ଦକ୍ଷିଣ କୋରିଆକୁ ୮-୧ ଗୋଲ୍ରେ ପରାସ୍ତ କରି ଫାଇନାଲରେ ଭାରତ, ହକି ଦଳକୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ
ଭୁବନେଶ୍ୱର, 05 ନଭେମ୍ବର (ହି.ସ.)ହିରୋ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ୨୦୨୬ର ସେମିଫାଇନାଲରେ ଦକ୍ଷିଣ କୋରିଆକୁ ୮-୧ ଗୋଲ୍ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିବା ଭାରତୀୟ ପୁରୁଷ ହକି ଦଳକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି
ମୋହନ ମାଝୀ


ଭୁବନେଶ୍ୱର, 05 ନଭେମ୍ବର (ହି.ସ.)ହିରୋ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ୨୦୨୬ର ସେମିଫାଇନାଲରେ ଦକ୍ଷିଣ କୋରିଆକୁ ୮-୧ ଗୋଲ୍ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିବା ଭାରତୀୟ ପୁରୁଷ ହକି ଦଳକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଭାରତୀୟ ଦଳର ଏହି ଚମତ୍କାର ବିଜୟକୁ ପ୍ରଶଂସା କରିଛନ୍ତି। ଦଳର ଅସାଧାରଣ ଖେଳ ଦକ୍ଷତା, ସଠିକ୍ ରଣନୀତି ଓ ଉତ୍ତମ ସମନ୍ୱୟ ଏହି ବୃହତ୍ ବିଜୟର ମୁଖ୍ୟ ଆଧାର ବୋଲି ସେ ଉଲ୍ଲେଖ କରିଛନ୍ତି।

ଫାଇନାଲ ମ୍ୟାଚ୍ରେ ମଧ୍ୟ ଭାରତୀୟ ଦଳ ନିଜର ବିଜୟ ଧାରା ବଜାୟ ରଖି ଗୋଲ୍ ବର୍ଷା ଜାରି ରଖିବ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ଜାପାନ ବିପକ୍ଷ ଫାଇନାଲ ମୁକାବିଲା ପାଇଁ ସେ ଦଳକୁ ଶୁଭକାମନା ଜଣାଇବା ସହ ଚାମ୍ପିଅନ୍ ହୋଇ ଦେଶ ପାଇଁ ଗୌରବ ଆଣିବାକୁ ଆହ୍ୱାନ ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande