ପୁରୀ ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ
ପୁରୀ, ୫ ନଭେମ୍ବର (ହି.ସ.)- ଆଜି ଅପରାହ୍ନରେ ସର୍କିଟ ହାଉସ ସମ୍ମିଳନୀ ଗୃହରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତ୍ୟେକ ଝିଅ ଜଣେ ଜଣେ ପରୀ ସଦୃଶ୍ୟ।
ପୁରୀ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ


ପୁରୀ, ୫ ନଭେମ୍ବର (ହି.ସ.)- ଆଜି ଅପରାହ୍ନରେ ସର୍କିଟ ହାଉସ ସମ୍ମିଳନୀ ଗୃହରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତ୍ୟେକ ଝିଅ ଜଣେ ଜଣେ ପରୀ ସଦୃଶ୍ୟ। ପୁଅ ଝିଅ ମଧ୍ୟରେ କୌଣସି ଫରକ ନ ଦେଖି ସେମାନଙ୍କୁ ଶିକ୍ଷା ସଂସ୍କାର ଓ ଦକ୍ଷତା ପ୍ରଦର୍ଶନରେ ସହଯୋଗ କରିବା ପ୍ରତ୍ୟେକ ପିତା ମାତା ଅଭିଭାବକ ଓ ଶିକ୍ଷକ ମାନଙ୍କ କର୍ତ୍ତବ୍ୟ ହେବା ଉଚିତ ବୋଲି ସେ କହିଥିଲେ। ପୁରୀ ମହାନଗର ନିଗମ ଯୁଗ୍ମ କମିଶନର ଅଭିମନ୍ୟୁ ବେହେରା, ଉପ ଜିଲ୍ଲାପାଳ ରାଜ କିଶୋର ଜେନା ଝିଅ ମାନଙ୍କୁ ସେମାନଙ୍କ ଅଧିକାର ସମ୍ପର୍କରେ ସଚେତନ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ତେବେ ସମାଜର ସମସ୍ତ ବର୍ଗର ବ୍ୟକ୍ତି, ପିତା ମାତା ସଚେତନ ହେଲେ ସମାଜରେ ଝିଅ ବା ମହିଳା ମାନଙ୍କୁ ଉଚିତ ସମ୍ମାନ, ସୁରକ୍ଷା ମିଳି ପାରିବ ବୋଲି କହିଥିଲେ। ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସୂଚନା ଓ ଲୋକ ସମ୍ପର୍କ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ବର୍ତ୍ତମାନର ସମାଜରେ ଶିଶୁ କନ୍ୟାଙ୍କ ସ୍ଥିତି, ସୁରକ୍ଷା ନିମନ୍ତେ ବିଭିନ୍ନ କୌଶଳ ଓ ବାଳିକାମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ଯୋଜନା ସମ୍ବନ୍ଧରେ ଆଲୋଚନା କରିଥିଲେ l ପ୍ରତ୍ୟେକ ଶିଶୁ ମାନଙ୍କ ମଧ୍ୟରେ ପ୍ରତିଭା ରହିଛି। ତେଣୁ କନ୍ୟା ମାନଙ୍କୁ ବୋଝ ନ ଭାବି ସେମାନଙ୍କୁ ଉପଯୁକ୍ତ ଲାଳନପାଳନ ଓ ଉପଯୁକ୍ତ ଶିକ୍ଷା ଦେଲେ ସେମାନେ ସମାଜ ପାଇଁ ସମ୍ବଳ ପାଲଟିବେ ବୋଲି ସେ କହିଥିଲେ।

ଏହି ଅବସରରେ ଉଲ୍ଲେଖନୀୟ ଅବଦାନ ପାଇଁ ୩ ଜଣ ଛାତ୍ରୀଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ଶେଷରେ ପ୍ରୋଗ୍ରାମ ଅଫିସର ସୁହାଗୀ ହେମ୍ବ୍ରମ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ସୁପରଭାଇଜର ବାଲ୍ୟବତୀ ମହାନ୍ତି, ପୋଷଣର ଜିଲ୍ଲା ସଂଯୋଜକ ସସ୍ମିତା କର୍ମକାର, ସୁଭଦ୍ରା ଜିଲ୍ଲା ସଂଯୋଜକ ପ୍ରଣତୀ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁ କଲ୍ୟାଣ ସମିତି ସଦସ୍ୟା ବିଜୟ ଲକ୍ଷ୍ମୀ ମହାନ୍ତି, ସିଡିପିଓ, ସୁପରଭାଇଜର, ବିଭିନ୍ନ ବିଭାଗର କର୍ମଚାରୀ, ଶିଶୁ ସୁରକ୍ଷା ୟୁନିଟ ର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande