
ମାଲକାନଗିରି , ୫ ନଭେମ୍ବର (ହି.ସ.) ମାଲକାନଗିରି ଜିଲ୍ଲା କାଲିମେଳା ଥାନା ପୋଲିସ ପକ୍ଷରୁ ମଙ୍ଗଳବାର ଦିନ ବେଜାଙ୍ଗିବାଡା ଗ୍ରାମ ନିକଟରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇଥିଲା।
ପୋଲିସକୁ ଏକ ବିଶେଷ ସୂତ୍ରରୁ ଜୁଆ ଖେଳ ଚାଲିଥିବା ଖବର ମିଳିବା ପରେ ଏହି ଚଢ଼ାଉ କରାଯାଇଥିଲା। ଘଟଣାସ୍ଥଳରୁ ନାମକୋଣ୍ଡା ଗ୍ରାମର ରାମା ପଡ଼ିଆମୀ (୩୨) ଓ କାସା ମାଢ଼ୀ (୩୫) ନାମକ ଦୁଇ ଜଣଙ୍କୁ ପୋଲିସ ଅଟକ ରଖିଛି।
ଚଢ଼ାଉ ସମୟରେ ପୋଲିସ ଗୋଟିଏ ପଲିଥିନ୍ ମ୍ୟାଟ୍, ୬ଟି ଜୁଆ ଖେଳିବା ଗୋଟି ଏବଂ ନଗଦ ୨,୧୫୦ ଟଙ୍କା ଜବତ କରିଛି। ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୪,୨୫୦ ଟଙ୍କା ହେବ ବୋଲି ଥାନା ଅଧିକାରୀ ପ୍ରଭୁଦତ୍ତ ବିଶ୍ୱାଳ ଆଜି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ।
ଏହି ଘଟଣାରେ କାଲିମେଳା ଥାନା କେସ୍ ନଂ ୨୭୫/୨୦୨୬, ତା. ୦୩.୧୧.୨୦୨୬, ଓପିଜି ଆଇନର ଧାରା ୩ ଅନୁଯାୟୀ ମାମଲା ରୁଜୁ କରି ପୋଲିସ ଅଧିକ ତଦନ୍ତ ଜାରି ରଖିଛି।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ