ସିଂହଦ୍ଵାର ସମ୍ମୁଖରେ ଗୋବିନ୍ଦ ଦାମୋଦର ସ୍ତୋତ୍ର ପୁସ୍ତକ ଉନ୍ମୋଚିତ
ପୁରୀ, ୫ ନଭେମ୍ବର (ହି.ସ.)- ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ସଂସ୍କୃତ ବିଦ୍ୱାନ ବିଲ୍ଲୋମଙ୍ଗଳ କୃତ ଗୋବିନ୍ଦ ଦାମୋଦର ସ୍ତୋତ୍ର କୁ ଓଡ଼ିଆରେ ଅନୁବାଦ କରିଥିବା ତରୁଣ କବି ଦାମୋଦର ପରିଡ଼ାଙ୍କ ଅନୁବାଦ ଗ୍ରନ୍ଥ ଗୁରୁବାର ପୂର୍ବାହ୍ନରେ ଉନ୍ମୋଚିତ ହୋଇଯାଇଛି। ବର୍
ସିଂହଦ୍ୱାର ସମ୍ମୁଖ ରେ ଗୋବିନ୍ଦ ଦାମୋଦର ସ୍ତୋତ୍ର ପୁସ୍ତକ ଉନ୍ମୋଚିତ


ସିଂହଦ୍ୱାର ସମ୍ମୁଖ ରେ ଗୋବିନ୍ଦ ଦାମୋଦର ସ୍ତୋତ୍ର ପୁସ୍ତକ ଉନ୍ମୋଚିତ


ପୁରୀ, ୫ ନଭେମ୍ବର (ହି.ସ.)- ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ସଂସ୍କୃତ ବିଦ୍ୱାନ ବିଲ୍ଲୋମଙ୍ଗଳ କୃତ ଗୋବିନ୍ଦ ଦାମୋଦର ସ୍ତୋତ୍ର କୁ ଓଡ଼ିଆରେ ଅନୁବାଦ କରିଥିବା ତରୁଣ କବି ଦାମୋଦର ପରିଡ଼ାଙ୍କ ଅନୁବାଦ ଗ୍ରନ୍ଥ ଗୁରୁବାର ପୂର୍ବାହ୍ନରେ ଉନ୍ମୋଚିତ ହୋଇଯାଇଛି। ବର୍ଷୀୟାନ ସାହିତ୍ୟିକ, ଜଗନ୍ନାଥ ସଂସ୍କୃତି ଗବେଷକ ଓ ଶ୍ରୀମନ୍ଦିର ପୁରୋହିତ ଡକ୍ଟର ସିଦ୍ଧେଶ୍ୱର ମହାପାତ୍ର ପୁସ୍ତକକୁ ଶ୍ରୀଜଗନ୍ନାଥଙ୍କୁ ସମର୍ପଣ କରିବା ସହ ଲୋକାର୍ପଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ଓ ଗବେଷକ ପୂର୍ଣ୍ଣଚନ୍ଦ୍ର ଗୋଛିକାର ଯୋଗଦେଇ ପୁସ୍ତକ ସମ୍ପର୍କରେ ଆଲୋକପାତ କରିଥିଲେ। ଅନ୍ନପୂର୍ଣ୍ଣା ଚାରିଟେବୁଲ ଟ୍ରଷ୍ଟ ର ପ୍ରତିଷ୍ଠାତା ସଭାପତି ଡକ୍ଟର ପ୍ରମୋଦ କୁମାର ଆଚାର୍ଯ୍ୟ ପୁସ୍ତକର ପ୍ରକାଶନ ଦାୟିତ୍ୱ ନେଇଥିବାରୁ ପୁସ୍ତକ ରଚୟିତା କବି ଦାମୋଦର ପରିଡ଼ାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। କବି ଶ୍ରୀ ପରିଡା କହିଲେ, ସଂସ୍କୃତରୁ ସଠିକ୍ ଓଡ଼ିଆ ଭାଷାରେ ପରିପ୍ରକାଶ କରି ଲେଖିବା ବହୁ କଷ୍ଟ ସାଧ୍ୟ ଥିଲା, ପ୍ରଭୁଙ୍କ ଇଛାରୁ ଏହା ଆଜି ପ୍ରକାଶିତ ହୋଇପାରିଲା |

ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ଦୋଳ ଗୋବିନ୍ଦ ପଣ୍ଡା, ପ୍ରାକ୍ତନ ଶିକ୍ଷାବିତ୍ ଭୁଜବଳ, ପ୍ରତାପ ଚନ୍ଦ୍ର ଦାସ, କିରଣ କୁମର ସାହୁ, ସ୍ଥିତପ୍ରଜ୍ଞା ଜେନା, ମିଷ୍ଟର ରାଜୁ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଟ୍ରଷ୍ଟ ର ସମ୍ପାଦିକା ଅନ୍ନପୂର୍ଣ୍ଣା ପାଣି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande