ଲୋକସଙ୍ଗୀତର କିମ୍ବଦନ୍ତୀ ସାଧିକା ଡ. ଶାରଦା ସିହ୍ନାଙ୍କ ପୁଣ୍ୟତିଥିରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର, 05 ନଭେମ୍ବର (ହି.ସ.)ଭାରତୀୟ ଲୋକସଙ୍ଗୀତର ବିଶିଷ୍ଟ ସାଧିକା ତଥା ନିଜ ସ୍ୱର ମାଧ୍ୟମରେ ଲୋକସଂସ୍କୃତିକୁ ଜାତୀୟ ସ୍ତରରେ ପରିଚିତ କରାଇଥିବା ‘ବିହାର କୋକିଳା’ ଓ ପଦ୍ମ ବିଭୂଷଣ ଡ. ଶାରଦା ସିହ୍ନାଙ୍କ ପୁଣ୍ୟତିଥିରେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସୋସିଆ
धर्मेन्द्र प्रधान   (फाइल फोटो)


ଭୁବନେଶ୍ୱର, 05 ନଭେମ୍ବର (ହି.ସ.)ଭାରତୀୟ ଲୋକସଙ୍ଗୀତର ବିଶିଷ୍ଟ ସାଧିକା ତଥା ନିଜ ସ୍ୱର ମାଧ୍ୟମରେ ଲୋକସଂସ୍କୃତିକୁ ଜାତୀୟ ସ୍ତରରେ ପରିଚିତ କରାଇଥିବା ‘ବିହାର କୋକିଳା’ ଓ ପଦ୍ମ ବିଭୂଷଣ ଡ. ଶାରଦା ସିହ୍ନାଙ୍କ ପୁଣ୍ୟତିଥିରେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ଡ. ଶାରଦା ସିହ୍ନା ନିଜର ମଧୁର କଣ୍ଠସ୍ୱର ମାଧ୍ୟମରେ ଭାରତୀୟ ଲୋକସଂସ୍କୃତିକୁ ଜାତୀୟ ପରିଚୟ ଦେଇଥିଲେ। ତାଙ୍କ ଗୀତରେ ପ୍ରତିଫଳିତ ଭାରତୀୟ ଲୋକପରମ୍ପରା ସର୍ବଦା ଆମ ସ୍ମୃତିରେ ଜୀବନ୍ତ ରହିବ ବୋଲି ସେ ଉଲ୍ଲେଖ କରିଛନ୍ତି।

ଉଲ୍ଲେଖନୀୟ ଯେ, ଡ. ଶାରଦା ସିହ୍ନା ଭୋଜପୁରୀ, ମୈଥିଳୀ ଓ ମଗହୀ ଲୋକସଙ୍ଗୀତକୁ ନିଜ ସ୍ୱତନ୍ତ୍ର କଣ୍ଠସ୍ୱର ମାଧ୍ୟମରେ ଦେଶବ୍ୟାପୀ ପରିଚିତ କରାଇଥିଲେ। ତାଙ୍କର ସଙ୍ଗୀତ ସାଧନା ଭାରତୀୟ ଲୋକସଂସ୍କୃତିର ଏକ ଅମୂଲ୍ୟ ସମ୍ପଦ ଭାବେ ସ୍ମରଣୀୟ ହୋଇ ରହିବ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande