ମୁଖ୍ୟମନ୍ତ୍ରୀଙ୍କୁ ବିମାନବନ୍ଦରରେ ସ୍ୱାଗତ କଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ
ଅକ୍ଷୟ ଶକ୍ତି କ୍ଷେତ୍ରରେ ୧.୧୭ ଲକ୍ଷ କୋଟି ଟଙ୍କାର ନିବେଶ ଓ ୧୧,୭୪୨ ମେଗାୱାଟ୍ କ୍ଷମତା ବୃଦ୍ଧି ଲକ୍ଷ୍ୟକୁ ପ୍ରଶଂସା ଭୁବନେଶ୍ୱର, ୫ ନଭେମ୍ବର (ହି.ସ.)। ନୂଆଦିଲ୍ଲୀରେ ଆୟୋଜିତ ‘ଭାରତ ରିନ୍ୟୁଏବଲ୍ ଏନର୍ଜି ସମିଟ୍ ଆଣ୍ଡ ଏକ୍ସପୋ-୨୦୨୬’ରେ ସଫଳ ଯୋଗଦାନ ପରେ ଓଡ଼ିଶା ଫେରିଥିବା ମୁଖ୍ୟମନ୍ତ୍ରୀ ମୋହନ
ମୁଖ୍ୟମନ୍ତ୍ରୀଙ୍କୁ ବିମାନବନ୍ଦରରେ ସ୍ୱାଗତ କଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ


ଅକ୍ଷୟ ଶକ୍ତି କ୍ଷେତ୍ରରେ ୧.୧୭ ଲକ୍ଷ କୋଟି ଟଙ୍କାର ନିବେଶ ଓ ୧୧,୭୪୨ ମେଗାୱାଟ୍ କ୍ଷମତା ବୃଦ୍ଧି ଲକ୍ଷ୍ୟକୁ ପ୍ରଶଂସା

ଭୁବନେଶ୍ୱର, ୫ ନଭେମ୍ବର (ହି.ସ.)। ନୂଆଦିଲ୍ଲୀରେ ଆୟୋଜିତ ‘ଭାରତ ରିନ୍ୟୁଏବଲ୍ ଏନର୍ଜି ସମିଟ୍ ଆଣ୍ଡ ଏକ୍ସପୋ-୨୦୨୬’ରେ ସଫଳ ଯୋଗଦାନ ପରେ ଓଡ଼ିଶା ଫେରିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭୁବନେଶ୍ୱର ବିମାନବନ୍ଦରରେ ସ୍ୱାଗତ ଓ ଅଭିନନ୍ଦନ ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ। ଏ ସମ୍ପର୍କରେ ମନ୍ତ୍ରୀ ମହାଲିଙ୍ଗ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି।

ଏହି ସମ୍ମିଳନୀରେ ଓଡ଼ିଶା ପକ୍ଷରୁ ପ୍ରାୟ ୧.୧୭ ଲକ୍ଷ କୋଟି ଟଙ୍କାର ସମ୍ଭାବ୍ୟ ନିବେଶ ଏବଂ ୧୧,୭୪୨ ମେଗାୱାଟ୍ ଅକ୍ଷୟ ଶକ୍ତି କ୍ଷମତା ବୃଦ୍ଧି ଲକ୍ଷ୍ୟ ନେଇ ୧୮ଟି ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷର ହୋଇଥିବା ଉଲ୍ଲେଖ କରିଛନ୍ତି।

ଏହି ଚୁକ୍ତିଗୁଡ଼ିକ ଓଡ଼ିଶା ପ୍ରତି ନିବେଶକଙ୍କ ବଢ଼ୁଥିବା ଆସ୍ଥାର ପ୍ରତିଫଳନ ବୋଲି ସେ କହିଛନ୍ତି। ଏହାଦ୍ୱାରା ରାଜ୍ୟର ଅକ୍ଷୟ ଶକ୍ତି କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହେବା ସହ ବିପୁଳ ନିଯୁକ୍ତି ସମ୍ଭାବନା ଉନ୍ମୁକ୍ତ ହେବ। ଏଥିସହ ବିକଶିତ ଭାରତର ସଂକଳ୍ପ ପୂରଣ ଦିଗରେ ଓଡ଼ିଶାର ଯୋଗଦାନ ଅଧିକ ସୁଦୃଢ଼ ହେବ ବୋଲି ମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।

--------

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande