
କନ୍ଧମାଳ, ୫ ନଭେମ୍ବର (ହି.ସ.)- କନ୍ଧମାଳ ଜିଲ୍ଲା ଗିଡ଼ିପାବାଲିରେ, ଆଜି ହୋଇଥିବା ସର୍ଚ୍ଚ ଅପରେଶନ ସମୟରେ ମାଟି ତଳୁ ମିଳିଛି ଆଉ ଜଣଙ୍କ ମୃତଦେହ । ସକାଳୁ ଏଯାଏ ୩ ଜଣଙ୍କ ମୃତଦେହ ମିଳିଲା ।
ଗୋଟିଏ ଦିନ ରେସକ୍ୟୁ ଅପରେସନ ସ୍ଥଗିତ ପରେ ଆଜି ପୁଣି ଗିଡ଼ିପାବାଲିରେ ଆରମ୍ଭ ହୋଇଛି ମଣିଷ ଖୋଜା । ୮୦ ଜଣିଆ ଟିମ୍ ଗିଡିପାବାଲି ସ୍ଥିତ ଭୂସ୍ଖଳନ ସ୍ଥଳରେ ମଣିଷ ଖୋଜା ଆରମ୍ଭ କରିଛନ୍ତି । ଏଥିରେ ଟିମ୍ କୁ ବଡ଼ ସଫଳତା ମିଳିଛି । ଗୁରୁବାର ମାଟି ତଳୁ ୩ ଜଣଙ୍କ ମୃତଦେହ ମିଳିଛି । ଜଣେ ମହିଳା ଏବଂ ଦୁଇ ଜଣ ବାଳକର ମୃତଦେହ ମିଳିଛି । ଭୂମିକା ପ୍ରଧାନ ନାମକ ଜଣେ ମହିଳା, ଅରୁଣ ପ୍ରଧାନ ନାମକ ନାବାଳକ ସହ ଅନ୍ୟ ଜଣେ ନାବାଳକର ମୃତଦେହ ମିଳିଛି । ଗୁରୁବାର ସକାଳୁ ୮୦ ଜଣିଆ ଟିମ୍ ସର୍ଚ୍ଚ ଅପରେସନ ଚଳାଇଛନ୍ତି । ଜି.ଉଦୟଗିରି ତହସିଲଦାର ସମୁଦ୍ର ମିଶ୍ର ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ଭୂସ୍ଖଳନ ପରେ ମୋଟ୍ ୧୩ ଜଣ ନିଖୋଜ ଥିଲେ । ସେମାନଙ୍କ ମଧ୍ୟରୁ ସମୁଦାୟ ୫ ଜଣଙ୍କ ମୃତଦେହ ମିଳିସାରିଲାଣି । ଆଜି ଗୋଟିଏ ପରିବାରର ନିଖୋଜ ଥିବା ଗିଡ଼ିପାବାଲିରେ ଆଉ ଏକ ସ୍ଥାନରେ ଗୋଟିଏ ପରିବାରର ସମସ୍ତ ୫ ଜଣ ଚାପି ହୋଇ ରହିଥବା ଦେଖିବାକୁ ମିଳିଛି । ସେଥିମଧ୍ୟରୁ ଜଣେ ପୁଅ ଅରୁଣର ଶବ ଉଦ୍ଧାର କରି ଶେଷ ସଂସ୍କାର କରିଦିଆଯାଇଛି ଏବଂ ଗୋଟିଏ ଜାଗାରେ ୪ ଜଣ ଚାପିହୋଇ ରହିଥିବାର ଦେଖିବାକୁ ମିଳିଛି। ସେମାନଙ୍କ ମଧ୍ୟରୁ ବାପା ବିଜୟପ୍ରଧାନ, ମା ଭୂମିକାପ୍ରଧାନ, ଝିଅ ଦୁଇ ଜଣ ବିଜୟଲଷ୍ମୀ ପ୍ରଧାନ, ରାଜଲଷ୍ମୀ ପ୍ରଧାନ ବୋଲି ଜଣାପଡିଛି। ଆଜି ସଂନ୍ଧ୍ଯା ରେ ଏ ସଂକ୍ରାନ୍ତରେ କନ୍ଧମାଳ ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିବେ ବୋଲି ଜଣାପଡ଼ିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ