ସିଡିଓଙ୍କ ସହ ବିବାଦ ମାମଲା : ଆମ ଭିତରେ ଭୁଲ୍ ବୁଝାମଣା ଥିଲା, ସମାଧାନ ହୋଇଗଲା - ସରୋଜ ପାଢ଼ୀ
ଭୁବନେଶ୍ୱର,୦୫ ନଭେମ୍ବର (ହି.ସ.) - ସିଡିଓ ସମୀର ଜେନାଙ୍କ ସହ ବିବାଦକୁ ନେଇ ଆସିକା ବିଧାୟକ ସରୋଜ ପାଢ଼ୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ଆମ ଭିତରେ ଭୁଲ୍ ବୁଝାମଣା ଥିଲା, ସମାଧାନ ହୋଇଗଲା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବାହାରିବା ପରେ ସରୋଜ ପାଢୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ
saroj padhi


ଭୁବନେଶ୍ୱର,୦୫ ନଭେମ୍ବର (ହି.ସ.) - ସିଡିଓ ସମୀର ଜେନାଙ୍କ ସହ ବିବାଦକୁ ନେଇ ଆସିକା ବିଧାୟକ ସରୋଜ ପାଢ଼ୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ଆମ ଭିତରେ ଭୁଲ୍ ବୁଝାମଣା ଥିଲା, ସମାଧାନ ହୋଇଗଲା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବାହାରିବା ପରେ ସରୋଜ ପାଢୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ମୋର ତାଙ୍କ ବିରୋଧରେ କୌଣସି ଅଭିଯୋଗ ନାହିଁ। ଯାହା ବି ଭୁଲ୍ ବୁଝାମଣା ଥିଲା, ଆପୋଷ ଆଲୋଚନାରେ ସମାଧାନ ହୋଇଗଲା। ସେ ଏତଲା ଦେଇଛନ୍ତି, ମୁଁ ତାଙ୍କ ସହ କଥା ହୋଇଛି। ବନ୍ୟା ପ୍ରଭାବିତ ଅଂଚଳରେ ସେ ବି କାମ କରୁଥିଲେ, ମୁଁ ବି କରୁଥିଲି। ୮ ଦିନ ହେଲା ଅଖିଆ, ଅପିଆ, ଅନିଦ୍ରା ରହି କାମ କରୁଥିଲୁ। ସେ ଭିତରେ କିଛି ଭୁଲ୍ ବୁଝାମଣା ହୋଇଗଲା, ଏହା ସାଧାରଣ କଥା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ବନ୍ୟା କ୍ଷୟକ୍ଷତି ଆଲୋଚନା ପାଇଁ ଆସିଥିଲି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ ବାତ୍ୟା ଅର୍ଣ୍ଣବ ଓ ପରବର୍ତୀ ବନ୍ୟା କ୍ଷତିଗ୍ରସ୍ତ ଗଂଜାମ ଜିଲ୍ଲାରେ ରିଲିଫ୍ ବଂଟନକୁ ନେଇ ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ଗଞ୍ଜାମ ଜିଲ୍ଲା ସିଡିଓ ସମୀର କୁମାର ଜେନାଙ୍କୁ ଦୁର୍ବ୍ୟବହାର ଓ ଧମକ ଦେଇଥିବା ଅଭିଯୋଗରେ ବିଧାୟକଙ୍କ ନାଁରେ ଥାନାରେ ଏତଲା ହୋଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande