ଧାମନଗରରେ ମାଡ଼ି ଚାଲିଛି ନିଶା କାରବାର, ୧୪ ବର୍ଷରୁ ନିଶା କବଳରେ କିଶୋର, ବ୍ରାଉନସୁଗାର ଓ କଫ୍ ସିରପକୁ ନେଇ ବଢ଼ିଲା ଚିନ୍ତା
ଭଦ୍ରକ, ୫ ନଭେମ୍ବର (ହି.ସ.) - ଯେଉଁ ବୟସରେ ହାତରେ ବହି ଓ ଆଖିରେ ଭବିଷ୍ୟତର ସ୍ୱପ୍ନ ରହିବା କଥା, ସେହି ବୟସରେ ନିଶାର କବଳରେ ପଡ଼ୁଛନ୍ତି କିଶୋର। ଧାମନଗର ବ୍ଲକର ବିଭିନ୍ନ ଗ୍ରାମାଂଚଳ ଓ ସହରୀକରଣ ହେଉଥିବା ଅଂଚଳରେ ନିଶାଦ୍ରବ୍ୟର ପ୍ରସାରକୁ ନେଇ ଚିନ୍ତା ବଢ଼ିଛି। ବ୍ରାଉନସୁଗାର, କଫ୍ ସିରପ ଓ ମଦ ଭଳି
ଧାମନଗରରେ ମାଡ଼ି ଚାଲିଛି ନିଶା କାରବାର, ୧୪ ବର୍ଷରୁ ନିଶା କବଳରେ କିଶୋର, ବ୍ରାଉନସୁଗାର ଓ କଫ୍ ସିରପକୁ ନେଇ ବଢ଼ିଲା ଚିନ୍ତା


ଭଦ୍ରକ, ୫ ନଭେମ୍ବର (ହି.ସ.) - ଯେଉଁ ବୟସରେ ହାତରେ ବହି ଓ ଆଖିରେ ଭବିଷ୍ୟତର ସ୍ୱପ୍ନ ରହିବା କଥା, ସେହି ବୟସରେ ନିଶାର କବଳରେ ପଡ଼ୁଛନ୍ତି କିଶୋର। ଧାମନଗର ବ୍ଲକର ବିଭିନ୍ନ ଗ୍ରାମାଂଚଳ ଓ ସହରୀକରଣ ହେଉଥିବା ଅଂଚଳରେ ନିଶାଦ୍ରବ୍ୟର ପ୍ରସାରକୁ ନେଇ ଚିନ୍ତା ବଢ଼ିଛି। ବ୍ରାଉନସୁଗାର, କଫ୍ ସିରପ ଓ ମଦ ଭଳି ନିଶାଦ୍ରବ୍ୟର କବଳରେ ଯୁବପିଢ଼ି ପଡ଼ୁଥିବା ନେଇ ଅଭିଭାବକ ଓ ବୁଦ୍ଧିଜୀବୀ ମହଲରେ ଉଦ୍ବେଗ ପ୍ରକାଶ ପାଇଛି।ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ୧୪ ରୁ ୨୨ ବର୍ଷ ବୟସର କିଶୋର ଓ ଯୁବକଙ୍କ ମଧ୍ୟରେ ନିଶାସେବନ ର ପ୍ରବଣତା ବଢ଼ୁଥିବା ନେଇ ସୂଚନା ମିଳୁଛି। ନିଶାସେବନ ଆରମ୍ଭର ବୟସ ହାରାହାରି ୧୪ ବର୍ଷ ବୋଲି କୁହାଯାଉଥିବା ତଥ୍ୟ ଅତ୍ୟନ୍ତ ଉଦ୍ବେଗଜନକ। ବେକାରୀ, ସାଙ୍ଗସାଥୀଙ୍କ କୁପ୍ରଭାବ, ପାରିବାରିକ ଅବହେଳା ଏବଂ ନିଶାଦ୍ରବ୍ୟର ସହଜ ଉପଲବ୍ଧତା ଯୁବପିଢ଼ି ଙ୍କୁ ନିଶା ଆଡ଼କୁ ଟାଣୁଥିବା ଆଶଙ୍କା କରାଯାଉଛି। ନିଶାସେବନ ଯୋଗୁଁ ଯୁବକଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ରୋଜଗାର ପ୍ରଭାବିତ ହେବା ସହ ପରିବାରରେ ଆର୍ôଥକ ସଙ୍କଟ ଓ ଅଶାନ୍ତି ସୃଷ୍ଟି ହେଉଛି। ଏହାର ସାମାଜିକ ପ୍ରଭାବକୁ ମଧ୍ୟ ଅଣଦେଖା କରାଯାଇପାରିବ ନାହିଁ।ନିଶା କାରବାର ରୋକିବାକୁ କେବଳ ଛୋଟମୋଟ ବେପାରୀଙ୍କୁ ଧରିଲେ ହେବ ନାହିଁ। ଏହା ପଛରେ ଥିବା ମୁଖ୍ୟ ଯୋଗାଣକାରୀ ଓ ବେଆଇନ କାରବାରର ନେଟ୍ୱର୍କକୁ ଠାବ କରିବା ଆବଶ୍ୟକ। ଧାମନଗର ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ନିୟମିତ ଚଢ଼ାଉ, କଡ଼ା ନଜରଦାରି ଓ ଦୋଷୀଙ୍କ ବିରୋଧରେ ଦୃଢ଼ ଆଇନଗତ ପଦକ୍ଷେପ ନିଆଯିବା ଦରକାର। ଅନ୍ୟପକ୍ଷରେ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ପଂଚାୟତ ସ୍ତରରେ ନିଶା ବିରୋଧୀ ସଚେତନତା ଅଭିଯାନ ସହ ନିଶାସକ୍ତ ଙ୍କ ଚିକିତ୍ସା ଓ ପୁନର୍ବାସ ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ୱ ଦେବା ଜରୁରୀ। ଯୁବପିଢ଼ିଙ୍କୁ ନିଶାରୁ ଦୂରେଇ ରଖିବା କେବଳ ପ୍ରଶାସନର ନୁହେଁ, ସମଗ୍ର ସମାଜର ଦାୟିତ୍ୱ।ଧାମନଗରରେ ନିଶାର ବିଷ ବଳୟ କୁ ଭାଙ୍ଗିବାକୁ ପ୍ରଶାସନ କେବେ ଠୋସ ପଦକ୍ଷେପ ନେବ! ଯୁବପିଢ଼ିଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବାକୁ ଆଉ କେତେଦିନ ଅପେକ୍ଷା କରିବାକୁ ପଡ଼ିବ, ଏବେ ଏହା ଏକ ବଡ଼ ପ୍ରଶ୍ନ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ


 rajesh pande