କେନ୍ଦ୍ରାପଡ଼ାରେ ଏକ୍ସପ୍ରେସ ଟ୍ରେନ୍ ଚଳାଚଳ ଦାବିରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କୁ ଭେଟି ସ୍ମାରକପତ୍ର ଦେଲେ କେନ୍ଦ୍ରାପଡା ବିଧାୟକ
କେନ୍ଦ୍ରାପଡ଼ା, ୫ ନଭେମ୍ବର (ହି.ସ.)- କେନ୍ଦ୍ରାପଡ଼ା ରେଳ ଷ୍ଟେସନରୁ କଟକ ଦେଇ ପୁରୀ ଏବଂ ଯାଜପୁର ରୋଡ୍ ଷ୍ଟେସନ ଦେଇ ହାୱଡ଼ା ପର୍ଯ୍ୟନ୍ତ ଦୁଇଟି ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ପାଇଁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କୁ ଦାବି କରିଛନ୍ତି କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ଵର ବେହେରା। କେନ୍ଦ୍ରାପଡ଼ା
କେନ୍ଦ୍ରାପଡ଼ାରେ ଏକ୍ସପ୍ରେସ ଟ୍ରେନ୍ ଚଳାଚଳ ଦାବିରେ


କେନ୍ଦ୍ରାପଡ଼ା, ୫ ନଭେମ୍ବର (ହି.ସ.)- କେନ୍ଦ୍ରାପଡ଼ା ରେଳ ଷ୍ଟେସନରୁ କଟକ ଦେଇ ପୁରୀ ଏବଂ ଯାଜପୁର ରୋଡ୍ ଷ୍ଟେସନ ଦେଇ ହାୱଡ଼ା ପର୍ଯ୍ୟନ୍ତ ଦୁଇଟି ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ପାଇଁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କୁ ଦାବି କରିଛନ୍ତି କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ଵର ବେହେରା।

କେନ୍ଦ୍ରାପଡ଼ା ବିଧାୟକ ତାଙ୍କ ଚିଠିରେ ଜଣାଇଛନ୍ତି ଯେ, ରେଳ ସଂଯୋଗୀକରଣ କ୍ଷେତ୍ରରେ କେନ୍ଦ୍ରାପଡ଼ା ଜିଲ୍ଲା ଏକ ଅବହେଳିତ ଜିଲ୍ଲା ମଧ୍ୟରୁ ଅନ୍ୟତମ। ସ୍ୱାଧୀନତାର ୭୩ ବର୍ଷ ପରେ, ଗତ ୨୩.୦୯.୨୦୨୦ ରିଖରେ ୮୨ କିଲୋମିଟର ବିଶିଷ୍ଟ ପାରାଦୀପ-ହରିଦାସପୁର ରେଳଲାଇନ୍ ନିର୍ମାଣ ସମ୍ପୂର୍ଣ୍ଣ ହେବା ସହ ଏହି ଜିଲ୍ଲା ଦେଇ ମାଲବାହୀ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଥିଲା। ବିଭିନ୍ନ ରାଜନୈତିକ ଦଳ ଏବଂ ନାଗରିକ ସମାଜର କ୍ରମାଗତ ଆନ୍ଦୋଳନ ପରେ ଏହି ରୁଟ୍ ରେ ମାତ୍ର ଗୋଟିଏ ଯାତ୍ରୀବାହୀ (ପାସେଞ୍ଜର) ଟ୍ରେନ୍ ଚାଲୁଅଛି। ୫ ମାର୍ଚ୍ଚ ୨୦୨୪ ରୁ ଏହା କେନ୍ଦ୍ରାପଡ଼ାବାସୀଙ୍କ ଏକ ଦୀର୍ଘଦିନର ଦାବି ଥିଲା। କିନ୍ତୁ, ଏହି ଟ୍ରେନ୍ ଟି ପାରାଦୀପରୁ କେନ୍ଦ୍ରାପଡ଼ା ଦେଇ କେନ୍ଦୁଝରଗଡ଼ ପର୍ଯ୍ୟନ୍ତ ଚାଲୁଛି, ଯାହାକି ଆମର ଦାବି କେବେ ବି ନଥିଲା। କେନ୍ଦ୍ରାପଡ଼ା ଜିଲ୍ଲାର ଲୋକମାନଙ୍କୁ ମୁଖ୍ୟତଃ କଟକ ଦେଇ ପୁରୀ ଏବଂ ଯାଜପୁର ଦେଇ ହାୱଡ଼ା ଯାତ୍ରା କରିବାକୁ ପଡ଼ିଥାଏ। କେନ୍ଦ୍ରାପଡ଼ାର ଲକ୍ଷ ଲକ୍ଷ ଲୋକ କୋଲକାତା, ଗୁଜରାଟ, ସୁରଟ, ହାଇଦ୍ରାବାଦ, ଚେନ୍ନାଇ, ଦିଲ୍ଲୀ, ମୁମ୍ବାଇ ଏବଂ ଦେଶର ବିଭିନ୍ନ ରାଜ୍ୟ ତଥା ବିଦେଶରେ କାର୍ଯ୍ୟ କରୁଛନ୍ତି। ସେମାନେ କଟକ ରେଳ ଷ୍ଟେସନ ଉପରେ ନିର୍ଭର କରନ୍ତି ଏବଂ ସେଠାରୁ କେନ୍ଦ୍ରାପଡ଼ାକୁ ସଡ଼କ ପଥରେ ୨ ରୁ ୩ ଘଣ୍ଟା ଯାତ୍ରା କରିବାକୁ ପଡ଼ିଥାଏ। ଏହା ବ୍ୟତୀତ, ଏହି ଲୋକମାନେ ଚିକିତ୍ସା, ହାଇକୋର୍ଟ ମାମଲା, ଅତ୍ୟାବଶ୍ୟକ ସାମଗ୍ରୀ କିଣାକିଣି ଏବଂ ସମସ୍ତ ସରକାରୀ କାର୍ଯ୍ୟ ପାଇଁ ସର୍ବଦା ଭୁବନେଶ୍ୱର ଏବଂ କଟକ ଉପରେ ନିର୍ଭର କରିଥାନ୍ତି। ଯେତେବେଳେ ଅନ୍ୟ ସମସ୍ତ ଜିଲ୍ଲାର ଲୋକମାନେ ଏହିସବୁ ଆବଶ୍ୟକତା ପୂରଣ ପାଇଁ ନିୟମିତ ଟ୍ରେନ୍ ଯାତ୍ରାର ସୁବିଧା ପାଉଛନ୍ତି, ସେତେବେଳେ କେନ୍ଦ୍ରାପଡ଼ା ଏକମାତ୍ର ବ୍ୟତିକ୍ରମ ହୋଇ ରହିଛି।ଏହି ରୁଟ୍ ରେ ଦୈନିକ ୩୫ ରୁ ୪୦ଟି ମାଲବାହୀ ଟ୍ରେନ୍ ପରିବହନ କରି ରେଳବାଇ କୋଟି କୋଟି ଟଙ୍କାର ରାଜସ୍ୱ ପାଉଛି। କିନ୍ତୁ, ଏହି ରୁଟ୍ ମାଧ୍ୟମରେ ମିଳୁଥିବା ରାଜସ୍ୱ ଆୟ ତୁଳନାରେ କେନ୍ଦ୍ରାପଡ଼ାବାସୀ ସେହି ଅନୁପାତରେ ସୁବିଧା ପାଇବାକୁ ସକ୍ଷମ ହେଉନାହାନ୍ତି। ଏ ସମ୍ପର୍କରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କୁ ଆଜି ତାଙ୍କ କାର୍ଯ୍ୟାଳୟରେ ଭେଟି ପାରାଦୀପରୁ କେନ୍ଦ୍ରାପଡ଼ା, ହରିଦାସପୁର ଏବଂ ଯାଜପୁର ଦେଇ ହାୱଡ଼ା ପର୍ଯ୍ୟନ୍ତ ଏକ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବାକୁ ବିଚାର କରିବାକୁ ବିଧାୟକ ଗଣେଶ୍ଵର ବେହେରା ଆନ୍ତରିକତା ସହ ଅନୁରୋଧ କରିଛନ୍ତି। ସେହିପରି କେନ୍ଦ୍ରାପଡ଼ାରୁ କଟକ ଦେଇ ପୁରୀ ମଧ୍ୟରେ ଆଉ ଏକ ଏକ୍ସପ୍ରେସ୍ ଟ୍ରେନ୍ ଚଲାନ୍ତୁ। ଏହି ଦୁଇଟି ଏକ୍ସପ୍ରେସ୍ ଟ୍ରେନ୍ କେନ୍ଦ୍ରାପଡ଼ା ଜିଲ୍ଲାବାସୀଙ୍କର ପ୍ରଧାନ ଦାବି ଅଟେ। କେନ୍ଦ୍ରାପଡ଼ାବାସୀଙ୍କର ଏହି ଦାବିକୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ଵର ଫୁଙ୍କୱ।ଲ ବିଚାରକୁ ନେବେ ବୋଲି ଦାବି କରିଛନ୍ତି ବିଧାୟକ ଗଣେଶ୍ଵର ବେହେରା ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande