ଗିଡପାବାଲିରେ ଉଦ୍ଧାର କାର୍ଯ୍ୟ: ଗୋଟିଏ ପରିବାରର ୫ ଜଣଙ୍କ ମୃତଦେହ ଉଦ୍ଧାର, ମୋଟ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି
Gidipapali Rescue Operations follow up News and photo
ଫୋଟ ୩


ଫୋଟ ୨


ଫୋଟ


କନ୍ଧମାଳ, ୦୫ ନଭେମ୍ବର (ହି.ସ.)କନ୍ଧମାଳ ଜିଲ୍ଲାର ଭୁସ୍ଖଳନ ସ୍ଥଳ ଗିଡପାବାଲି ଅଞ୍ଚଳରେ ଚାଲିଥିବା ଉଦ୍ଧାର କାର୍ଯ୍ୟର ଷଷ୍ଠ ଦିନରେ ଏକ ବଡ଼ ସଫଳତା ମିଳିଛି। ଘଟଣାସ୍ଥଳରେ ପଥର ତଳେ ଚାପି ହୋଇ ରହିଥିବା ଗୋଟିଏ ପରିବାରର ୫ ଜଣଙ୍କ ମୃତଦେହକୁ ଉଦ୍ଧାରକାରୀ ଦଳ ଉଦ୍ଧାର କରିଛନ୍ତି। ଆଜି ସଂନ୍ଧ୍ଯା ରେ କନ୍ଧମାଳ ଜିଲ୍ଲାପାଳ ଏହି ସୁଚନା ଦେଇଛନ୍ତି। ପୂର୍ବରୁ ୨ ଜଣଙ୍କ ମୃତଦେହ ମିଳିଥିବା ବେଳେ ଆଜିର ୫ଟି ଶବ ମିଳିବା ପରେ ମୋଟ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି। ତାଲିକାଭୁକ୍ତ ୧୩ ଜଣଙ୍କ ମଧ୍ୟରୁ ଆଉ ୬ ଜଣ ଏବେ ମଧ୍ୟ ନିଖୋଜ ଥିବା ସୂଚନା ମିଳିଛି। ମୃତକ ମାନଙ୍କ ପରିଚୟ ମଧ୍ୟ ମିଳିଛି। ପରିବାର ଲୋକଙ୍କ ଉପସ୍ଥିତିରେ ଉଦ୍ଧାର ମୃତଦେହଗୁଡ଼ିକର ଚିହ୍ନଟ କରାଯାଇଛି। ମୃତକମାନେ, ଭୂମିକା ପ୍ରଧାନ (ପ୍ ୨୭ ବର୍ଷ), ବିଜୟ ପ୍ରଧାନ(୨୫ ବର୍ଷ) ବାଗ୍ରୀ ପ୍ରଧାନ(୧୪ବର୍ଷ), ଅରୁଣା ପ୍ରଧାନ( ୭ବର୍ଷ) ଓ ବିଜୟଲକ୍ଷ୍ମୀ ପ୍ରଧାନ (୬ ବର୍ଷ)ବୋଲି ଜଣାପଡିଛି।

ଘଟଣାସ୍ଥଳରେ ଶେଷକୃତ୍ୟ ପରିବାରବର୍ଗଙ୍କ ଇଚ୍ଛା ଅନୁସାରେ ଓ ସେମାନଙ୍କ ଆବେଗକୁ ସମ୍ମାନ ଜଣାଇ ପ୍ରଶାସନର ସହଯୋଗରେ ଘଟଣାସ୍ଥଳରେ ହିଁ ସମସ୍ତ ୫ ଜଣଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ କରାଯାଇଛି। ଏହି ଦୁଃଖଦ ସମୟରେ ପ୍ରଶାସନ ପରିବାର ସହିତ ସମ୍ପୂର୍ଣ୍ଣ ରୂପେ ଠିଆ ହୋଇଛି ଏବଂ ନିୟମ ଅନୁଯାୟୀ ସେମାନଙ୍କ ଥଇଥାନ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ ପ୍ରଦାନ କରାଯିବ ବୋଲି ଅଧିକାରୀ ଜଣାଇଛନ୍ତି। କିଛି ପରିବାର ରାୟଗଡ଼ା ନିକଟରେ ଓ କିଛି କନ୍ଧମାଳରେ ରହିବାକୁ ଇଚ୍ଛା ପ୍ରକାଶ କରିଥିବାରୁ ସେହି ଅନୁଯାୟୀ ବ୍ୟବସ୍ଥା ଗ୍ରହଣ କରାଯାଉଛି। ପାଗରେ ଉନ୍ନତି ଆସିବା ଯୋଗୁଁ ମାଟି ଧସିବା କମିଛି ଏବଂ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି। ବର୍ତ୍ତମାନ ଘଟଣାସ୍ଥଳରେ ଓଡ୍ରାଫ୍, ଅଗ୍ନିଶମ ବାହିନୀ , ଡିଭିଆଇ ଏବଂ ଏସ୍ ସି ୟୁ ଟିମ୍ ନିୟୋଜିତ ଅଛନ୍ତି। କ୍ଷେତ୍ରରେ ପ୍ରାୟ ୧୦୦ ରୁ ଅଧିକ କର୍ମଚାରୀ ଓ ମୋଟାମୋଟି ଭାବେ ୨୦୦ ରୁ ୨୫୦ ଜଣିଆ ଟିମ୍ ଏହି ମିଶନରେ ସାମିଲ ରହିଛନ୍ତି। ରେଳବାଇର ବ୍ଲାଷ୍ଟିଂ ଓ ମାଇନିଂ ଟିମ୍ ବିଶାଳ ପଥରଗୁଡ଼ିକୁ ବ୍ଲାଷ୍ଟ କରି ହଟାଇବାରେ ସାହାଯ୍ୟ କରିବା ପରେ ଫେରିଛନ୍ତି ଏବଂ ଆବଶ୍ୟକ ପଡ଼ିଲେ ସେମାନଙ୍କୁ ପୁନର୍ବାର ଡକାଯିବ। ନିଖୋଜ ଥିବା ବାକି ୬ ଜଣଙ୍କୁ ଖୋଜିବା ପାଇଁ ଆଗାମୀ ଦିନରେ ମଧ୍ୟ ରେସ୍କ୍ୟୁ ଅପରେସନ ଜାରି ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande