
ଭୁବନେଶ୍ୱର, 05 ନଭେମ୍ବର (ହି.ସ.)ହିରୋ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ୨୦୨୬ର ସେମିଫାଇନାଲରେ ଦକ୍ଷିଣ କୋରିଆକୁ ୮-୧ ଗୋଲ୍ରେ ପରାସ୍ତ କରି ଫାଇନାଲରେ ସ୍ଥାନ ପକ୍କା କରିଥିବା ଭାରତୀୟ ପୁରୁଷ ହକି ଦଳକୁ ଓଡ଼ିଶାର ରାଜ୍ୟପାଳ ଡ. ବ୍ରଜ ମୋହନ ରାମ ଅଭିନନ୍ଦନ ଜଣାଇଛନ୍ତି।
ରାଜ୍ୟପାଳ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଭାରତୀୟ ଦଳର ଏହି ଚମତ୍କାର ବିଜୟ ପାଇଁ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଜାପାନ ବିପକ୍ଷ ଫାଇନାଲ ମୁକାବିଲା ପାଇଁ ସେ ଦଳକୁ ଶୁଭକାମନା ଜଣାଇବା ସହ ଟାଇଟଲ୍ ହାସଲ ପାଇଁ ଆଶା ପ୍ରକାଶ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ