟାଟେରୀ ଚୋରି ହେବା ପରେ ଲୋକଙ୍କ ମନରେ ଭୟ ଦେଖିବା ସହ ପୋଲିସର ଦୃଢ ପଦକ୍ଷେପ ହେଉନଥିବା ନେଇ ଜନସାଧାରଣଙ୍କ ମହଲରେ ଆଲୋଚନା ଜୋର ଧରିଛି l ଛକ ବଜାରରେ କେବଳ ଗାଡି ମୋଟର ଓ଼ ହେଲମେଟ ଯାଞ୍ଚ ସହ ଗଞ୍ଜେଇ ଗଛ କାଟିବାରେ ପୋଲିସ କାମ କରୁଛି ବୋଲି ଲୋକଙ୍କ ଭିତରେ ଆଲୋଚନା ଚାଲିଛି l ଖୁବଶୀଘ୍ର ଚୋରି ହୋଇଥିବା ବ୍ୟାଟେରୀ ଏବଂ ଚୋରଙ୍କୁ ଗିରଫ କରିବାକୁ ସଞ୍ଜିତ କୁମାର ସାହୁ, ସୁକୁମାର ନାୟକ, ସନ୍ତୋଷ କୁମାର ଭୋଇ, ଅବନୀ କୁମାର ଦାସ ପ୍ରମୁଖ ଦାବୀ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande