କୋରାପୁଟ ଜିଲା ରଙ୍ଗୀନ ଦୀପର ଚାହିଦା, ଫିକା ପଡୁଛି ମାଟି ଦୀପ
ଜୟପୁର, ୫ ନଭେମ୍ବର (ହି.ସ.)- ଦୀପାବଳିକୁ ଆଉ ମାତ୍ର ଦୁଇ ଦିନ ବାକି ଥିବାବେଳେ କୋରାପୁଟ ଜିଲାରେ ଥିବା ବଜାରରେ ବିଭିନ୍ନ ପ୍ରକାରର ରଙ୍ଗିନ ଦୀପ, କ୍ୟାଣ୍ଡେଲ୍ ଓ ସାଜସଜ୍ଜା ସାମଗ୍ରୀର ପସରା ମେଲିଛି । ବିଶେଷକରି କୋରାପୁଟ ଜିଲାର ସେମିଳିଗୁଡା, କୋରାପୁଟ, ବୋରିଗୁମ୍ମା, କୋଟପାଡ, ଜୟପୁର, ନନ୍ଦ
କୋରାପୁଟ ଜିଲା ରଙ୍ଗୀନ ଦୀପର ଚାହିଦା, ଫିକା ପଡୁଛି ମାଟି ଦୀପ


ଜୟପୁର, ୫ ନଭେମ୍ବର (ହି.ସ.)- ଦୀପାବଳିକୁ ଆଉ ମାତ୍ର ଦୁଇ ଦିନ ବାକି ଥିବାବେଳେ କୋରାପୁଟ ଜିଲାରେ ଥିବା ବଜାରରେ ବିଭିନ୍ନ ପ୍ରକାରର ରଙ୍ଗିନ ଦୀପ, କ୍ୟାଣ୍ଡେଲ୍ ଓ ସାଜସଜ୍ଜା ସାମଗ୍ରୀର ପସରା ମେଲିଛି । ବିଶେଷକରି କୋରାପୁଟ ଜିଲାର ସେମିଳିଗୁଡା, କୋରାପୁଟ, ବୋରିଗୁମ୍ମା, କୋଟପାଡ, ଜୟପୁର, ନନ୍ଦପୁର, ବଜାରରେ ପସରା ବସିଲାଣି । ଜିଲାର ବିଭିନ୍ନ ବଜାରରେ ଫ୍ଲୋଟିଙ୍ଗ କ୍ୟାଣ୍ଡେଲ୍ ଓ ଆକର୍ଷଣୀୟ ରଙ୍ଗିନ ଦୀପର ଚାହିଦା ବଢ଼ିଛି । କୋଲକାତା, ମହାରାଷ୍ଟ୍ର , ରାୟପୁର, ଗୁଜୁରାଟରୁ ଆସୁଥିବା ଏହି ସାମଗ୍ରୀଗୁଡ଼ିକ ଆକର୍ଷଣୀୟ ଡିଜାଇନ୍ ଓ ରଙ୍ଗ ପାଇଁ ଗ୍ରାହକଙ୍କୁ ଆକୃଷ୍ଟ କରୁଛି । ବିଶେଷ କରି ଗଙ୍ଗା ମାଟିରେ ମେସିନରେ ତିଆରି ହୋଇ କୋଲକାତାରୁ ଆସୁଥିବା ଛୋଟରୁ ବଡ଼ ଆକୃତିର ଏହି ଦୀପ ଦେଖିବାକୁ ବେଶ୍ ସୁନ୍ଦର ଏବଂ ଆକର୍ଷଣୀୟ ହୋଇଥିବାରୁ ଲୋକେ ଏହାକୁ ବେଶ୍ ପସନ୍ଦ କରି କିଣୁଛନ୍ତି । ଏଥିସହ ଗୁଜରାଟରୁ ଆସୁଥିବା ରଙ୍ଗିନ ଦୀପ ଓ ଫ୍ଲୋଟିଙ୍ଗ କ୍ୟାଣ୍ଡେଲର ମଧ୍ୟ ଭଲ ଚାହିଦା ରହିଛି । ଦୀପାବଳିରେ ଘର ସଜାଇବା ପାଇଁ ରାୟପୁରରୁ ଆସୁଥିବା ୧୫ରୁ ୨୦ ପ୍ରକାରର ମୁରୁଜ ମଧ୍ୟ ବିକ୍ରି ହେଉଛି। ରଙ୍ଗର ମୁରୁଜ ଗ୍ରାହକଙ୍କ ପସନ୍ଦ ପାଲଟିଛି । ଦୀପାବଳି ପାଇଁ କୋରାପୁଟ ଜିଲାର ଜୟପୁର ସହରରେ ବିଭିନ୍ନ ପ୍ରକାରର ସାଜସଜ୍ଜା ଲାଇଟ୍ ବିକ୍ରି ଆରମ୍ଭ ହୋଇଛି । ଦୋକାନରେ ଦିଲ୍ଲୀ ଓ ମୁମ୍ବାଇରୁ ଆସିଥିବା ଆକର୍ଷଣୀୟ ଲାଇଟ୍ ର ପସରା ମେଲିଛି । ଚଳିତବର୍ଷ ୱାଟର ପୃଫ ଏଲ୍ଇଡି ଲାଇଟ୍ ଗ୍ରାହକଙ୍କ ନୂଆ ଆକର୍ଷଣ ପାଲଟିଛି । ମୁମ୍ବାଇରୁ ଆସିଥିବା ୧୨ ଏମର ବଲବ୍ ଥିବା ଏଲ୍ଇଡି ଲାଇଟ୍ ପାଣିରେ ଭିଜିଲେ ମଧ୍ୟ ଖରାପ ହୁଏନାହିଁ ବୋଲି ବ୍ୟବସାୟୀମାନେ କହିଛନ୍ତି । ସେହିପରି ୨୫ ମିଟର ଲମ୍ବର ରୋପ୍ ଲାଇଟର ମୂଲ୍ୟ ୫୦୦ ଟଙ୍କା । ଏସହ ବିଭିନ୍ନ ରଙ୍ଗର ନିଅନ୍ ରୋପ୍ ଲାଇଟର ଦାମ୍ ୭୦୦ରୁ ୨ ହଜାର ଟଙ୍କା ଏବଂ କ୍ରିଷ୍ଟାଲ୍ ଏଲ୍ଇଡି ଲାଇଟର ମୂଲ୍ୟ ୩୦୦ରୁ ୭୦୦ ଟଙ୍କା ରହିଛି । ଏହା ବ୍ୟତୀତ କର୍ଟେନ୍ ଲାଇଟ୍, ସବୁଜ ପତ୍ରରେ ଲାଗିଥିବା ଲାଇଟ୍, ମୁଙ୍ଗି ଲାଇଟ୍, ଲେଜର ଲାଇଟ୍ ଓ ବିଭିନ୍ନ ଡିଜାଇନର ଝୁମର ପ୍ରତି ମଧ୍ୟ ଗ୍ରାହକଙ୍କ ଆଗ୍ରହ ରହିଛି । ମୁଖ୍ୟ ଏଲ୍ଇଡି ଲାଇଟ୍ ୬୦ରୁ ୧୦୦ ଟଙ୍କା ଏବଂ ଲେଜର ଲାଇଟ୍ ୪୦୦ରୁ ୫୫୦ ଟଙ୍କାରେ ବିକ୍ରି ହେଉଥିବା ବ୍ୟବସାୟୀମାନେ ସୂଚନା ଦେଇଛନ୍ତି ।ଦୀପାବଳି ଆସିଲେ ଦିନେ କୋରାପୁଟ ଜିଲା ଜୟପୁର ବ୍ଲକର କୁମ୍ଭାରପୁଟ ମାଟି ଦୀପ ତିଆରି ପାଇଁ କାରିଗରଙ୍କୁ ଫୁରସତ ମିଳୁନଥିଲା । ହଜାର ହଜାର ଦୀପ ତିଆରି କରି ସହର ଓ ଆଖପାଖ ଅଞ୍ଚଳକୁ ଯୋଗାଉଥିବା କୁମ୍ଭକାରମାନେ ଏବେ ମେସିନ୍ ତିଆରି ରଙ୍ଗିନ ଦୀପର ଚାହିଦା ଯୋଗୁଁ ଜୀବିକା ସଙ୍କଟରେ ପଡ଼ିଛି । କମ୍ ସମୟରେ ଅଧିକ ଓ ଆକର୍ଷଣୀୟ ଦୀପ ତିଆରି ହେଉଥିବାରୁ କୋଲକାତା, ରାମପୁର ମହାରାଷ୍ଟ୍ର,, ଆନ୍ଧ୍ର ପ୍ରଦେଶରୁ ଆସୁଥିବା ମେସିନ୍ ତିଆରି ଦୀପ ପ୍ରତି ଗ୍ରାହକଙ୍କ ଆଗ୍ରହ ବଢୁଛି । ହାତ ତିଆରି ମାଟିଦୀପର ଚାହିଦା କମିବା ସହ ବିକ୍ରି ମଧ୍ୟ ପ୍ରଭାବିତ ହୋଇଛି । ଫଳରେ କୁମ୍ଭକାର ପରିବାର ଲୋକଙ୍କ ଜୀବିକା ଉପରେ ପ୍ରଭାବ ପଡିଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande