ଗଞ୍ଜାମ ଓ ଗଜପତି ଜିଲ୍ଲାରେ ସ୍କୁଲ ପିଲାଙ୍କୁ ମିଳିବ ପାଠ୍ୟପୁସ୍ତକ
ଭୁବନେଶ୍ୱର,୦୫ ନଭେମ୍ବର (ହି.ସ.) - ବାତ୍ୟା ଓ ବନ୍ୟା ପ୍ରଭାବିତ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ସ୍କୁଲ ପିଲାଙ୍କୁ ପାଠ୍ୟପୁସ୍ତକ ଦିଆଯିବ। ବାତ୍ୟା ଅର୍ଣ୍ଣବ ଓ ପରବର୍ତୀ ବନ୍ୟା ଯୋଗୁଁ ସ୍କୁଲ ଘର ସହ ପିଲାମାନଙ୍କ ବହିପତ୍ର ନଷ୍ଟ ହୋଇଛି। ତେଣୁ ପିଲାମାନଙ୍କୁ ବହି ମିଳିବ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ
nityanand gond


ଭୁବନେଶ୍ୱର,୦୫ ନଭେମ୍ବର (ହି.ସ.) - ବାତ୍ୟା ଓ ବନ୍ୟା ପ୍ରଭାବିତ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ସ୍କୁଲ ପିଲାଙ୍କୁ ପାଠ୍ୟପୁସ୍ତକ ଦିଆଯିବ। ବାତ୍ୟା ଅର୍ଣ୍ଣବ ଓ ପରବର୍ତୀ ବନ୍ୟା ଯୋଗୁଁ ସ୍କୁଲ ଘର ସହ ପିଲାମାନଙ୍କ ବହିପତ୍ର ନଷ୍ଟ ହୋଇଛି। ତେଣୁ ପିଲାମାନଙ୍କୁ ବହି ମିଳିବ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

ସେ କହିଛନ୍ତି ଗଞ୍ଜାମ, ଗଜପତିରେ ବାତ୍ୟା ଓ ବନ୍ୟାରେ ସ୍କୁଲଗୁଡ଼ିକ ବେଶୀ କ୍ଷତି ହୋଇଛି।କ୍ଷତିଗ୍ରସ୍ତ ସ୍କୁଲ ମରାମତି ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ରିପୋର୍ଟ ମାଗିଛୁ। ପିଲାମାନଙ୍କର ବହିପତ୍ର ମଧ୍ୟ ନଷ୍ଟ ହୋଇଯାଇଛି, ସେମାନଙ୍କୁ ବହି ମିଳିବ। ଆମେ ବିଏସଇ ସମ୍ପାଦକଙ୍କ ସହ କଥା ହୋଇଛୁ, ସେ ବହି ଯୋଗାଇବେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande