ଯୌତୁକ ଲୋଭରେ ରକ୍ତମୁଖା ସ୍ୱାମୀ, କଇଁଚିରେ ହତ୍ୟା ଉଦ୍ୟମ, ଦୁଇ ଝିଅଙ୍କୁ ଛାଡ଼ି ଘରୁ ବିଦା ହେଲେ ଗାୟତ୍ରୀ, ଥାନାରେ ଅଭିଯୋଗ
ଭଦ୍ରକ, ୫ ନଭେମ୍ବର (ହି.ସ.) - ଯୌତୁକ ଦାବିରେ ଦୀର୍ଘ ୧୨ ବର୍ଷର ଦାମ୍ପତ୍ୟ ଜୀବନରେ ଲାଗିଲା ପୂର୍ଣ୍ଣଚ୍ଛେଦ। ଅଧିକ ଯୌତୁକ ପାଇଁ ଶାରୀରିକ ଓ ମାନସିକ ନିର୍ଯାତନାର ଶିକାର ହେବା ସହ ସ୍ୱାମୀଙ୍କ କଇଁଚି ଆକ୍ରମଣରେ ହତ୍ୟା ଉଦ୍ୟମର ଶିକାର ହୋଇଥିବା ଜଣେ ମହିଳା ଅଭିଯୋଗ କରିଛନ୍ତି। ଏପରିକି ରକ୍ତାକ୍ତ ଅବସ
ଯୌତୁକ ଲୋଭରେ ରକ୍ତମୁଖା ସ୍ୱାମୀ, କଇଁଚିରେ ହତ୍ୟା ଉଦ୍ୟମ, ଦୁଇ ଝିଅଙ୍କୁ ଛାଡ଼ି ଘରୁ ବିଦା ହେଲେ ଗାୟତ୍ରୀ, ଥାନାରେ ଅଭିଯୋଗ


ଭଦ୍ରକ, ୫ ନଭେମ୍ବର (ହି.ସ.) - ଯୌତୁକ ଦାବିରେ ଦୀର୍ଘ ୧୨ ବର୍ଷର ଦାମ୍ପତ୍ୟ ଜୀବନରେ ଲାଗିଲା ପୂର୍ଣ୍ଣଚ୍ଛେଦ। ଅଧିକ ଯୌତୁକ ପାଇଁ ଶାରୀରିକ ଓ ମାନସିକ ନିର୍ଯାତନାର ଶିକାର ହେବା ସହ ସ୍ୱାମୀଙ୍କ କଇଁଚି ଆକ୍ରମଣରେ ହତ୍ୟା ଉଦ୍ୟମର ଶିକାର ହୋଇଥିବା ଜଣେ ମହିଳା ଅଭିଯୋଗ କରିଛନ୍ତି। ଏପରିକି ରକ୍ତାକ୍ତ ଅବସ୍ଥାରେ ଘରୁ ବାହାର କରିଦେବାରୁ ଦୁଇ ଝିଅଙ୍କୁ ଛାଡ଼ି ଘର ଛାଡ଼ିବାକୁ ପଡ଼ିଥିବା ଅଭିଯୋଗ ଏବେ ଧାମନଗର ଅଂଚଳରେ ଚର୍ଚ୍ଚା ସୃଷ୍ଟି କରିଛି।ଅଭିଯୋଗ ଅନୁଯାୟୀ, ଧାମନଗର ଥାନା ଅନ୍ତର୍ଗତ ପଳିକିରି ଗ୍ରାମର ସୁକାନ୍ତ ସ୍ୱାଇଁଙ୍କ ସହ ଗାୟତ୍ରୀ ବାରିକ ଙ୍କ ର ୨୦୧୨ ମସିହାରେ ବୈଦିକ ରୀତିରେ ବିବାହ ହୋଇଥିଲା। ବିବାହ ସମୟରେ କନ୍ୟାପକ୍ଷ ନଗଦ ଟଙ୍କା, ସୁନା-ରୁପା ଅଳଙ୍କାର ଓ ଆସବାବପତ୍ର ଦେଇଥିଲେ। ହେଲେ ବିବାହର ଦୁଇ ବର୍ଷ ପରେ ପ୍ରଥମ କନ୍ୟାସନ୍ତାନ ଜନ୍ମ ହେବା ପରଠାରୁ ଅଧିକ ଯୌତୁକ ଦାବି କରି ଶାଶୂଘର ଲୋକେ ନିର୍ଯାତନା ଦେବା ଆରମ୍ଭ କରିଥିବା ଗାୟତ୍ରୀ ଅଭିଯୋଗ କରିଛନ୍ତି। ୨୦୧୭ରେ ଦ୍ୱିତୀୟ କନ୍ୟାସନ୍ତାନ ଜନ୍ମ ପରେ ନିର୍ଯାତନା ଆହୁରି ବଢ଼ିଥିବା ଏବଂ ସ୍ୱାମୀ ମାରପିଟ୍ କରୁଥିବା ଏତଲାରେ ଉଲ୍ଲେଖ ରହିଛି। ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ପ୍ରାୟ ତିନି ମାସ ପୂର୍ବେ ସ୍ୱାମୀ କଇଁଚି ରେ ଆକ୍ରମଣ କରି ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏହାପରେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଘରୁ ବାହାର କରି ଦିଆଯାଇଥିଲା। ଫଳରେ ନିଜର ଦୁଇ ଝିଅଙ୍କୁ ଶାଶୂଘରେ ଛାଡ଼ି ସେ ଘର ଛାଡ଼ିବାକୁ ବାଧ୍ୟ ହୋଇଥିଲେ।ଏ ନେଇ ଗାୟତ୍ରୀ ଙ୍କ ଲିଖିତ ଅଭିଯୋଗ ଆଧାରରେ ଧାମନଗର ଥାନାରେ କେସ୍ ନଂ ୪୭୩/୨୦୨୬, ତା. ୪.୧୧.୨୦୨୬ରେ ମାମଲା ରୁଜୁ ହୋଇଛି। ପୋଲିସ ବିଏନ୍ଏସ୍ର ଧାରା ୮୫, ୨୯୬, ୧୧୫(୨), ୩୫୧(୨) ଓ ୩(୫) ଅନୁଯାୟୀ ମାମଲା ରୁଜୁ କରିଛି। ଏସ୍ଆଇ କଳ୍ପନା ରାଉତ ଏହାର ତଦନ୍ତ କରୁଛନ୍ତି। ତେବେ ଘଟଣାର ପ୍ରକୃତ ସତ୍ୟତା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ। ତେବେ ଗାୟତ୍ରୀ ନ୍ୟାୟ ପାଇଁ ଏବେ ବାର ଦ୍ୱାର ବୁଲୁଛି। ପ୍ରଥମେ ମହିଳା କମିଶନ ଙ୍କ ଦ୍ୱାରସ୍ତ ହୋଇ ଥିଲେ ଏବେ ଧାମନଗର ଥାନାରେ ଦ୍ୱାରସ୍ତ ହୋଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ


 rajesh pande